ଭାରତ ବନାମ ଅଷ୍ଟ୍ରେଲିଆ: ଆଜି ମ୍ୟାଚ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ
ଏସିଆ କପ୍ ୨୦୨୩ରେ ଟିମ୍ ଇଣ୍ଡିଆ ଦମ୍ଦାର ପ୍ରଦର୍ଶନ ପରେ ଏବେ ଦିନିକିଆ ବିଶ୍ୱକପ ଉପରେ । ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ସିରିଜି ଜିତିବାକୁ ଦମ୍ ଦେଖାଉଛି ଭାରତ । ଆଜି ଦୁଇ ଦେଶ ମଧ୍ୟରେ ସିରିଜର ଦ୍ବିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ ଜିତି ଭାରତ ସିରିଜ ଜିତିବାକୁ ଚେଷ୍ଟା କରିବ । ସେହିପରି ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତି ସିରିଜରେ ରହିବାକୁ ଚେଷ୍ଟା କରିବ । ମଧ୍ୟପ୍ରଦେଶର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ମୋହାଲିରେ ଶୁକ୍ରବାର ମାନେ ୨୨ ସେପ୍ଟେମ୍ବରରେ ଖେଳାଯାଇଥିଲା । ଯେଉଁଥିରେ ଭାରତ ସହଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ । ତେବେ ଆଜି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ୱପର୍ଣ୍ଣ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ଈଶାନ କିଷନ, ୟୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ମହମ୍ମଦ ସାମି, ସାର୍ଦୁଳ ଠାକୁର, ଯଶପ୍ରୀତ ବୁମରା
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟେଭିନ ସ୍ମିଥ, ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଜେ ଇଙ୍ଗଲିସ, ଏମ ଷ୍ଟୋନିସ, ମାର୍କସ ସ୍ପେନସର, ପ୍ୟାଟ କମିନ୍ସ (ଅଧିନାୟକ), ଏସ ଆବୋଟ, ଆଡାମ ଜାମ୍ଫା

ପ୍ରଥମ ମ୍ୟାଚ୍
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୬ ରନ୍ କରିଥିଲା । ଏହାର ଜବାବରେ ଭାରତ ୮ ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହାଛଡ଼ା ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଥିଲା ଟିମ୍ ଇଣ୍ଡିଆ ।
ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୫୨ରନ , ଜୋସ ଇଂଗଲିସ ୪୫ରନ, ଷ୍ଟିଭ ସ୍ମିଥ୍ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୫ ୱିକେଟ ନେଇଥିଲେ ।
୨୭୭ରନର ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଶୁଭମନ ଗିଲ ପ୍ରଥମ ୱିକେଟ ଯୋଡ଼ିରେ ୧୪୨ ରନ କରି ବିଜୟ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । ଗାଇକ୍ବାଡ ୭୧ ଓ ଗିଲ ୭୪ରନ କରି ଆଉଟ ହୋଇଥିଲେ । ସେହିପରି କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟକୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣି ଦେଇଥିଲେ । ତେବେ ଆଜିର ମ୍ୟାଚ ଜିତି ଭାରତ ସିରିଜ ହାତେଇବାକୁ ଚେଷ୍ଟା କରିବ ।












Click it and Unblock the Notifications