India Vs England: ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇଲା ଭାରତ; ୭.୧ ଓଭର ପୂର୍ବରୁ ଜିତିଲା
ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତର ବଡ ବିଜୟ । ଇଂଲଣ୍ଡକୁ ୭ ୱିକେଟ୍ରେ ହାରାଇଲା ଟିମ୍ ଇଣ୍ତିଆ । ୧୩୩ ରନ୍ର ଟାର୍ଗେଟ୍କୁ ପିଛା କରି ଟିମ୍ ଇଣ୍ତିଆ ୭ ୱିକେଟ୍ରେ ବିଜୟ ହାସଲ କରିଛି । କୋଲକାତାର ଇଡେନ ଗାର୍ଡେନରେ ଘାଇଲା କରି ୫ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ଟିମ୍ ଇଣ୍ତିଆ ।
ସିରିଜ୍କୁ ହାତେଇବାକୁ ଆଗକୁ ପାଦେ ବଢିଲା ସୂର୍ଯ୍ୟ ବାହିନୀ । ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଘାଇଲା ହୋଇଥିଲା ଇଂଲଣ୍ଡ । ଅଭିଷେକ ଶର୍ମା ୩୪ ବଲ୍ରେ ୭୯ ରନ୍ କରିଥିବା ବେଳେ ୨୦ ବଲ୍ରେ ୨୬ ରନ୍ କରିଥିଲେ ସଞ୍ଜୁ ସାମସନ । ଇଂଲଣ୍ଡର ଜୋଫ୍ରା ଆର୍ଚର ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି।

ପ୍ରଥମେ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ଟିମ୍ ଇଣ୍ତିଆର ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା । ଇଂଲଣ୍ତ ଅଧିନାୟକ ଜସ୍ ବଟଲର୍ ସର୍ବାଧିକ ୪୪ ବଲ୍ରୁ ୬୮ ରନ୍ କରିଥିବା ବେଳେ ୮ ଜଣେ ବ୍ୟାଟ୍ର ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
ଟିମ୍ ଇଣ୍ତିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ ଅକ୍ସର ପଟେଲ (ଉପଅଧିନାୟକ) ୨ଟି ୱିକେଟ୍ ନେଇଥିଲେ












Click it and Unblock the Notifications