IND vs ENG: ଇଂଲଣ୍ଡ ୩୧୯ ରନରେ ଅଲ୍ ଆଉଟ୍ , ପ୍ରଥମ ପାରିରେ ଭାରତ ୧୨୬ ରନରେ ଆଗୁଆ
ପ୍ରଥମ ପାରିରେ ଭାରତର ଅଗ୍ରଣୀ । ଭାରତ ୧୨୬ ରନରେ ଆଗୁଆ ରହିଛି । ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୪୪୫ ରନରେ ଆଉଟ୍ ହୋଇଥିଲା । ଏହାର ଜବାବରେ ଇଂଲଣ୍ଡ ୩୧୯ ରନରେ ଅଲ୍ ଆଉଟ୍ ହୋଇଛି । ଇଂଲଣ୍ଡ ତରଫରୁ ବେନ୍ ଡକେଟ ସର୍ବାଧିକ ୧୫୩ ରନ କରିଥିଲେ । ସେହିପରି ଭାରତ ପକ୍ଷରୁ ସିରାଜ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି ।
ଗତକାଲି ଇଂଲଣ୍ଡ ଦୁଇଟି ୱିକେଟ ହରାଇ ୨୦୭ ରନ କରିଥିଲ । ଆଉ ସେଠାରୁ ଖେଳ ଆରମ୍ଭ ହୋଇଥିଲା । ଖେଳିବା ଆରମ୍ଭ କରି ୧୧୨ ରନ୍ ଯୋଡ଼ି ବାକି ଆଠଟି ୱିକେଟ୍ ହରାଇଛି ଇଂଲଣ୍ଡ । ଅଶ୍ୱିନଙ୍କ ବିନା ଆସିଥିବା ଟିମ୍ ଇଣ୍ଡିଆର ବାକି ବୋଲରମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ଏବଂ ତାଙ୍କ ଅନୁପସ୍ଥିତିକୁ ହାତଛଡ଼ା କରିବାକୁ ଦେଇ ନଥିଲେ ।

କେବଳ ଦୁଇଟି ଅଧିବେଶନରେ ସମଗ୍ର ଇଂଲଣ୍ଡ ଦଳକୁ ହଟାଇ ଦିଆଯାଇଥିଲା । ଶୁକ୍ରବାର ଦିନ ଯେତେବେଳେ ବେନ୍ ଡକେଟ୍ ଏବଂ ଜୋ ରୁଟ୍ ବ୍ୟାଟିଂ କରୁଥିଲେ, କେହି ଭାବି ନଥିଲେ ଯେ ଇଂରାଜୀ ଦଳ ଏତେ କମ୍ ସ୍କୋର ଉପରେ ରହିବେ । ତେବେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ।












Click it and Unblock the Notifications