ଭାରତ ବନାମ ଇଂଲଣ୍ଡ: ଗିଲଙ୍କ ୨୬୯ ରନ, ୫୮୭ରେ ଅଲଆଉଟ ହେଲା ଭାରତ
ଅଧିନାୟକ ଭାବେ ଶୁବମନ ଗିଲ୍ଙ୍କ ରେକର୍ଡ ଭରା ଦ୍ବିଶତକ (୨୬୯ ରନ୍, ୫୦୯ ମିନିଟ୍, ୩୮୭ ବଲ୍, ୩୦ ଚୌକା, ୩ ଛକା) ପରେ ବୋଲର୍ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି।
ରବୀନ୍ଦ୍ର ଜାଡ଼େଜା (୮୯)ଙ୍କ ସହ ମିଶି ଦ୍ବିଶତକୀୟ (୨୦୩) ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଭାରତର ପ୍ରଥମ ପାଳି ୫୮୭ ରନ୍ରେ ଶେଷ ହୋଇଛି। ଜବାବରେ ଇଂଲଣ୍ଡ ୨୫ ରନ୍ ଭିତରେ ୩ ୱିକେଟ୍ ହରାଇ (ଡକେଟ୍, ପୋପ୍, କ୍ରଲି) ପ୍ରାରମ୍ଭିକ ସଙ୍କଟ (୭୭/୩)ରେ ପଡ଼ିଛି।
ଗୁରୁବାର ଭାରତ ୩୧୦/୫ରୁ ଖେଳିବା ପରେ ଦିନତମାମ ଇଂଲଣ୍ଡ ବୋଲର୍ଙ୍କୁ ନୟାନ୍ତ କରିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ରବୀନ୍ଦ୍ର ଜାଡ଼େଜା ମାତ୍ର ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଟଙ୍ଗ୍ ବଡିଲାଇନ୍ ସର୍ଟ ପିଚ୍ ପରୀକ୍ଷାରେ ଶିକାର କରି ନେଇଥିଲେ। ସେହିଭଳି ଚା'ପାନ ବିରତି ପୂର୍ବରୁ ୱାସିଂଟନ୍ ସୁନ୍ଦରଙ୍କୁ ବି ଅର୍ଦ୍ଧଶତକ କରାଇ ଦେଇନଥିଲେ ଜୋ ରୁଟ୍। ବ୍ୟାଟିଂ କମାଲ ଉଦାହରଣ ସହ ଦଳର ନେତୃତ୍ବ ନେଇଥିବା ଗିଲ୍ ଏକାଧିକ ରେକର୍ଡ କରିଥିଲେ।
ଉଭୟ ଟେଷ୍ଟ୍ ଓ ଦିନିକିଆରେ ଦ୍ବିଶତକ ଅର୍ଜନ କରିବାରେ ବିଶ୍ବର ପଞ୍ଚମ ଖେଳାଳି ହୋଇଥିଲେ। ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ରୋହିତ ଶର୍ମା ଓ କ୍ରିସ୍ ଗେଲ୍ ଏହି କ୍ଲବ୍ର ସଦସ୍ୟ ଥିଲେ। ସେହିଭଳି ଦେଶ ବାହାରେ ସର୍ବୋଚ୍ଚ ପାଳି ଖେଳିବାରେ ଗିଲ୍ (୨୬୯) କେବଳ ବୀରେନ୍ଦ୍ର ସେହବାଗ (୩୦୯, ମୁଲତାନ) ଓ ରାହୁଲ ଦ୍ରାବିଡ଼ (୨୭୦, ରାୱଲପିଣ୍ଡି)ଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି। ସେହବାଗ ଓ ଦ୍ରାବିଡ଼ ୨୦୦୪ ପାକିସ୍ତାନ ଗସ୍ତରେ ଏହା କରିଥିଲେ। ପ୍ରଥମ ପାଳିରେ ଭାରତ ପ୍ରଥମ ୫ ୱିକେଟ୍ ହରାଇବା ପରେ ୩୭୬ ରନ୍ ଅଧିକ ଯୋଡ଼ିବା ଏକ ଭାରତୀୟ ରେକର୍ଡ ହୋଇଛି। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍ରେ ଭାରତ ପୂର୍ବରୁ ସର୍ବାଧିକ ୩୭୦ ରନ୍ କରିଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୫୧ ଓଭରରେ ୫୮୭ (ଶୁବମନ ଗିଲ୍-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ୱାସିଂଟନ୍ ସୁନ୍ଦର-୪୨, ସୋଏବ ବଶିର-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍-୨/୧୧୯, ଜୋ ରୁଟ୍-୧/୨୦, ବେନ୍ ଷ୍ଟୋକ୍ସ-୧/୭୪, ବ୍ରାଇଡେନ୍ କାର୍ସ-୧/୮୩)। ଇଂଲଣ୍ଡ ପ୍ରଥମ ପାଳି: ୨୦ ଓଭରରେ ୭୭/୩ (ଜୋ ରୁଟ୍-୧୮*, ହ୍ୟାରି ବ୍ରୁକ୍-୩୦*, ଆକାଶ ଦୀପ-୨/୩୬, ମହମ୍ମଦ ସିରାଜ-୧/୨୧)।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି












Click it and Unblock the Notifications