WTC ଫାଇନାଲ: ହାତରୁ ଗଲା ଆଉ ଏକ ଆଇସିସି ଟ୍ରଫି !
India vs Australia WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଆଜି ଫାଇନାଲ ମ୍ୟାଚର ତୃତୀୟ ଦିନ ।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସ 469 ରନରେ ଶେଷ ହୋଇଛି । ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା 5 ୱିକେଟ୍ ହରାଇ ମାତ୍ର 151 ରନ ସଂଗ୍ରହ କରିବା ସହ ସଂଘର୍ଷ କରୁଛି । ଅଜିଙ୍କ୍ୟ ରାହାଣେ 29* ଓ ଶ୍ରୀକର ଭରତ 5* ରନ୍ କରି ଅପରାଜିତ ଅଛନ୍ତି ।

ଭାରତୀୟ ଦଳଠାରୁ ଭଲ ବ୍ୟାଟିଂ ଆଶା ଥିଲେ ମଧ୍ୟ ଆରମ୍ଭରୁ ଭାରତକୁ ଝଟକା ଲାଗିଛି । ଆଇପିଏଲ୍ ଖେଳି ଯାଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଆରମ୍ଭରୁ ଆକ୍ରାତ୍ମକ ସଟ୍ ମାନ ଖେଳିଥିଲେ । କିନ୍ତୁ ଷଷ୍ଠ ଓଭରରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କୁମିନ୍ସ ରୋହିତଙ୍କ ଏଲ୍ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହା ପର ଉଭରରେ ଶୁଭମନ ଗିଲ୍ଙ୍କୁ ସ୍ଟ ବୋଲାଣ୍ଡ କ୍ଲିନ୍ ବୋଲ୍ଡ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ ।
ଚା' ପାନ ବିରତି ସୁଦ୍ଧା ଭାରତକୁ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସମ୍ଭାଳିଥିଲେ। କିନ୍ତୁ ପୂଜାରା ମଧ୍ୟ ସମାନ ଢଙ୍ଗରେ ବଲ୍ ଛାଡ଼ି କାମେରନ୍ ଗ୍ରିନ୍ଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। କୋହଲିଙ୍କୁ ଷ୍ଟାର୍କ ଆଉଟ୍ କରି ଶୀର୍ଷକ୍ରମ ଭାଙ୍ଗିଥିଲେ । ୧୯ ଓଭର ଭିତରେ ଭାରତ 71 ରନରେ 4 ୱିକେଟ୍ ହରାଇ ସାରିଥିଲା । ଜାଡେଜା ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ୱିକେଟ୍ରେ 71 ରନ୍ ଭାଗୀଦାରି କରି ପାଳି ସମ୍ଭାଳିଥିଲେ। କିନ୍ତୁ ଗୁରୁବାର ଖେଳ ଶେଷ ହେବାର 4 ଓଭର ପୂର୍ବରୁ ଜାଡେଜା ଆଉଟ୍ ହୋଇଯାଇଥିଲେ ।

ଅନ୍ୟପଟେ ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ 3 ୱିକେଟ୍ ପାଇଁ 327 ରନ ସହ ଖେଳିବା ଆରମ୍ଭ କରିଥିଲା । ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡ୍ ପଡ଼ିଆରେ ବ୍ୟାଟିଂ କରିବାକୁ ବାହାରିଥିଲେ । ଦ୍ୱିତୀୟ ଦିନର ପ୍ରଥମ ଓଭରରେ ଷ୍ଟିଭ୍ ସ୍ମିଥ୍ ତାଙ୍କ ଟେଷ୍ଟ କ୍ୟାରିୟରର 31 ତମ ଶତକ ପୂରଣ କରିଥିଲେ । ମ୍ୟାଚର ପ୍ରଥମ ଦିନରେ ଯେଉଁଠାରେ ଭାରତୀୟ ବୋଲରମାନେ ୱିକେଟ୍ ପାଇଁ ଆଶା କରିଥିଲେ । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ବୋଲରମାନେ ଦ୍ୱିତୀୟ ଦିନରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ । ଦ୍ୱିତୀୟ ଦିନରେ ଦ୍ରୁତ ବୋଲର ମହମ୍ମଦ ସିରାଜ 4 ୱିକେଟ୍, ମହମ୍ମଦ ଶାମି 2 ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ 2 ୱିକେଟ୍ ପାଇଛନ୍ତି ।
ଏହି ମ୍ୟାଚର ଦ୍ୱିତୀୟ ଦିନରେ ମହମ୍ମଦ ସିରାଜ ଭାରତକୁ ବହୁତ ସଫଳତା ଦେଇଥିଲେ। ସେ ଟ୍ରାଭିସ୍ ହେଡ୍ଙ୍କୁ ତାଙ୍କର ଶିକାର କରିଥିଲେ । 174 ବଲର ସମ୍ମୁଖୀନ ହୋଇ 163 ରନର ଏକ ଇନିଂସ ଖେଳିଥିଲେ । ଏହି ସମୟରେ ସେ 25 ଚୌକା ଓ ଗୋଟିଏ ଛକା ମାରିଥିଲେ । ଅଷ୍ଟ୍ରେଲିଆର ପଞ୍ଜମ ଋଟକା କ୍ୟାମେରୋନ୍ ଗ୍ରୀନ୍ ରୂପରେ ଆସିଥିଲା । ତାଙ୍କୁ ମହମ୍ମଦ ଶାମି ଆଉଟ୍ କରିଥିଲେ । ମାତ୍ର 6 ରନ୍ ସ୍କୋର କରିବା ପରେ ଗ୍ରୀନ୍ ଆଉଟ୍ ହୋଇଥିଲେ।
ଅଷ୍ଟ୍ରେଲିଆର ଷଷ୍ଠ ଝଟକା ଷ୍ଟିଭ ସ୍ମିଥଙ୍କ ରୂପରେ ଆସିଥିଲା । ତାଙ୍କୁ ଶାର୍ଦ୍ଦୁଲ ଠାକୁର ବୋଲିଂ କରିଥିଲେ । 268 ବଲରେ 121 ରନ୍ ସ୍କୋର କରିବା ପରେ ସ୍ମିଥ ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆର ସପ୍ତମ ୱିକେଟ୍ ମିଚେଲ ଷ୍ଟାର୍କଙ୍କ ରୂପରେ ପଡିଥିଲା । ତାଙ୍କୁ ଅକ୍ସର ପଟେଲ ଆଉଟ୍ କରିଥିଲେ । 20 ବଲରେ 5 ରନ୍ ସ୍କୋର କରିବା ପରେ ଷ୍ଟାର୍କ ପାଭିଲିୟନକୁ ଫେରିଥିଲେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications