ଭାରତ ଓ ଇଂଲଣ୍ଡ ମ୍ୟାଚ୍ ; ଆଜି ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

ଦୀର୍ଘଦିନର ବ୍ୟବଧାନ ପରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ପାଇଁ ଆଜି ଦୁଇ ଦଳ ଭୁବନେଶ୍ୱରରେ ପହଞ୍ଚିବେ। ଏଥିପାଇଁ କ୍ରିକେଟ ପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ତରଫରୁ ଉତ୍କଣ୍ଠା ଦେଖିବାକୁ ମିଳିଛି। ଟିକେଟ ବିକ୍ରି କେବେ ଠାରୁ ସରିଛି। କିନ୍ତୁ କ୍ରିକେଟ ପ୍ରେମୀ ଭାରତ -ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆକୁ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି।

India vs England match
ଆସନ୍ତା ୯ ତାରିଖରେ ଏହି ଅନ୍ତର୍ଜାତୀୟ ସିରିଜର ଦ୍ୱିତୀୟ ଦିନିକିଆରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଟକ ବାରବାଟୀରେ ଅନୁଷ୍ଠିତ ହେବ। ସେଥିପାଇଁ ସଜେଇ ହୋଇଛି ବାରବାଟୀ।
ଆଜି ସଂଧ୍ୟା ସମୟରେ କ୍ରିକେଟ ଖେଳାଳିଙ୍କୁ ଦେଖିବା ପାଇଁ ଏୟାରପୋର୍ଟ ଓ" ମେ ଫେୟାର "ଠାରେ ଅନେକ କ୍ରିକେଟ ପ୍ରେମୀଙ୍କ ଭିଡ଼ ପରିଲିଖିତ ହେବ। ଅତିଥିଙ୍କ ପାଇଁ "ମେ ଫେୟାର" ପ୍ରସ୍ତୁତ ରହିଛି। ସୁପର ସନ ଡେରେ ସୁପର ମୁକାବିଲା ପାଇଁ, କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।
ସ୍ଥାନୀୟ ମେ ଫେୟାର ଠାରେ ଆଜି ପହଞ୍ଚିବେ ଦୁଇ ଦଳ। ଏକ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ସହ ଦୁଇ ଦଳର ଖେଳାଳିଙ୍କୁ ଏୟାରପୋର୍ଟରୁ ମେ ଫେୟାର ଅଭିମୁଖେ ବାହାରିବେ। କାଲି ଅଭ୍ୟାସ କରିବେ ଦୁଇ ଦଳ। ରବିବାରର ମହାମୁକାବିଲାକୁ ଅପେକ୍ଷା।
ଖେଳାଳିଙ୍କ ଆସିବା ହେତୁ ପୁଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରକାଶ ଥାଉକି, ପ୍ରଥମ ମ୍ୟାଚକୁ ଭାରତ ଜିତି ନେଇ ,ସିରିଜରେ ୧-୦ ରେ ଆଗୁଆ ରହିଛି। ରବିବାର ଦ୍ୱିତୀୟ ଦିନିକିଆରେ ଦୁଇ ଦଳ ମୁହାଁମୁହିଁ ହେବେ। ସୁପର ସନ ଡେର ସୁପର ମ୍ୟାଚ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଆଣି ଦେଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+