ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦, ଏମିତି କରନ୍ତୁ ଡ୍ରିମ୍ ୧୧

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭ ଟାରେ ବିଶାଖାପାଟନମରେ ଖେଳାଯିବ । ଟି-୨୦ ବିଶ୍ୱକପ ୨୦୨୪ ଦୃଷ୍ଟିକୋଣରୁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟିମ୍ ଇଣ୍ଡିଆ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଥିବାବେଳେ ମାଥ୍ୟୁ ୱେଡ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ । ଉଭୟ ଦଳରେ ଅନେକ ନୂଆ ଚେହେରା ଅଛନ୍ତି । ଯାହା ଏହି ସିରିଜକୁ ଅଧିକ ରୋମାଞ୍ଚକର କରିବ । ଆସନ୍ତୁ ଆଜି ମ୍ୟାଚ୍ ପୂର୍ବରୁ ଡ୍ରିମ୍ ୧୧ ଦଳ ଜାଣିବା ।

ଭାରତ ବନାମ ଅଷ୍ଟ୍ରେଲିଆ ହେଡ-ଟୁ-ହେଡ ରେକର୍ଡ

ଭାରତ ଏବଂ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୨୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ଭାରତ ୧୫ ଟି ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୦ ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚର ଫଳାଫଳ ଆସିନାହିଁ ।

ଇଣ୍ଡିଆ ବନାମ ଅଷ୍ଟ୍ରେଲିଆ ପିଚ୍ ରିପୋର୍ଟ
ଏହି ଦୁଇ ଦଳ ପାଇଁ ବିଶାଖାପାଟନମ୍ ଏକ ନୂଆ ସ୍ଥାନ ନୁହେଁ । ମାର୍ଚ୍ଚରେ ଏଠାରେ ଏକ ODI ମ୍ୟାଚରେ ପରସ୍ପରର ମୁହାଁମୁହିଁ ହୋଇଥିଲେ । ପିଚ୍‌ ବ୍ୟାଟିଂ ଏବଂ ବୋଲିଂରେ ସମାନ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

indvsaus

ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ସର୍ବୋତ୍ତମ ଡ୍ରିମ୍ ୧୧ ଦଳ

ୱିକେଟ୍ କିପର: ଇଶାନ୍ କିଶାନ
ବ୍ୟାଟ୍ସମ୍ୟାନ୍: ୟଶ୍ଵସି ଜୟସିୱାଲ, ସୂର୍ଯ୍ୟକୁମାର ଯାଦବ, ରୁତୁରାଜ ଗାଇକୱାଡ, ଟ୍ରାଭିସ୍ ହେଡ୍
ଅଲରାଉଣ୍ଡର: ଗ୍ଲେନ୍ ମ୍ୟାକ୍ସୱେଲ, ମାଥ୍ୟୁ ସର୍ଟ, ଅକ୍ସର ପଟେଲ
ବୋଲର୍ସ: ନାଥାନ୍ ଏଲିସ୍, ପ୍ରସିଦ୍ଧ କ୍ରିଷ୍ଣା, ଆଡାମା ଜାମ୍ପା
କ୍ୟାପଟେନ: ୟଶ୍ଵସି ଜୟସିୱାଲ
ଭାଇଶ୍ କ୍ୟାପଟେନ: ଗ୍ଲେନ୍ ମ୍ୟାକ୍ସୱେଲ

ଇଣ୍ଡିଆ ବନାମ ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ

ଭାରତ: ୟଶ୍ଵସି ଜୟସିୱାଲ, ରୁତୁରାଜ ଗାଇକୱାଡ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ରିଙ୍କୁ ସିଂ, ଶିବମ୍ ଦୁବେ, ଆକ୍ସର ପଟେଲ, ଅର୍ଶଦୀପ ସିଂ, ପ୍ରସାଦ କ୍ରୀଷ୍ଣା, ରବି ବିଶ୍ନୋଇ

ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ଟ୍ରାଭିସ୍ ହେଡ୍, ଗ୍ଲେନ୍ ମ୍ୟାକ୍ସୱେଲ, ଟିମ୍ ଡେଭିଡ, ମାଥ୍ୟୁ ୱେଡ (ଅଧିନାୟକ ଏବଂ ୱିକେଟ କିପର), ମାର୍କସ ଷ୍ଟୋଇନିସ, ସଚିନ ଆବଟ, ନାଥାନ ଏଲିସ, ଜେସନ ବେହେରେଣ୍ଡର୍ଫ, ଆଡ଼ାମ ଜାମ୍ପା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+