ତୃତୀୟ ଟି୨୦ ଜିତିଲା ଇଂଲଣ୍ଡ; ୨୬ ରନରେ ହାରିଲା ରହିଗଲା ଟିମ୍ ଇଣ୍ଡିଆ

ତୃତୀୟ ଟି୨୦ ଜିତିଲା ଇଂଲଣ୍ଡ । ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଇଂଲଣ୍ଡ ୨୬ ରନରେ ଭାରତକୁ ପରାସ୍ତ କରିଛି । ଇଂଲଣ୍ଡ ୨୦ ଓଭରରେ ୯ ଉଇକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୪୫ ରନରେ ସୀମିତ ରହିଥିଲା।

ତୃତୀୟ ଟି-୨୦ରେ ବାଜିମାରିନେଲା ଇଂଲଣ୍ଡ। ଏହି ମ୍ୟାଚକୁ ଇଂଲଣ୍ଡ ୨୬ ରନ୍‌ରେ ଜିତିନେଇଛି। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ଫିଲଡିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟରେ ୧୭୧ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ।

India vs England

ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା।

ଅଭିଷେକ ଶର୍ମା ୨୪ ରନ୍ କରିଥିବାବେଳେ ସୂର୍ୟ୍ୟକୁମାର ଯାଦବ ୧୪ ରନ୍ କରିଥିଲେ। ସେହିପରି ତିଲକ ବର୍ମା ୧୮ ରନ୍, ଅକ୍ଷର ପଟେଲ ୧୫ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ। ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+