ଆଜିଠୁ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍; ଟସ୍ ଜିତି ପ୍ରଥମେ ବୋଲିଂ କରିବ ଇଂଲଣ୍ଡ , ଭାରତର ପ୍ରଥମେ ବ୍ୟାଟିଂ
ଆଜିଠୁ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ କରିବ ଇଂଲଣ୍ଡ । ଶୁଭମାନ ଗିଲଙ୍କ ନେତୃତ୍ୱରେ ଭାରତ ସିରିଜ ଖେଳିବ।
ଭାରତୀୟ କ୍ରିକେଟ୍ରେ ଆନୁଷ୍ଠାନିକ ଭାବେ ଗିଲ୍ ଯୁଗର ଶୁଭାରମ୍ଭ ହେବ । ୨୫ ବର୍ଷୀୟ ଶୁବମନ ଗିଲ୍ଙ୍କ ନେତୃତ୍ବରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ଏକ ପୂର୍ଣ୍ଣକାଳୀନ ଶୃଙ୍ଖଳା ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍ରୁ ଭାରତୀୟ କ୍ରିକେଟ୍ର ମଙ୍ଗ ଧରିବେ।

ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ନୂଆ ଆହ୍ବାନ ନେଇ ଆସିବ। ଗିଲ୍-ଗମ୍ଭୀର ଯୋଡ଼ି ମଧ୍ୟ ୧୮ବର୍ଷ ପରେ ଇଂଲଣ୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ଶୃଙ୍ଖଳା ବିଜୟୀ କରାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇବା ଲାଗି ଭାରତୀୟ ଖେଳାଳିଙ୍କୁ ଦଳଗତ କ୍ରିକେଟ୍ର ଶ୍ରେଷ୍ଠ ନମୁନା ଦେଖାଇବାକୁ ହେବ। ପୁଣି ଏହି ଶୃଙ୍ଖଳା ଏକ ନୂଆ ଟ୍ରଫି 'ସଚିନ-ଆଣ୍ଡରସନ୍' ଟ୍ରଫି ପାଇଁ ଖେଳାଯିବ। ସେଥିପାଇଁ ଉଭୟ ଦେଶର ଟେଷ୍ଟ୍ ଇତିହାସରେ ଏହି ଶୃଙ୍ଖଳା ଢେର ଗୁରୁତ୍ବ ବହନ କରିବ। ପ୍ରଥମ ଥର ପାଇଁ ମଧ୍ୟ ଶୃଙ୍ଖଳାର ବିଜୟୀ ଅଧିନାୟକଙ୍କୁ ପଟୌଦି ମେଡାଲ ପ୍ରଦାନ କରାଯିବ। ଯାହା ଏହାକୁ ସ୍ମରଣୀୟ ଓ ସ୍ବତନ୍ତ୍ର କରିଛି।
ଇଣ୍ଡିଆ ( ଚୂଡ଼ାନ୍ତ ଏକାଦଶ ) - ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଧରସନ, ଶୁଭମାନ ଗିଲ (ଅଧିନାୟକ), ରିଷଭ ପନ୍ତ (ୱିକେଟ କିପର), କରୁଣ ନାୟାର, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା
ଇଂଲଣ୍ଡ (ଚୂଡ଼ାନ୍ତ ଏକାଦଶ) - ଜାକ କ୍ରାଉଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍ (ୱିକେଟ କିପର), କ୍ରିସ୍ ୱୁକସ୍, ବ୍ରାଇଡନ୍ କାର୍ସେ, ଜୋସ୍ ଟୁଙ୍ଗ, ଶୋଏବ ବଶୀର












Click it and Unblock the Notifications