Get Updates
Get notified of breaking news, exclusive insights, and must-see stories!

ଆଜି ଭାରତ ବନାମ ଅଷ୍ଟ୍ରେଲିଆ: ମ୍ୟାଚ୍ ଜିତିଲେ ଟେଷ୍ଟ ଓ ଟି-୨୦ ପରେ ଦିନିକିଆରେ ନମ୍ୱର୍ ୱାନ୍ ହେବ ଟିମ୍ ଇଣ୍ଡିଆ

ଚଣ୍ଡୀଗଡ଼: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା । ବିଶ୍ଵକପ ପୂର୍ବରୁ ଭାରତ ପାଇଁ ଶେଷ ଟେଷ୍ଟ । ଆଉ ଏହି ମୁକାବିଲା ଜିତି ଦଳ ବିଶ୍ବକପ୍ ଯିବ ବୋଲି ସମସ୍ତେ ଆଶାବାଦୀ । ଏସିଆ କପରେ ଦମଦାର ପ୍ରଦର୍ଶନ ପରେ ଏହି ମ୍ୟାଚରେ ଭାରତ କେମିତି ପ୍ରଦର୍ଶନ କରୁଛି ତାହାକୁ ସମସ୍ତେ ଅନେଇ ବସିଛନ୍ତି । ସେପଟେ କଙ୍ଗାରୁ ଦଳ ଏହି ମ୍ୟାଚ ଜିତିବାକୁ ପୁରା ଦମ୍ ଲଗାଇବା । ଦୁଇ ଦେଶ ପାଇଁ ଏହି ମ୍ୟାଚ ବହୁତ୍ ଗୁରୁତ୍ଵପୂର୍ଣ୍ଣ ।

ଶ୍ରେୟାସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ପୁରା ନଜର ରହିବ । ଆୟର ଫିଟ୍‌ ଘୋଷିତ ହୋଇଛନ୍ତି । ଫଳରେ ଆଜି ଏକାଦଶକୁ ଫେରିବେ । ସୂର୍ଯ୍ୟକୁମାର ଦିନିକିଆ ଫର୍ମାଟ୍‌ରେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ରୋହିତ, କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ହୋଇଛନ୍ତି ।

ଅଷ୍ଟ୍ରେଲିଆ ଦଳରେ ଆହତ ସମସ୍ୟା ଲାଗି ରହିଥିବାବେଳେ ପ୍ୟାଟ୍‌ କମିନ୍ସ, ଷ୍ଟିଭେନ ସ୍ମିଥ୍‌, କାମେରନ ଗ୍ରୀନ ଫିଟ୍‌ ହୋଇ ଫେରିଛନ୍ତି । ଟ୍ରେଭିସ ହେଡ୍‌ ଗୁରୁତର ଆହତ ହେବା ଦଳର ସନ୍ତୁଳନକୁ ବିଗାଡ଼ି ଦେଇଛି । ଅକ୍ଷର ପଟେଲ ଆହତ ହେବା ଚିନ୍ତାର ବିଷୟ ପାଲଟିଛି। ତାଙ୍କ ସ୍ଥାନ ପୂରଣ କରିବା ପାଇଁ ରବି ଚନ୍ଦ୍ରନ ଅଶ୍ୱିନ ଓ ୱାସିଂଟନ ସୁନ୍ଦରଙ୍କୁ ଡାକରା ମିଳିଛି ।

india_vs_australia

ଯଦି ଆଜି ଭାରତ ଜିଟେ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଇସିସି ODI ମାନ୍ୟତାକୁ ଶୀର୍ଷରେ ରଖିବାର ସୁଯୋଗ ପାଇବ । ଟେଷ୍ଟ ଏବଂ ଟି -୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଶୀର୍ଷରେ ରହିଛି। କିନ୍ତୁ ଯଦି ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସଫଳ ହୁଏ, ତେବେ ଏହା ମଧ୍ୟ ODI ଫର୍ମାଟରେ ଏକ ନମ୍ବର ଦଳ ହେବ । ଏହିପରି, ଭାରତୀୟ ଦଳ ସମସ୍ତ ତିନୋଟି ଫର୍ମାଟରେ ଶୀର୍ଷରେ ରହିବାର ସୁଯୋଗ ପାଇବ ।

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷରେ ଥିବା ପାକିସ୍ତାନ ୨୭ ଟି ମ୍ୟାଚରେ ୧୧୫ ରେଟିଂ ପଏଣ୍ଟ ପାଇଛି । ଯେଉଁଠାରେ ୪୧ ଟି ଦିନିକିଆ ମ୍ୟାଚ୍ ରେ ଭାରତୀୟ ଦଳର ୧୧୫ ରେଟିଂ ପଏଣ୍ଟ ରହିଛି । ଏଥି ସହିତ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ୨୮ ଟି ମ୍ୟାଚରେ ଅଷ୍ଟ୍ରେଲିଆ ୧୧୩ ରେଟିଂ ପଏଣ୍ଟ ପାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+