Get Updates
Get notified of breaking news, exclusive insights, and must-see stories!

IND vs BAN: ଆଜି ତୃତୀୟ ଟି୨୦, କ୍ଲିନ ସୁଇପ ଲକ୍ଷ୍ୟରେ ଭରତ

ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ୨ଟି ମ୍ୟାଚ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ସାରିଛି। ତେଣୁ ଆସନ୍ତା ମ୍ୟାଚରେ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି।

ଦିଲ୍ଲୀରେ ଅନୁଷ୍ଠିତ ଗତ ମ୍ୟାଚରେ ନୀତୀଶ କୁମାର ରେଡ୍ଡୀ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କ ଉପରେ ନଜର ରହିବ। ସେହିପରି ଦ୍ରୁତ ବୋଲର ମୟଙ୍କ ଯାଦବ ଓ ସଫଳ ପ୍ରତ୍ୟାବର୍ତ୍ତନକାରୀ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ପ୍ରଭାବୀ ବୋଲିଂ କରିବାରେ ସକ୍ଷମ ହୋଇଛନ୍ତି। ଓପନିଂକୁ ନେଇ ଭାରତର ଚିନ୍ତା ରହିଛି। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ କ୍ଲିକ୍‌ କରିନାହାନ୍ତି। ଚଳିତ ସିରିଜରେ ସାମସନଙ୍କୁ ଇନିଂସ ଓପନର ସୁଯୋଗ ମିଳିଛି। ବିସ୍ଫୋରକ ବ୍ୟାଟିଂ ଜରିଆରେ ପାଓ୍ବାର ପ୍ଲେର ଫାଇଦା ନେବାକୁ ତାଙ୍କ ନିକଟରେ ସୁଯୋଗ ରହିଛି। ମାତ୍ର ୨ଟି ମ୍ୟାଚରେ ସେ ୧୯ବଲ୍‌ରୁ ୨୯ ଓ ୭ ବଲ୍‌ରୁ ୧୦ ରନ କରିବାକୁ ସକ୍ଷମ ହୋଇଛନ୍ତି।

India vs Bangladesh

ତେଣୁ ଆଗାମୀ ମ୍ୟାଚରେ ଦ୍ୱିତୀୟ ପସନ୍ଦ ଉଇକେଟ କିପର ଜୀତେଶ ଶର୍ମାଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ପଡ଼ିପାରେ। ସେହିପରି ଧୂଆଁଧାର ବ୍ୟାଟିଂ ପାଇଁ ପରିଚିତ ଅଭିଷେକ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେ ୨ ମ୍ୟାଚରେ ଯଥାକ୍ରମେ ୧୫ ଓ ୧୬ ରନ କରିଛନ୍ତି। ଓପନରଙ୍କ ବିଫଳତା ଯୋଗୁ ମିଡିଲ ଅର୍ଡର ବ୍ୟାଟରଙ୍କ ଉପରେ ଚାପ ବଢ଼ୁଛି। ସେହିପରି ଅପେକ୍ଷା କରି ରହିଥିବା ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ ଅଲ୍‌ ରାଉଣ୍ଡର ହର୍ଷିତ ରାଣାଙ୍କୁ ସୁଯୋଗ ମିଳୁଛି କି ନାହିଁ ତା' ଉପରେ ନଜର ରହିଛି।

ଏହି ମ୍ୟାଚ୍‌ Sports18 Network ରେ ଦେଖିପାରିବେ। ଏହାସହ JioCinemaରେ ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+