IND vs ENG: ଆଜିଠୁ ଲର୍ଡ୍ସରେ 2ୟ ଟେଷ୍ଟ, କଣ ହେବ ଭାରତୀୟ ଏକାଦଶ ?

ଆଜି (ଗୁରୁବାର) ଠାରୁ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ଇଂଲଣ୍ଡ 2ୟ ଟେଷ୍ଟ ମ୍ୟାଚ । ପ୍ରଥମ ମ୍ୟାଚରେ ଭାରତ ନିଶ୍ଚିତ ବିଜୟ ବର୍ଷା ଦ୍ବାରା ଧୋଇ ଗାଲା ପରେ 2ୟ ମ୍ୟାଚ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ ।

ଲର୍ଡ୍ସ: ଆଜି (ଗୁରୁବାର) ଠାରୁ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ଭାରତ ବନାମ ଇଂଲଣ୍ଡ 2ୟ ଟେଷ୍ଟ ମ୍ୟାଚ । ପ୍ରଥମ ମ୍ୟାଚରେ ଭାରତ ନିଶ୍ଚିତ ବିଜୟ ବର୍ଷା ଦ୍ବାରା ଧୋଇ ଗାଲା ପରେ 2ୟ ମ୍ୟାଚ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ । ଏପରି ସ୍ଥଳେ ଆଜି ଦଳୀୟ ଚୁଡାନ୍ତ ଏକାଦଶ କଣ ରହିବା ତାହା ଉପରେ ସମସ୍ତଙ୍କ ନଜର ରହିଛି ।

IND vs ENG

ତେବେ କ୍ୟାପଟେନ ବିରାଟ କୋହଲି ତାଙ୍କର ଶ୍ରେଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳୀୟ ଏକାଦଶରେ ସ୍ଥାନ ଦେଇ ପାରନ୍ତି । କାରଣ ଶାର୍ଦ୍ଦୁଲ ଠାକୁରଙ୍କ ହାମଷ୍ଟ୍ରିଂ ଆଘାତ ହେତୁ ମ୍ୟାଚରୁ ବାଦ୍ ପଡିଛନ୍ତି । ଅନ୍ୟପଟେ ଦଳ ଲୋ-ଅର୍ଡର ବ୍ୟାଟିଂ ସନ୍ତୁଳନକୁ ମଧ୍ୟ ଚିନ୍ତାର କାରଣ ସାଜିଛି ।

ଟ୍ରେଣ୍ଟ୍‌ବ୍ରିଜ୍‌ ଟେଷ୍ଟ୍‌ରେ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲା ବେଳେ ଆଗଧାଡ଼ିର ବ୍ୟାଟିଂ ନୈରାଶ୍ୟଜନକ ଥିଲା । ମୁଖ୍ୟତଃ ଅଧିନାୟକ ବିରାଟ କୋହଲି, ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରହାଣେଙ୍କ ବ୍ୟାଟିଂ ନିମ୍ନମାନର ରହିଥିଲା । କୋହଲି, ପୁଜାରା ଓ ରହାଣେ ଯଥାକ୍ରମେ ସେହି ଟେଷ୍ଟ୍‌ରେ ୦, ୪ ଓ ୫ ରନ୍‌ ଲେଖାଏଁ କରିଥିଲେ । ତଥାପି ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସାଙ୍ଗକୁ ମହମ୍ମଦ ସିରାଜ ଓ ଶାର୍ଦୁଲ ଠାକୁରଙ୍କ ପ୍ରଦର୍ଶନ ବଳରେ ପ୍ରଥମ ଟେଷ୍ଟ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା । ଯଦି ପରବର୍ତୀ ୪ ଟେଷ୍ଟ ସେହିଭଳି ସଂଘର୍ଷପୂର୍ଣ୍ଣ ରହେ ତାହାଲେ ପୂରା ଶୃଙ୍ଖଳା ଦର୍ଶକଙ୍କ ପାଇଁ ଉପଭୋଗ୍ୟ ହୋଇପାରିବ ବୋଲି କୁହାଯାଉଛି ।

ସେପେଟ ଆଣ୍ଡରସନ୍ ଓ ବ୍ରଡ୍ ଆହତ ହେବା ଇଂଲଣ୍ଡ ଚିନ୍ତା ବଢ଼ାଇ ଦେଇଛି। ପ୍ରଥମ ଟେଷ୍ଟରେ ଭାରତ ଅପେକ୍ଷା ଇଂଲଣ୍ଡ ଅଧିକ ଚାପରେ ରହିଥିବାବେଳେ ଘରୋଇ ଦଳ ଉନ୍ନତ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଲର୍ଡସରେ ଉଭୟ ଦଳ ତିନିବର୍ଷ ତଳେ ଶେଷ ଥର ପାଇଁ ଟେଷ୍ଟ୍ ଖେଳିଥିଲେ।

ସ୍କ୍ବାଡ୍

  • ଭାରତ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ମାୟାନକ ଅଗ୍ରୱାଲ, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଆକ୍ସାର ପଟେଲ, ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା, ମୋହଦ୍ ଶାମି, ଏମ୍। ସିରାଜ, ଉମେଶ ଯାଦବ, କେ.ଏଲ୍ ରାହୁଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ଅଭିମନ୍ୟୁ ଏସୱାରନ୍, ପୃଥ୍ବୀ ଶ, ସୂର୍ଯ୍ୟକୁମାର ଯାଦବ।
  • ଇଂଲଣ୍ଡ: ଜୋ ରୁଟ୍ (କ୍ୟାପଟେନ୍), ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ, ଡୋମ ବେସ, ମୋଇନ ଅଲି, ରୋରୀ ବର୍ନସ, ଜୋସ ବଟଲର, ଜାକ କ୍ରାଉଲି, ସାମ କୁରାନ, ହାସିବ ହେମିଡ, ଡାନ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନ୍ସନ୍, ଡୋମ୍ ସିବିଲି, ମାର୍କ ଉଡ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+