India vs Australia: ଫିଟ୍ ହେଲେ ରୋହିତ ଶର୍ମା, 14ରେ ଯିବେ ଅଷ୍ଟ୍ରେଲିଆ

ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଷ୍ଟାର୍ ଓପନର୍ ରୋହିତ ଶର୍ମା ଫିଟନେସ୍ ଟେଷ୍ଟ୍ ପାସ କରିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଖୁସି ଖବର । ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଷ୍ଟାର୍ ଓପନର୍ ରୋହିତ ଶର୍ମା ଫିଟନେସ୍ ଟେଷ୍ଟ୍ ପାସ କରିଛନ୍ତି । 33 ବର୍ଷୀୟା ଆଇପିଏଲ୍ 2020 ସମୟରେ ହାମଷ୍ଟ୍ରିଂ ଆଘାତ ପାଇଥିଲେ ଏବଂ ଏହା ପରେ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରିବାରେ ବିଫଳ ହୋଇଥିଲେ ।

Rohit Sharma

ମିଳିଥିବା ଖବର ଅନୁଯାଇ, ରୋହିତ ଶର୍ମା ବର୍ତ୍ତମାନ ଏନସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କ ସମ୍ମୁଖରେ ଆବଶ୍ୟକ ପରୀକ୍ଷାରେ ଫାସ କରିଛନ୍ତି । ଆସନ୍ତା ଡିସେମ୍ବର 14 ରେ ଅଷ୍ଟ୍ରେଲିଆ ଗସ୍ତ କରିବେ ରୋହିତ । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ବାଧ୍ୟତାମୂଳକ 14 ଦିନିଆ କ୍ବାରେଣ୍ଟାଇନରେ ରହିବେ । ଏହା ପରେ ଜାନୁଆରୀ 7ରୁ ସିଡନୀରେ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟରେ ସ୍ଥାନ ପାଇବେ ।

ତେବେ ରୋହିତଙ୍କ ଉପଲବ୍ଧତା ଟେଷ୍ଟ ସିରିଜରେ ଭାରତୀୟ ଦଳକୁ ଶକ୍ତି ଯୋଗାଇବ । କାରଣ ଅଧିନାୟକ ବିରାଟ କୋହଲି ସିରିଜ୍ ଓପନର୍ ପରେ ଉପଲବ୍ଧ ହେବେ ନାହିଁ । ଡିସେମ୍ବର 17 ରୁ ଆଡିଲେଡରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି କୋହଲି ଭାରତ ଫେରିବେ । ନିଜ ସନ୍ତାନର ଜନ୍ମ ପାଇଁ କୋହିଲ ଦଳରୁ ବିଶ୍ରାମ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+