Get Updates
Get notified of breaking news, exclusive insights, and must-see stories!

Ind vs Eng: ଚେନ୍ନାଇରେ ଅଶ୍ୱୀନଙ୍କ ଇତିହାସ, 114 ବର୍ଷ ପରେ ଏମିତି କରିବାରେ ପ୍ରଥମ ବୋଲର

ଟେଷ୍ଟ କ୍ରିକେଟରେ କୌଣସି ଇନିଂସର ପ୍ରଥମ ବଲରେ ୱିକେଟ୍ ନେବାରେ ସେ 3ୟ ସ୍ପିନର ହୋଇଛନ୍ତି । କାରଣ ଦକ୍ଷିଣ ଆଫ୍ରିକାର ବର୍ଟ ଭୋଗଲରଙ୍କ ଦୀର୍ଘ 114 ବର୍ଷ ପୂର୍ବେ ଏମିତି କାରନାମ କରିଥିଲେ ।

ଚେନ୍ନାଇ: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇ ଗ୍ରାଉଣ୍ଡରେ ଖେଳାଯାଉଛି । ଯେଉଁଠାରେ ଇଂଲଣ୍ଡ ଦଳ ବର୍ତ୍ତମାନ ଡ୍ରାଇଭର ସିଟରେ ବସିଛି । ତେବେ ଇଂଲଣ୍ଡକୁ ତାର 2ୟ ପାଳିରେ ମାତ୍ର 178ରନରେ ରୋକିଛନ୍ତି ଭାରତୀୟ ବୋଲର । ଯେଉଁଠି ରବିଚନ୍ଦ୍ରନ ଅଶ୍ୱୀନ ତାଙ୍କ କ୍ୟାରିଅରର 28 ତମ 5 ୱିକେଟ ହଲ ନେଇଛନ୍ତି ।

Ravichandran Ashwin

2ୟ ପାଳିରେ ଅଶ୍ୱିନ ନୂତନ ବଲରୁ ଟିମ୍ ଇଣ୍ଡିଆ ପାଇଁ ଖେଳ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ବଲରେ ସେ ୱିକେଟ ଅକ୍ତିଆର କରିଥିଲେ । ଯାହା ଦ୍ବାରା ସେ 114 ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ କ୍ରିକେଟରେ କୌଣସି ଇନିଂସର ପ୍ରଥମ ବଲରେ ୱିକେଟ୍ ନେବାରେ ସେ 3ୟ ସ୍ପିନର ହୋଇଛନ୍ତି । କାରଣ ଦକ୍ଷିଣ ଆଫ୍ରିକାର ବର୍ଟ ଭୋଗଲରଙ୍କ ଦୀର୍ଘ 114 ବର୍ଷ ପୂର୍ବେ ଏମିତି କାରନାମ କରିଥିଲେ । 1907 ମସିହାରେ ଓଭାଲରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭୋଗଲର ଏହି ସଫଳତା ହାସଲ କରିଥିଲେ। ସେହିପରି ଇଂଲଣ୍ଡର ବବି ପିଲ ସର୍ବପ୍ରଥମ ସ୍ପିନର ଯିଏକି 1888 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ମଞ୍ଚେଷ୍ଟରରେ ଇନିଂସରେ ଏପରି କରିଥିଲେ ।

ଅଶ୍ୱୀନ ଇଂଲଣ୍ଡର 2ୟ ପାଳିରେ ରୋରି ବର୍ନସ, ଡୋମ ସିବିଲି, ବେନ ଷ୍ଟୋକ୍ସ, ଡୋମ ବେସ, ଜୋଫ୍ରା ଆର୍ଚର ଏବଂ ଜେମସ ଆଣ୍ଡରସନଙ୍କୁ ପାଭିଲିଅନ ପଠାଇଥିଲେ । 61 ରନ ବ୍ୟୟରେ 6 ୱିକେଟ ହାସୱଲ କରିଛନ୍ତି ରବି । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ 178 ରନରେ ଅଟକି ଯିବାରୁ ଭାରତ ଆଗରେ 420 ରନ୍ ବିଜୟ ଲକ୍ଷ୍ୟ ସ୍ଥିର ହୋଇଛି। ଭାରତୀୟ ବୋଲରଙ୍କ ତାଲିକାରେ ଅଶ୍ୱିନ୍ କେବଳ ଅନୀଲ କୁମ୍ବଲେଙ୍କ ପଛରେ ଏହି ଫର୍ମାଟରେ ସର୍ବାଧିକ 5 ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+