IND vs ENG: ପ୍ରଥମ ଇଂନିସରେ ୩୯୬ ରନରେ ଅଲ୍ଆଉଟ୍ ହେଲା ଭାରତ, ଜୈସ୍ବାଲଙ୍କ ଡବଲ୍ ସେଞ୍ଚୁରୀ
ବିଶାଖାପାଟନାମ୍ ଟେଷ୍ଟରେ ଭାରତ ୩୯୬ ରନରେ ଅଲଆଉଟ୍ ହୋଇଛି । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୧୦ ଓ୍ବିକେଟ୍ ହରାଇ ୩୯୬ ରନ ସଂଗ୍ରହ କରିଛି । ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଯଶସ୍ବୀ ଜୟସୱାଲ ୨୦୯ ରନର ବିଶାଳ ଇନିଂସ ଖେଳିଛନ୍ତି ।
ହେଲେ ଜୟସୱାଲଙ୍କ ବ୍ୟବୀତ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରି ନଥିଲେ । ବ୍ୟକ୍ତିଗତ ସ୍କୋର ଭାବେ ଶୁବମନ ଗିଲ୍ ସର୍ବାଧିକ ୩୪ ରନ ସଂଗ୍ରହ କରିଛନ୍ତି । ତାଙ୍କ ପରେ ରଜତ ପାଟିଦାର ୩୨ ରନ୍ର ଏକ ଛୋଟ ଇନିଂସ୍ ଖେଳିଥିଲେ ।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ, ଶୋଏବ ବସିର୍ ଓ ରେହମାନ ଅହମ୍ମଦ ୩ଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ସେହିପରି ଗତ ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ହିରୋ ସାଜିଥିବା ଟମ୍ ହାର୍ଟଲିଙ୍କୁ ଗୋଟିଏ ଓ୍ବିକେଟ୍ ମିଳିଛି ।
WTC ରେ ଭାରତରୁ ଚତୁର୍ଥ ଦ୍ୱିଶତକ
ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତ ପାଇଁ ଦ୍ୱିଶତକ ହାସଲ କରିଥିବା ଜୟସୱାଲ ଚତୁର୍ଥ ଖେଳାଳି ହୋଇଛନ୍ତି । ଜୟସୱାଲଙ୍କ ପୂର୍ବରୁ ମୟଙ୍କ ଅଗ୍ରୱାଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଦ୍ୱିଶତକ ହାସଲ କରିଥିଲେ। ଏଥି ସହିତ, ଚାରି ବର୍ଷ ପରେ ଏହା ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଜଣେ ବ୍ୟାଟ୍ସମ୍ୟାନ୍ ଦ୍ୱିଶତକ ହାସଲ କରିଛନ୍ତି ।
ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତ ପ୍ରଥମ ଇନିଂସରେ ୬ ଟି ୱିକେଟ୍ ହରାଇ 336 ରନ୍ ସଂଗ୍ରହ କରିଥିଲା। 179 ରନ୍ରେ ଜୟସୱାଲ ଏବଂ ରବିଚନ୍ଦ୍ରନ ଅଶ୍ୱିନ ପାଞ୍ଚ ରନ୍ରେ ଅପରାଜିତ ଥିଲେ ।
ବିଶାଖାପାଟନମରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ସେତେ ଭଲ ପ୍ରଦର୍ଶନ କରିନାହାନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଶୁବମାନ ଗିଲ ପୁଣି ଫ୍ଲପ୍
ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ ପୁଣି ଥରେ ଫ୍ଲପ୍ ହୋଇଥିଲେ । ଏହି ମ୍ୟାଚରେ ଶୁଭମାନ ଗିଲଙ୍କ ବ୍ୟାଟରୁ ରନ୍ ଆଶା କରାଯାଉଥିଲା । କିନ୍ତୁ ସେ ସୁଯୋଗର ସୁଯୋଗ ନେଇ ପାରିନଥିଲେ ଏବଂ ଶୀଘ୍ର ପାଭିଲିୟନକୁ ଫେରିଥିଲେ । ଟେଷ୍ଟର ଶେଷ ୧୨ ଇନିଂସରେ ଶୁଭମାନ ଗିଲ ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି ।












Click it and Unblock the Notifications