Get Updates
Get notified of breaking news, exclusive insights, and must-see stories!

WTC ଫାଇନାଲ: ଘାଇଲା କଲେ କଙ୍ଗାରୁ ବୋଲର, ଅଲଆଉଟ୍ ହେଲା ଟିମ ଇଣ୍ଡିଆ

India vs Australia WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଫାଇନାଲ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ 469 ରନର ଜବାବରେ ଭାରତ ତାର ପ୍ରଥମ ଇନିଂସରେ ମାତ୍ର 296 ରନ ଯୋଡି ପାରିଛି । ଫଳରେ ପ୍ରଥମ ଇନିଂସ ଆଧାରରେ କଙ୍ଗାରୁ ଦଳ 173 ରନର ଅଗ୍ରଣୀ ହାସଲ କରି ନେଇଛି ।

କଙ୍ଗାରୁ ବୋଲିଂ ଆଟାକରେ ଭାରତୀୟ ଟପ୍ ଅର୍ଡର ଧ୍ୱଶଂ ବିଧ୍ୱସ୍ଥ ହୋଇଗାଲ ପରେ ପାଳିକୁ ସମ୍ଭାଳି ଅଜିଙ୍କ୍ୟ ରାହାଣେ ଭାରତ ପାଇଁ ସର୍ବାଧିକ 89 ରନ୍ ଯୋଗଦାନ କରିଥିଲେ । ତାଙ୍କ ବ୍ୟତୀତ ଶାର୍ଦ୍ଦୁଲ ଠାକୁର 51 ରନ ଓ ରବିନ୍ଦ୍ର ଜାଡ଼େଜା 48 ରନ ସ୍କୋର କରିଛନ୍ତି । ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ପ୍ୟାଟ୍ କମିନ୍ସ ସର୍ବାଧିକ 3 ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ସ୍କଟ ବୋଲାଣ୍ଡ ଏବଂ କ୍ୟାମେରନ୍ ଗ୍ରୀନ୍ 2-2 ସଫଳତା ପାଇଛନ୍ତି । ନାଥନ୍ ଲିଅନ୍ ତାଙ୍କ ନାମରେ ଗୋଟିଏ ୱିକେଟ୍ ରଖିଛନ୍ତି ।

India vs Australia WTC Final 2023

ଭାରତ ଆଜି ତୃତୀୟ ଦିନର ଖେଳ 5 ୱିକେଟ୍ ରେ 151 ରନଠୁ ଆରମ୍ଙ କରିଥିଲା । ଆଜିଙ୍କ୍ୟ ରାହାଣେ 29 ଓ ଶ୍ରୀକର ଭରତ 5 ପାଳି ଆରମ୍ଭ କରିଥିଲେ । ତୃତୀୟ ଦିନର ପ୍ରଥମ ଅଧିବେଶନ ଅଜିଙ୍କ୍ୟ ରାହାଣେ ଭାରତ ନାମରେ କରିଥିଲେ । ପରେ ଶ୍ରୀକର ଭାରତ ରୂପରେ ଭାରତ ଷଷ୍ଠ ୱିକେଟ୍ ହରାଇଥିଲା । କିନ୍ତୁ ପରେ ରାହାଣେ ଏବଂ ଶାର୍ଦ୍ଦୁଲଙ୍କ ମଧ୍ୟରେ 108 ରନ୍ ଭାଗିଦାରୀ ହୋଇଥିଲା । ଯାହା ଭାରତକୁ ମ୍ୟାଚକୁ ଫେରାଇ ଆଣିଥିଲା।

ତେବେ ରାହାଣେ ମଧ୍ୟାହ୍ନ ଭୋଜନ ପରେ ଆସିବା ମାତ୍ରେ 89 (129) ସ୍କୋରରେ କମିନ୍ସଙ୍କ ଶିକାର ହୋଇଥିଲେ । ଉମେଶ ଯାଦବଙ୍କୁ 5 ରନରେ ବରଖାସ୍ତ କରାଯାଇ ଥିବାବେଳେ ଭଲ ବ୍ୟାଟିଂ କରୁଥିବା ଶାର୍ଦ୍ଦୁଲଙ୍କୁ କ୍ୟାମେରନ୍‌ ଗ୍ରୀନ୍‌ 51 ରନ୍‌ରୁ ବରଖାସ୍ତ କରିଥିଲେ । ଏଥି ସହିତ 11 ଟି ବଲରେ 13 ରନ୍‌ର ସ୍ୱଳ୍ପ ଇନିଂସ ଖେଳିଥିବା ମହମ୍ମଦ ଶାମିଙ୍କ ରୂପରେ ଭାରତୀୟ ଦଳ ଦଶମ ୱିକେଟ୍ ହରାଇଲା। ଏହିପରି, ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ 296 ସ୍କୋରରେ ଆଉଟ୍ ହୋଇ କଙ୍ଗାରୁ ଦଳ 173 ରନରେ ଆଗୁଆ ରହିଛି ।

ଅନ୍ୟପଟେ ଦ୍ବିତୀୟ ଦିନରେ ଆଇପିଏଲ୍ ଖେଳି ଯାଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଆରମ୍ଭରୁ ଆକ୍ରାତ୍ମକ ସଟ୍ ମାନ ଖେଳିଥିଲେ । କିନ୍ତୁ ଷଷ୍ଠ ଓଭରରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କୁମିନ୍ସ ରୋହିତଙ୍କ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହା ପର ଉଭରରେ ଶୁଭମନ ଗିଲ୍‌ଙ୍କୁ ସ୍ଟ ବୋଲାଣ୍ଡ କ୍ଲିନ୍ ବୋଲ୍ଡ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ ।

ଚା' ପାନ ବିରତି ସୁଦ୍ଧା ଭାରତକୁ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସମ୍ଭାଳିଥିଲେ। କିନ୍ତୁ ପୂଜାରା ମଧ୍ୟ ସମାନ ଢଙ୍ଗରେ ବଲ୍‌ ଛାଡ଼ି କାମେରନ୍‌ ଗ୍ରିନ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। କୋହଲିଙ୍କୁ ଷ୍ଟାର୍କ ଆଉଟ୍‌ କରି ଶୀର୍ଷକ୍ରମ ଭାଙ୍ଗିଥିଲେ । 19 ଓଭର ଭିତରେ ଭାରତ 71 ରନରେ 4 ୱିକେଟ୍‌ ହରାଇ ସାରିଥିଲା । ଜାଡେଜା ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ୱିକେଟ୍‌ରେ 71 ରନ୍‌ ଭାଗୀଦାରି କରି ପାଳି ସମ୍ଭାଳିଥିଲେ। କିନ୍ତୁ ଗୁରୁବାର ଖେଳ ଶେଷ ହେବାର 4 ଓଭର ପୂର୍ବରୁ ଜାଡେଜା ଆଉଟ୍‌ ହୋଇ ଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+