Ind vs Eng: ଦ୍ୱିତୀୟ ଟେଷ୍ଟରେ 50 ପ୍ରତିଶତ ପ୍ରଶଂସକଙ୍କୁ ଅନୁମତି

ଫେବୃଆରୀ 13 ରୁ ସମାନ ଭେନ୍ୟୁରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ।

ଚେନ୍ନାଇ: ଯଦିଓ ଫେବୃଆରୀ 5 ରେ ଚେନ୍ନାଇରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷରେ ଭାରତର ଚାରି ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜର ପ୍ରଥମ ଟେଷ୍ଟ ବିନା ଦର୍ଶକରେ ଅନୁଷ୍ଠିତ ହେବ । ମାତ୍ର ଫେବୃଆରୀ 13 ରୁ ସମାନ ଭେନ୍ୟୁରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ।

Ind vs Eng

ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ) ସଚିବ ଆର.ଏସ୍ ରାମାସାମି ଏନେଇ ସୂଚନା ଦେଇଛନ୍ତି । "ଦ୍ୱିତୀୟ ଟେଷ୍ଟ ପାଇଁ ଆମ ପାଖରେ 50% ଭିଡ ରହିବ" ବୋଲି ରାମାସାମି ANI ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି । ଏହାପୂର୍ବରୁ ବିସିସିଆଇର ଜଣେ ଅଧିକାରୀ ଏନେଇ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଥିଲେ ଯେ, ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ପାଇଁ ମୋଟେରା ଷ୍ଟାଡିୟମ ଭିତରେ ଦର୍ଶକଙ୍କୁ ବସିବା ପାଇଁ ଅନୁମତି ଦିଆଯିବ ।

Ind vs Eng

4 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବର ଷ୍ଟାଡିୟମରେ ଖେଳାଯିବ । ସେହିପରି ତୃତୀୟ ଏବଂ ଚତୁର୍ଥ ଟେଷ୍ଟ ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃତ ଷ୍ଟାଡିୟମ ମୋଟେରାରେ ଖେଳାଯିବ । ଉଲ୍ଲେଖଥାଉ କି, ଇଂଲଣ୍ଡ ବିପକ୍ଷ ଏହି 4 ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜରୁ ଭାରତରେ ଘରୋଇ କ୍ରିକେଟ ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+