Ind vs Eng: ରୁଟ ରଚିଲେ ଇତିହାସ, ଶତକୀୟ ଟେଷ୍ଟରେ ବିଶଂତମ ଶତକ
ଦଳର ଇନ୍-ଫର୍ମ ଅଧିନାୟକ ଜୋ ରୁଟ୍ ତାଙ୍କର 100 ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଠି ରୁଟ ଶତକୀୟ ପାଳି ଖେଳିଥିବା ବେଳେ ଏହି ଶକତ ତାଙ୍କର ବିଂଶତମ ଶକତ ହୋଇଛି ।
ଚେନ୍ନାଇ: ଶୁକ୍ରବାର ସ୍ଥାନୀୟ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭ୍ରମଣକାରୀ ଇଂଲଣ୍ଡ ଦଳ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଛି । ଦଳର ଇନ୍-ଫର୍ମ ଅଧିନାୟକ ଜୋ ରୁଟ୍ ତାଙ୍କର 100 ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଠି ରୁଟ ଶତକୀୟ ପାଳି ଖେଳିଥିବା ବେଳେ ଏହି ଶକତ ତାଙ୍କର ବିଂଶତମ ଶକତ ହୋଇଛି । ଅନ୍ୟପଟେ 2021ରେ ଏହା ରୁଟଙ୍କ ଲାଗାତର 3ୟ ଶତକ ହୋଇଛି ।
ଅନ୍ୟପଟେ ଜୋ ରୁଟ୍ ତାଙ୍କର 100 ତମ ଟେଷ୍ଟ ମ୍ୟାଚରେ ଏହି ଶତକ ହାସଲ କରିବାରେ କେବଳ ପଞ୍ଚମ ଅଧିନାୟକ ହୋଇଛନ୍ତି । ଏହି ତାଲିକାରେ ଅଛନ୍ତି, କଲିନ୍ କାଉଡ୍ରେ, ଇନଜାମାମ ଉଲ୍ ହକ୍, ରିକି ପଣ୍ଟିଂ ଏବଂ ଗ୍ରାମ୍ ସ୍ମିଥ୍ ।

ସେହିପରି ରୁଟ୍ 2012-13 ଗସ୍ତରେ ଭାରତ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ 2016 ରେ ବିଶାଖାପାଟନମରେ ତାଙ୍କର 50 ତମ ଟେଷ୍ଟ ଖେଳିଥିଲେ। 100 ତମ ଟେଷ୍ଟରେ ଶତକ ସ୍କୋର କରିବାରେ କଲିନ୍ କାଉଡ୍ରି ଏବଂ ଆଲେକ୍ ଷ୍ଟୁଆର୍ଟଙ୍କ ପରେ ରୁଟ୍ ତୃତୀୟ ଇଂଲଣ୍ଡ ଖେଳାଳି ହୋଇଛନ୍ତି ।
ଭାରତରେ ତାଙ୍କର 13 ତମ ଟେଷ୍ଟ ଇନିଂସ ଖେଳି ଜୋ ରୁଟ୍ 747 ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ସାମିଲ ଅଛି 2 ଶତକ ଏବଂ 5ଟି ଅର୍ଦ୍ଧଶତକ । ସେହିପରି ରୁଟ ଖେଳିଥିବା 7ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ପ୍ରତି ମ୍ୟାଚରେ 50ରୁ ଉର୍ଦ୍ଧ୍ବ ରନ ସ୍କୋର କରିଛନ୍ତି ।












Click it and Unblock the Notifications