Get Updates
Get notified of breaking news, exclusive insights, and must-see stories!

ଆଜି ଶେଷ ଦିନିକିଆ: ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌ ଆଜି ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ । ଘରୋଇ ଦଳ ୨-୦ରେ ଆଗୁଆ ଜିତି ସାରିଥିବାରୁ ଏବେ ମୂଳପୋଛ ସହ ଦୃଢ଼ ମନୋବଳ ନେଇ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଲକ୍ଷ୍ୟ ରଖିଛି ।

୨୦୨୩ ବିଶ୍ବକପ୍‌ ଫାଇନାଲ୍‌ରେ ଏଠାରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ବର୍ଡର-ଗାଭାସ୍କର ଟ୍ରଫିରେ ରନ୍‌ ପାଇଁ ସଂଘର୍ଷ କରିଥିବା ରୋହିତ କଟକରେ ଶତକ ଅର୍ଜନ କରି ଫର୍ମକୁ ଫେରିବାର ସ‌ଙ୍କେତ ଦେଇଛନ୍ତି । ତେବେ ‌ ବିରାଟ କୋହଲିଙ୍କୁ ନେଇ ଦଳ ଚିନ୍ତାରେ । ତାଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ବଡ଼ ସ୍କୋର୍‌ ଆସିନି ।

ଫେବ୍ରୁଆରି ୧୯ରୁ ହାଇବ୍ରିଡ୍‌ ମଡେଲ୍‌ରେ ଆରମ୍ଭ ହେଉଥିବା ୮ ଦଳୀୟ ପ୍ରତିଯୋଗିତା ପୂର୍ବରୁ କୋହଲିଙ୍କ ନିକଟରୁ ଦଳ ଅହମଦାବାଦରେ ବଡ଼ ସ୍କୋର୍‌ ଆଶା ରଖିଛି। ଚାମ୍ପିଅନ୍ସ ଟ୍ରଫିର ଉଦ୍‌ଘାଟନୀ ଦିବସର ପର ଦିନ (ଫେବ୍ରୁଆରି ୨୦) ହିଁ ଦୁବାଇରେ ବାଂଲାଦେଶକୁ ଭେଟିବ ଭାରତ।

india vs england Today

ଅହମଦାବାଦରେ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ କରିବାର ସୁଯୋଗ ରହିଛି। ଏହି ଫର୍ମାଟ୍‌ର ରନ୍‌ ମେସିନ୍‌ କୋହଲି ମାତ୍ର ୮୯ ରନ୍‌ କରିପାରିଲେ କିଂବଦନ୍ତି ସଚିନ ତେନ୍ଦୁଲକର ଓ କୁମାର ସାଙ୍ଗାକାରାଙ୍କ ପରେ ତୃତୀୟ ବ୍ୟାଟର୍‌ ଭାବେ ୧୪,୦୦୦ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁବେ। ସେହିଭଳି ରୋହିତ ୧୩ ରନ୍‌ କଲେ ଦିନିକିଆରେ ୧୧,୦୦୦ ରନ୍‌ ପୂରଣ କରିବେ।

ବାରବାଟୀରେ ରୋହିତଙ୍କ ୯୦ ବଲ୍‌ରୁ ୧୧୯ ରନ୍‌ ଅନ୍ୟ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସକୁ ବଢ଼ାଇଛି । ୱିକେଟ୍‌ରକ୍ଷକ ବ୍ୟାଟର୍‌ କେଏଲ୍‌ ରାହୁଲ ରନ୍‌ ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ଅଭିଜ୍ଞତା ପାଇଁ ‌ତୃତୀୟ ଦିନିକିଆ ଖେଳିବା ପ୍ରାୟ ନିଶ୍ଚିତ ରହିଛି । ଆଉ ଜଣେ ବାମହାତୀ ବ୍ୟାଟର୍‌ଙ୍କୁ ଖେଳାଇବା ଯୋଜନା ହେଲେ ଋଷଭ ପନ୍ତକୁ ସୁଯୋଗ ମିଳିପାରେ। ମଧ୍ୟକ୍ରମରେ ଶ୍ରେୟସ ଆୟର ଓ ଅକ୍ଷର ପଟେଲ ଗତ ଦୁଇ ମ୍ୟାଚ୍‌ରେ ଭଲ କରିଛନ୍ତି। ତେଣୁ ଚୂଡ଼ାନ୍ତ ଏକାଦଶରେ ଏମାନେ ରହିବା ନିଶ୍ଚିତ । ଏହି ଶୃଙ୍ଖଳାରେ ଜାଡ଼େଜା ୬ ୱିକେଟ୍‌ ନେଇଥିଲା ବେଳେ ଅକ୍ଷରଙ୍କ ବ୍ୟାଟିଂ, ଚାମ୍ପିଅନ୍ସ ଟ୍ରଫି ଲାଗି ଭଲ ସେଟ୍‌ଅପ୍‌ ଦେଇଛି ।

ଜୋସ୍‌ ବଟ୍‌ଲର୍‌ଙ୍କ ନେତୃତ୍ବାଧୀନ ଇଂଲଣ୍ଡ ପାଇଁ ଏହି ଗସ୍ତ ବଡ଼ ପ୍ରଶ୍ନ । ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଏହି ଦଳ ହାରିଯାଇଛି। ଦୁଇ ଓପନର୍‌ ଫିଲ୍‌ ସଲ୍ଟ ଓ ବେନ୍‌ ଡକେଟ୍‌ ଭଲ ଆରମ୍ଭ ଦେଉଛନ୍ତି। ହେଲେ ବୋଲିଂ ଆକ୍ରମଣ ଆଶାଜନକ ରହୁନି। ଉଭୟ ଦଳ କଟକରୁ ଫେରି ଅହମଦାବାଦରେ ପହଞ୍ଚିବା ପରେ ମଙ୍ଗଳବାର ଅଭ୍ୟାସ ନ କରି ବିଶ୍ରାମ ନେଇଛନ୍ତି। ଭାରତ ଗତ ୫ ଦିନିକିଆରୁ ୨ ଲେଖାଏଁ ବିଜୟ ଓ ପରାଜୟ ପାଇଥିଲା ବେଳେ ଗୋଟିଏ ଟାଇ ରଖିଛି। ସେହିଭଳି ଇଂଲଣ୍ଡ ୪ ହାରିଥିଲା ବେଳେ କେବଳ ଗୋଟିଏ ବିଜୟ ପାଇଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି।

ସମ୍ଭାବ୍ୟ ଇଂଲଣ୍ଡ: ବେନ୍ ଡକେଟ୍, ଫିଲ୍ ସଲ୍ଟ, ଟମ୍‌ ବାଣ୍ଟନ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟ୍‌ଲର୍‌ (ଅଧିନାୟକ), ଲିଆମ ଲିଭିଂଷ୍ଟୋନ୍, ବ୍ରାଇଡନ୍ କାର୍ସ, ଜୋଫ୍ରା ଆର୍ଚର/ସକିବ ମହମୁଦ, ଆଦିଲ ରସିଦ, ମାର୍କ ଉଡ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+