Ind vs Eng: ଭାରତର ଆରମ୍ଭ ହେଲା ଅନ୍ତର୍ଜାତୀୟ କ୍ରିକେଟ, ଟସ ହାରିଲେ ବିରାଟ କୋହଲି
ଅନ୍ତର୍ଜାତୀୟ କ୍ରିକେଟ୍ ଭାରତକୁ ଫେରିଛି। 380 ଦିନ ପରେ ଏହା ଏପରି ପ୍ରତ୍ୟାବର୍ତ୍ତନ ହୋଇଛି । ଇଂରାଜୀ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଚେନ୍ନାଇ: ଆଜି ଚେନ୍ନାଇର ଏମ ଚିଦାମ୍ୱରମ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ ମଧ୍ୟରେ 4 ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଅନ୍ତର୍ଜାତୀୟ କ୍ରିକେଟ୍ ଭାରତକୁ ଫେରିଛି। 380 ଦିନ ପରେ ଏହା ଏପରି ପ୍ରତ୍ୟାବର୍ତ୍ତନ ହୋଇଛି । ଇଂରାଜୀ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଲେଖାଯିବା ବେଳେ ଭ୍ରମଣକାରୀ ଇଂଲଣ୍ଡ ଦଳ ବିନା କୌଣସି ୱିକେଟ ହରାଇ 23 ଓଭର ଖେଳ ଶେଷ ସୁଦ୍ଧା 63 ରନ କରିଛି ।
ତେବେ ମ୍ୟଚର ଠିକ ପୂର୍ବରୁ ଭାରତୀୟ ଚୁଡାନ୍ତ ଏକାଦଶ ଘୋଷଣା କରାଯାଇଥିଲା । ଯାହା ସମସ୍ତଙ୍କୁ ଚକିତ କରିଛି । କାରଣ ଅଭିଜ୍ଞ ସ୍ପିନର କୁଳଦୀପ ଯାଦାବଙ୍କୁ ବେଞ୍ଚରେ ବସାଯାଇଥିବା ବେଳେ ଦଳୟୀ ଏକାଦଶରେ ସ୍ଥାନ ମିଳିଛି ଶାହାବାଜ ନଦିମଙ୍କ ପରି ଯୁବ ସ୍ପିନରଙ୍କୁ । ସେପଟେ ଆହାତ କରାଣରୁ ଟିମରୁ ବାଦ ପଡିଛନ୍ତି ସ୍ପିନର ଅକ୍ସର ପଟେଲ ।

ଏହା ବ୍ୟତୀତ କୋହଲିଙ୍କ ଆଗମନ ପରେ ମାୟଙ୍କ ଅଗ୍ରୱାଲ ଦଳୟୀ ଏକାଦଶରୁ ବାଦ ଦିଆଯାଇଛି । ବ୍ୟାଟିଂରେ ବାକି ଦଳ ସମାନ ରହିଛି, ଯାହା ଗାବା ଟେଷ୍ଟରେ ହୋଇଥିଲା । ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ସ୍ପିନ୍ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି | ଦ୍ରୁତ ବୋଲିଂରେ ବୁମରାଙ୍କ ଅଛନ୍ତି ଇଶାନ୍ତ ଶର୍ମା । ଭାରତୀୟ ମାଟିରେ ବୁମରାଙ୍କର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍ ହେବ ।
ଅନ୍ୟପକ୍ଷରେ ଆହତ ଜ୍ୟାକ୍ କ୍ରୋଲେଙ୍କ ସ୍ଥାନରେ ଇଂଲଣ୍ଡ ଦଳ ଡାନିଏଲ୍ ଲରେନ୍ସଙ୍କ ସ୍ଥାନ ଦେଇଛି। ଦ୍ରୁତ ବୋଲିଂରେ ଷ୍ଟୁଆର୍ଟ ବ୍ରଡ ଏବଂ ଜେମ୍ସ ଆଣ୍ଡରସନଙ୍କ ଯୋଡି ଦେଖାଯିବ ନାହିଁ କାରଣ ଆଣ୍ଡରସନଙ୍କ ସହ ଆର୍ଚରଙ୍କୁ ସ୍ଥାନିତ କରାଯାଇଛି। ଇଂରାଜୀ ଅଧିନାୟକ ଜୋ ରୁଟଙ୍କର ଏହା ହେଉଛି 100 ତମ ଟେଷ୍ଟ ।
Team News:
Here are the playing XIs for the first @Paytm #INDvENG Test in Chennai. 👇 #TeamIndia pic.twitter.com/rdRjem36Ft
— BCCI (@BCCI) February 5, 2021
ଉଭୟ ଦଳର ଏକାଦଶ-
- ଭାରତୀୟ ଚୁଡାନ୍ତ ଏକାଦଶ- ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ରବିଚନ୍ଦ୍ରନ୍ ଅଶ୍ୱିନ୍, ଇଶାନ୍ତ ଶର୍ମା, ଜସପ୍ରୀତ ବୁମରା, ଶାହବାଜ ନଦିମ ।
- ଇଂଲଣ୍ଡ ଚୁଡାନ୍ତ ଏକାଦଶ - ରୋରୀ ବର୍ନସ୍, ଡୋମିନିକ୍ ସିବିଲି, ଡାନିଏଲ୍ ଲରେନ୍ସ , ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍, ଜସ୍ ବଟଲର (ୱିକେଟକିପର), ଡୋମିନିକ୍ ବେସ୍, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ୍ ।












Click it and Unblock the Notifications