ଦିନିକିଆ ସିରିଜ୍ ଓ ବିଶ୍ୱକପ୍ ପାଇଁ ଭାରତରେ ପହଞ୍ଚିଲା ଅଷ୍ଟ୍ରେଲିଆ
ଭାରତରେ ପହଞ୍ଚିଛି ଟିମ୍ ଅଷ୍ଟ୍ରେଲିଆ । ଦିନିକିଆ ସିରିଜ୍ ଓ ବିଶ୍ୱକପ ପୁର୍ବରୁ ଟିମ୍ ଅଷ୍ଟ୍ରେଲିଆ, ଇଣ୍ଡିଆରେ ପହଞ୍ଚିଛି । ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ତାଙ୍କ ତଥା ତାଙ୍କ ଟିମର ସୁରକ୍ଷା ସଠିକ୍ ଭାବରେ ନେଉଥିବାରୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବହୁତ ପ୍ରଶଂସା କରିଥିଲେ।
ଆଗାମୀ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ବର୍ତ୍ତମାନ ଭାରତରେ ପହଁଚିଛି । ବିଶ୍ୱକପ୍ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏହା ଶେଷ ମୁକାବିଲା ହେବ । ଅକ୍ଟୋବର ୫ରୁ ଭାରତରେ ବିଶ୍ଵକପ ଖେଳାଯିବ ।
ୱାର୍ଣ୍ଣର ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଠାରେ ନୂଆଦିଲ୍ଲୀର ଏରୋସିଟିରେ ସୁରକ୍ଷା କର୍ମୀଙ୍କ ସହ ଷ୍ଟାର୍ଟ ବ୍ୟାଟର୍ ପୋଜ୍ କରୁଛନ୍ତି ।
ଭଲରେ ସ୍ୱାଗତ ହୋଇଥିବା ୱାର୍ଣ୍ଣର ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି । ଆମେ ସବୁବେଳେ ଏହାର ସଠିକ୍ ସୁରକ୍ଷା ପାଇଥାଉ । ବହୁତ ଧନ୍ୟବାଦ।
ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳିବ । ଯାହା ତାମିଲନାଡୁର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।

ତେବେ ୧୯୭୫ରୁ ଆରମ୍ଭ ହୋଇଥିବା ଦିନିକିଆ ବିଶ୍ୱକପ୍ରେ ଏବେ ଯାଏଁ ଅଷ୍ଟ୍ରେଲିଆ ୫ଟି ଟ୍ରଫି ଜିତି ସାରିଛି । ବିଶ୍ୱ କ୍ରିକେଟ୍ର ସବୁଠୁ ଦମଦାର ଦଳ ମଧ୍ୟରେ ଅଷ୍ଟ୍ରେଲିଆ ଏକ । ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ବିଶ୍ୱକପ ଚାମ୍ପିୟନ ହୋଇଛି । ଚଳିତ ବିଶ୍ୱକପ୍ ହାତେଇବାରେ ଅଷ୍ଟ୍ରେଲିଆ ପ୍ରବଳ ଦାବିଦାର ଥିବା କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି ।












Click it and Unblock the Notifications