Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା; ଦଳରେ କିଏ କିଏ ?

ବାଂଲାଦେଶ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ପାଇଁ ଆଜି ବିସିସିଆଇ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି । ଏହି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ, ଋଷଭ ପନ୍ତ ଓ ଯଶସ୍ୱୀ ଜୈସୱାଲଙ୍କ ଭଳି ଖେଳାଳି ନାହାନ୍ତି ।

ଅକ୍ଟୋବର ୬ରୁ ଗ୍ୱାଲିୟରରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ପୂର୍ବଭଳି ସୂର୍ଯ୍ୟ କୁମାର ଯାଦବ ଭାରତର କମାଣ ସମ୍ଭାଳିବେ । ଦୀର୍ଘ ଦିନ ପରେ ଘରୋଇ କ୍ରିକେଟକୁ ଫେରି ଶତକ ହାସଲ କରିଥିବା ଈଶନ କିଶନଙ୍କୁ ମଧ୍ୟ ପୁଣିଥରେ ଅଣଦେଖା କରାଯାଇଛି ।

ତେବେ ଦଳରେ ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି। ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳିଥିବା ମୟଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଟିମରେ ପ୍ରଥମଥର ସୁଯୋଗ ପାଇଛନ୍ତି।

ଲକ୍ଷ୍ନୌ ପାଇଁ ୨୦୨୪ ଆଇପିଏଲରେ ସେ ଆହତ ହେବା ପୂର୍ବରୁ ୪ଟି ମ୍ୟାଚ୍‌ରେ ୭ ୱିକେଟ ନେଇଥିଲେ । ଏବେ ୨୨ ବର୍ଷୀୟ ମୟଙ୍କ ଯାଦବଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି ।

india vs Bangladesh

ସେହିପରି ଦୀର୍ଘ ୩ ବର୍ଷ ପରେ ଭାରତୀୟ ଟି-୨୦ ଟିମକୁ ଫେରିଛନ୍ତି ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ। ୨୦୨୧ରେ ସେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ସେହିବର୍ଷ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ୟୁଜି ଚହଲଙ୍କ ବଦଳରେ ସାମିଲ କରାଯାଇଥିଲା। କିନ୍ତୁ ଫିଟନେସ ଯୋଗୁ ତାଙ୍କୁ ଭାରତୀୟ ଟିମରକୁ ବାହାରେ ରହିବାକୁ ପଡ଼ିଥିଲା।

୨୦୨୩ ଆଇପିଏଲରେ ସେ ୨୦ଟି ଓ ୨୦୨୪ ଆଇପିଏଲରେ ୨୧ ୱିକେଟ ନେଇଥିଲେ। ଆଇପିଏଲରେ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ଏବେ ବାଂଲାଦେଶ ବିପକ୍ଷ ଟି-୨୦ ସ୍କ୍ୱାଡକୁ ଡକରା ମିଳିଛି।

ଆଫଗାନିସ୍ତାନ ବିପକ୍ଷ ଟି-୨୦ରେ ନଜର ଆସିଥିବା ଜିତେଶ ଶର୍ମା ପୁଣି କମବ୍ୟାକ କରିଛନ୍ତି। ଆହତ ସମସ୍ୟା ପାଇଁ ଜିମ୍ବାୱେ ଟୁରରୁ ବାଦ ପଡ଼ିଥିବା ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମଧ୍ୟ ୧୫ ଜଣିଆ ସ୍କ୍ୱାଡରେ ରହିଛନ୍ତି।

ଭାରତ ଓ ବାଂଲଦେଶ ମଧ୍ୟରେ ୩ ଟିକିଆ ସିରିଜର ପ୍ରଥମ ୬ ଅକ୍ଟୋବରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟଟି ୯ ତାରିଖରେ ଓ ଶେଷ ଟି-୨୦ ୧୨ ତାରିଖରେ ଅନୁଷ୍ଠିତ ହେବ।

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ମୟଙ୍କ ଯାଦବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+