ଫେବୃଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ: ଜାଣନ୍ତୁ ଟିକେଟର ମୂଲ୍ୟ କେତେ ?
ଆସନ୍ତା ଫେବୃଆରୀ ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଏହି ପରିପ୍ରେକ୍ଷୀରେ ରବିବାର ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦାମ୍ ଧାର୍ଯ୍ୟ ହୋଇଛି । ଷ୍ଟାଡିୟମର ୧ ନମ୍ବର, ୩ ନମ୍ବର, ୬ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସେହିପରି ୨ ଏବଂ ୪ନଂ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ ୧ ହଜାର ଟଙ୍କା ରହିଥିବା ବେଳେ ୫ ନମ୍ବର ଗ୍ୟାଲେରୀ ପାଇଁ ୧୫ ଶହ ଟଙ୍କା ରହିଛି। ୭ ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ ୮ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଏପରିକି ଏସି୍ ବକ୍ସ ୯ ହଜାର ଟଙ୍କା ରହିଥିବା ବେଳେ କର୍ପୋରେଟ ବକ୍ସ ୨୦ ହଜାର, ନ୍ୟୁ- ପାଭିଲିଅନର ୧୦ ହଜାର ରହିଛି ।













Click it and Unblock the Notifications