WTC ଫାଇନାଲ: ପ୍ରଥମ ଇନିଂସରେ ରନ ପାହାଡ଼ ଠିଆ କଲା ଅଷ୍ଟ୍ରେଲିଆ, ସିରାଜଙ୍କ ଖାତାରେ 4 ୱିକେଟ୍
India vs Australia WTC Final 2023 Day 2: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ୍ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ଆଜି ଫାଇନାଲ ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ 469 ରନରେ ଶେଷ ହୋଇଛି । ଏବେ ଭାରତକୁ ଏକ ବଡ଼ ଆରମ୍ଭ କରିବାକୁ ପଡ଼ିବ ।
ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ 3 ୱିକେଟ୍ ପାଇଁ 327 ରନ ସହ ଖେଳିବା ଆରମ୍ଭ କରିଥିଲା । ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡ୍ ପଡ଼ିଆରେ ବ୍ୟାଟିଂ କରିବାକୁ ବାହାରିଥିଲେ ।

ଦ୍ୱିତୀୟ ଦିନର ପ୍ରଥମ ଓଭରରେ ଷ୍ଟିଭ୍ ସ୍ମିଥ୍ ତାଙ୍କ ଟେଷ୍ଟ କ୍ୟାରିୟରର 31 ତମ ଶତକ ପୂରଣ କରିଥିଲେ । ମ୍ୟାଚର ପ୍ରଥମ ଦିନରେ ଯେଉଁଠାରେ ଭାରତୀୟ ବୋଲରମାନେ ୱିକେଟ୍ ପାଇଁ ଆଶା କରିଥିଲେ । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ବୋଲରମାନେ ଦ୍ୱିତୀୟ ଦିନରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ । ଦ୍ୱିତୀୟ ଦିନରେ ଦ୍ରୁତ ବୋଲର ମହମ୍ମଦ ସିରାଜ 4 ୱିକେଟ୍, ମହମ୍ମଦ ଶାମି 2 ଏବଂ ଶାର୍ଦ୍ଦୁଲ ଠାକୁର ମଧ୍ୟ 2 ୱିକେଟ୍ ପାଇଛନ୍ତି ।
ଏହି ମ୍ୟାଚର ଦ୍ୱିତୀୟ ଦିନରେ ମହମ୍ମଦ ସିରାଜ ଭାରତକୁ ବହୁତ ସଫଳତା ଦେଇଥିଲେ। ସେ ଟ୍ରାଭିସ୍ ହେଡ୍ଙ୍କୁ ତାଙ୍କର ଶିକାର କରିଥିଲେ । 174 ବଲର ସମ୍ମୁଖୀନ ହୋଇ 163 ରନର ଏକ ଇନିଂସ ଖେଳିଥିଲେ । ଏହି ସମୟରେ ସେ 25 ଚୌକା ଓ ଗୋଟିଏ ଛକା ମାରିଥିଲେ । ଅଷ୍ଟ୍ରେଲିଆର ପଞ୍ଜମ ଋଟକା କ୍ୟାମେରୋନ୍ ଗ୍ରୀନ୍ ରୂପରେ ଆସିଥିଲା । ତାଙ୍କୁ ମହମ୍ମଦ ଶାମି ଆଉଟ୍ କରିଥିଲେ । ମାତ୍ର 6 ରନ୍ ସ୍କୋର କରିବା ପରେ ଗ୍ରୀନ୍ ଆଉଟ୍ ହୋଇଥିଲେ।
ଅଷ୍ଟ୍ରେଲିଆର ଷଷ୍ଠ ଝଟକା ଷ୍ଟିଭ ସ୍ମିଥଙ୍କ ରୂପରେ ଆସିଥିଲା । ତାଙ୍କୁ ଶାର୍ଦ୍ଦୁଲ ଠାକୁର ବୋଲିଂ କରିଥିଲେ । 268 ବଲରେ 121 ରନ୍ ସ୍କୋର କରିବା ପରେ ସ୍ମିଥ ଆଉଟ୍ ହୋଇଥିଲେ । ଅଷ୍ଟ୍ରେଲିଆର ସପ୍ତମ ୱିକେଟ୍ ମିଚେଲ ଷ୍ଟାର୍କଙ୍କ ରୂପରେ ପଡିଥିଲା । ତାଙ୍କୁ ଅକ୍ସର ପଟେଲ ଆଉଟ୍ କରିଥିଲେ । 20 ବଲରେ 5 ରନ୍ ସ୍କୋର କରିବା ପରେ ଷ୍ଟାର୍କ ପାଭିଲିୟନକୁ ଫେରିଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications