T20 World Cup 2024: ବର୍ଷା ଯୋଗୁ ଧୋଇ ହୋଇଗଲା ଟିମ ଇଣ୍ଡିଆର ଶେଷ ଗ୍ରୁପ ମ୍ୟାଚ୍‌

ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁ ଧୋଇ ହୋଇଗଲା ଟିମ ଇଣ୍ଡିଆର ଶେଷ ଗ୍ରୁପ ମ୍ୟାଚ୍‌। ପୂର୍ବରୁ ସୁପର ୮ରେ ପ୍ରବେଶ କରି ସାରିଥିବା ଭାରତ ଆଜି ଫ୍ଲରିଡାରେ କାନାଡାକୁ ଭେଟିବାର ଥିଲା। ତେବେ ବର୍ଷା ଓ ଓଦା ଅଉଟ ଫିଲ୍ଡ ଯୋଗୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଏହାର ଅର୍ଥ ଭାରତର ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ୮କୁ ଯାଇଛି। ଏବେ ସୁପର ୮ରେ ମ୍ୟାଚ୍‌ ଗୁଡ଼ିକ ଭାରତୀୟ ଟିମ ୱେଷ୍ଟଇଣ୍ଡିଜରେ ଖେଳିବ।

ଭାରତ ତା'ର ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା। ଏହାପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ରନରେ ଓ ତୃତୀୟ ମ୍ୟାଚ୍‌ରେ ଆମେରିକାକୁ ୭ ୱିକେଟରେ ପରାସ୍ତ କରିଥିଲା। ଗ୍ରପ୍‌ ଏ'ରେ ପୂର୍ବରୁ ଭାରତ ଏବଂ ଆମେରିକା ଦଳ ସୁପର-୮ରେ ପହଞ୍ଚି ସାରିଛନ୍ତି। ଏଥି ସହିତ କାନାଡା, ପାକିସ୍ଥାନ ଏବଂ ଆୟର୍ଲାଣ୍ଡର ଦଳଗୁଡିକ ଗ୍ରୁପ୍ ପର୍ଯ୍ୟାୟରୁ ବାହାରି ସାରିଛନ୍ତି।

India vs Canada

ଫ୍ଲୋରିଡାର ଲାଉଡରହିଲ୍‌ର ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବର୍ଷା ପାଇଁ ଟସ୍‌ ପଡିବା ବି ସମ୍ଭବ ହୋଇନଥିଲା। ପ୍ରବଳ ବର୍ଷା ପରେ ପିଚ୍‌ ଓ ଆଉଟ ଫିଲ୍ଡର ଅବସ୍ଥା ଯାହା ଥିଲା, ସେଥିରେ ଖେଳିବା ସମ୍ଭବ ନୁହେଁ। ଏଣୁ ମ୍ୟାଚ୍‌ ରେଫରି ମ୍ୟାଚକୁ ବାତିଲ ଘୋଷଣା କରିଛନ୍ତି।

ଗତକାଲି ଆମେରିକା ଓ ଆୟର୍ଲ୍ୟାଣ୍ଡ ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏଥିଯୋଗୁ ଆମେରିକା ଗ୍ରୁପ ଏରୁ ଭାରତ ସହ ସୁପର ୮କୁ ଯାଇଛି। ପାକିସ୍ତାନ ଚଳିତ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି। ଗ୍ରୁପ ପର୍ଯ୍ୟାୟରେ ଦଳ ଭାରତ ଓ ଆମେରିକା ଠାରୁ ହାରିବାରୁ ବାହାରର ରାସ୍ତା ଦେଖିଛି।

ସୁପର ୮ରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଡି ଗ୍ରୁପରୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ବାଂଲାଦେଶ/ନେଦରଲ୍ୟାଣ୍ଡ୍ସ ସହ ହୋଇପାରେ। ସୁପର ୮ ମୁକାବିଲା ଗୁଡ଼ିକ ୧୯ ଜୁନରୁ ଆରମ୍ଭ ହୋଇ ଜୁନ ୨୪ ଯାଏ ଚାଲିବ।

ସୁପର ୮କୁ ଯୋଗ୍ୟତା ଅର୍ଜନ କରି ସାରିଥିବା ଅନ୍ୟ ଦଳଗୁଡ଼ିକ ହେଲେ-ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆମେରିକା ଓ ଇଂଲଣ୍ଡ/ସ୍କଟଲ୍ୟାଣ୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+