Get Updates
Get notified of breaking news, exclusive insights, and must-see stories!

ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍: କଙ୍ଗାରୁ ଦଳକୁ ବଡ ଝଟକା, ଦଳରୁ ବାଦ୍ ପଡିଲେ ଏହି ଷ୍ଟାର ବୋଲର

ଅଷ୍ଟ୍ରେଲିଆ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରଥମ ଟେଷ୍ଟରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଜୋଶ୍ ହେଜଲଉଡ୍ ବାଦ୍ ପଡିଛନ୍ତି ।

Nagpur Test: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛି । କଙ୍ଗାରୁ ଦଳ ଏଠାରେ ଏକ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ 9 ରୁ ନାଗପୁରରେ ଖେଳାଯିବ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରଥମ ଟେଷ୍ଟରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଜୋଶ୍ ହେଜଲଉଡ୍ ବାଦ୍ ପଡିଛନ୍ତି ।

Nagpur Test

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ଜୋଶ୍ ହେଜଲଉଡ୍ ଏବେ ସମ୍ପୂର୍ଣ୍ଣ ଆହତ ଅବସ୍ଥାରୁ ମୁକୁଳି ପାରି ନାହାଁନ୍ତି । ଏହି କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ୍ ଦିଆଯାଇଛି । ଏମିତିକି ଦିଲ୍ଲୀ ଟେଷ୍ଟ ମଧ୍ୟ ସେ ଖେଳି ନପାରନ୍ତି ବୋଲି କୁହାଯାଉଛି । ଯାହାକି ଅଷ୍ଟ୍ରେଲିଆ ପାଇଁ ଖରାପ ଖବର ହୋଇପାରେ । ଏହା ପୂର୍ବରୁ ବେଙ୍ଗାଲୁରୁରେ ହୋଇଥିବା ପ୍ରାଟିସ୍ କ୍ୟାମ୍ପରେ ମଧ୍ୟ ସେ ଯୋଗ ଦେଇ ନଥିଲେ । ଏହି ସମୟରେ ସେ ସାଥୀ ଖେଳାଳିଙ୍କର ସାହାଯ୍ୟ କରିଥିବା କେବଳ ଦେଖିବାକୁ ମିଳିଥିଲା ।

ଜୋଶ୍ ହେଜଲଉଡ୍ କହିଛନ୍ତି, "ପ୍ରଥମ ଟେଷ୍ଟରେ ଖେଳିବା ବିଷୟରେ ନିଶ୍ଚିତ ନୁହେଁ। ଆଉ କିଛି ଦିନ ବାକି ଅଛି । ମଙ୍ଗଳବାର ଦିନ ମୁଁ ବୋଲିଂ ଅଭ୍ୟାସ କରିବି । ବର୍ତ୍ତମାନ ସମୟରେ ଟିକେ କାର୍ଯ୍ୟଭାର ପରିଚାଳନା ଅଛି । "

ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍ କମିନ୍ସ (ଅଧିନାୟକ), ଆଷ୍ଟନ୍ ଅଗର, ସ୍କଟ୍ ବୋଲାଣ୍ଡ, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କ୍ୟାମେରନ୍ ଗ୍ରୀନ୍, ପିଟର ହ୍ୟାଣ୍ଡସକମ୍ବ, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ଲାନ୍ସ ମୋରିସ୍, ଟଡ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମିଚେଲ ସ୍ୱପସନ ଏବଂ ଡେଭିଡ ୱାର୍ନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+