ଭାରତ ବନାମ ଅଷ୍ଟ୍ରେଲିଆ ସେମି: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ଆମନ୍ତ୍ରଣ ପାଇ ଫିଲ୍ଡିଂ କରିବ।
ସେମିଫାଇନାଲ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରଶଂସକମାନେ ଭାରତୀୟ ଦଳର ବିଜୟ କାମନା କରି ପୂଜାର୍ଚ୍ଚନା କରୁଛନ୍ତି। ଏପରିକି କେତେକ ସ୍ଥାନରେ ହୋମ ଯଜ୍ଞ କରାଯାଉଛି। ମ୍ୟାଚକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଥିବାବେଳେ ନିଜ ପ୍ରିୟ ଖେଳାଳିଙ୍କୁ ଶୁଭକାମନା ଜଣାଉଛନ୍ତି। ଭାରତ ସେମିଫାଇନାଲ ମ୍ୟାଚରେ ନିଶ୍ଚିତ ବିଜୟୀ ହେବ ବୋଲି ଅଶାବ୍ୟକ୍ତି କରିଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ।
ଅଷ୍ଟ୍ରେଲିଆ ଦଳ: ଷ୍ଟିଭ ସ୍ମିଥ (ଅଧିନାୟକ), ଆଲେକ୍ସ କାରେ, ଟ୍ରାଭିସ ହେଡ, ବେନ ଡ୍ବାରଶୁଇସ, ନାଥନ ଏଲିସ, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିସ, ସ୍ପେନସର ଜନସନ, ଜେକ ଫ୍ରେଜର-ମ୍ୟାକଗର୍କ।
ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା'ର ୩ରୁ ୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଥିଲା। ଅନ୍ୟ ଦୁଇଟି ମ୍ୟାଚ ବର୍ଷାରେ ଧୋଇ ଯାଇଥିଲା। ଦୁଇ ଦଳ ଆଇସିସି ଟୁର୍ନାମେଣ୍ଟର ନକଆଉଟ ପର୍ଯ୍ୟାୟରେ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ଦୁଇ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩ ଥର ବାଜିମାତ କରିଛି। ଭାରତ ଅନ୍ତିମ ଥର ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୨୦୧୫ ବିଶ୍ୱକପ ସେମିଫାଇନାଲରେ ଓ ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲା। ଏଥିପୂର୍ବରୁ ୨୦୨୩ ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। କିନ୍ତୁ ଭାରତୀୟ ଦଳ ପାଖରେ ଅଷ୍ଟ୍ରେଲିଆକୁ ଚଳିତ ଥର ଆଇସିସି ଟୁର୍ନାମେଣ୍ଟର ନକଆଉଟରେ ପରାସ୍ତ କରିବାର ଭଲ ସୁଯୋଗ ରହିଛି।












Click it and Unblock the Notifications