ଭାରତ ବନାମ ଅଷ୍ଟ୍ରେଲିଆ: ଆଜି ଦ୍ବିତୀୟ ଦିନିକିଆ, ଚାପରେ ରୋହିତ, କୋହଲି

ବର୍ଷା ପ୍ରଭାବିତ ପର୍ଥ ଦିନିକିଆକୁ ୭ ୱିକେଟ୍‌ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ପ୍ରଥମ ଦିନିକିଆକୁ ସହଜରେ ଜିତି ନେଇଥିବା କଙ୍ଗାରୁ ଦଳ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଭାରତ ଶୃଙ୍ଖଳାରେ ଜୀବିତ ରହିବା ଆଶାରେ ମଇଦାନକୁ ଓହ୍ଲାଇବ। ପର୍ଥ ଲଢ଼େଇ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ସମସ୍ତଙ୍କ ନଜର ଦୁଇ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ। ସେପଟେ ଅଷ୍ଟ୍ରେଲିଆ ପାଇଁ ତା'ର ଦୁଇ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍‌ଙ୍କ ପ୍ରଦର୍ଶନ ପୁଣି ଥରେ ଗୁରୁତ୍ବପୂର୍ଣ୍ଣ ରହିବ।

India vs Australia

ଭାରତର ଅଦଳବଦଳ ସମ୍ଭାବନା କମ୍
ପ୍ରଥମ ଦିନିକିଆରେ ବ୍ୟାଟର୍‌ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍‌ରେ ଭାରତ ବଡ଼ ଧରଣର ଅଦଳବଦଳ କରିବାର ସମ୍ଭାବନା ପ୍ରାୟତଃ ନାହିଁ। ଏପରିକି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌ରେ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇପାରେ। କଚଟି ସ୍ପିନର କୁଲଦୀପ ସିଂହ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅଲରାଉଣ୍ଡ୍ ଦକ୍ଷତା ଲାଗି ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବେ। ଏକମାତ୍ର ପରିବର୍ତ୍ତନ ଭାବେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ସ୍ଥାନ ସୁଇଂ ବୋଲର ପ୍ରସିଦ୍ଧ କ୍ରିଷ୍ଣା ନେଇପାରନ୍ତି। ସମ୍ଭାବ୍ୟ ଭାରତ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର/କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା/ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ। image--20251023-075439-0000-1761186606.jpg odia.oneindia.com}

୫୪ ରନ୍ କଲେ କୋହଲି ଦ୍ବିତୀୟକୁ ଉଠିବେ
ପର୍ଥରେ ସଂଘର୍ଷ କରିଥିବା କୋହଲିଙ୍କ ପାଖରେ ଆଡିଲେଡ୍‌ରେ ନୂଆ ମାଇଲ୍‌ଖୁଣ୍ଟ ଛୁଇଁବାର ସୁଯୋଗ ରହିବ। ଆଉ ୫୪ ରନ୍ କଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଟପି ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ଦ୍ବିତୀୟ ସ୍ଥାନକୁ ଉଠିବେ। ‌ଅନ୍ୟପକ୍ଷରେ ଆଉ ୫୦ ରନ୍ କଲେ ଅଷ୍ଟ୍ରେଲିଆ ଓପନର୍ ଟ୍ରାଭିସ୍ ହେଡ୍ ଦିନିକିଆରେ ୩,୦୦୦ରନ୍ ପୂରଣ କରିବେ। ୫ ୱିକେଟ୍ ସଫଳତା ପାଇଲେ ମିଚେଲ ଷ୍ଟାର୍କ ନିଜ ଦେଶର ମହାନ ବୋଲର ଗ୍ଲେନ୍ ମ୍ୟାକ୍‌ଗ୍ରା, ବ୍ରେଟ୍ ଲି' ଓ ସେନ୍ ୱାର୍ଣ୍ଣଙ୍କ ସହ ୨୫୦ ୱିକେଟ୍ କ୍ଲବ୍‌ରେ ଯୋଗଦେବେ। ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ୨୦୦୮ ମସିହା ଜାନୁଆରି ମାସଠାରୁ ପରାଜିତ ହୋଇନି। ଏଠାରେ ୨୦୧୧ ଓ ୨୦୧୯ରେ ଖେଳିଥିବା ଦୁଇଟି ଦିନିକିଆରେ କଙ୍ଗାରୁ ଦଳ ସଫଳ ପଶ୍ଚାତ୍‌ଧାବନ କରିଥିଲା।

ଆଡିଲେଡ୍‌ରେ ଅଷ୍ଟ୍ରେଲିଆର ଦୁଇ ନିୟମିତ ଖେଳାଳି ବ୍ୟାଟର୍ ଆଲେକ୍ସ କେରି ଏବଂ ସ୍ପିନର ଆଡାମ ଜାମ୍ପା ଫେରିବେ। ଏମାନେ ଫିଲିପ୍‌ ଓ କୁନେମନ୍‌ଙ୍କ ସ୍ଥାନ ନେବେ। ସମ୍ଭାବ୍ୟ ଅଷ୍ଟ୍ରେଲିଆ: ମିଚେଲ ମାର୍ସ (ଅଧିନାୟକ), ଟ୍ରାଭିସ୍ ହେଡ୍, ମାଥ୍ୟୁ ସର୍ଟ, ଆଲେକ୍ସ କେରି (ୱିକେଟ୍‌ରକ୍ଷକ), ମାଥ୍ୟୁ ରେନ୍‌ସ', କୁପର କନୋଲି, ମିଚେଲ ଓଏନ୍, ମିଚେଲ ଷ୍ଟାର୍କ, ନାଥନ ଏଲିଅସ୍, ଜୋସ୍‌ ହାଜେଲଉଡ୍, ଆଡାମ ଜାମ୍ପା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+