For Quick Alerts
Turn On Notification  
For Daily Alerts
Oneindia App Download

India vs Australia: 2ୟ ଦିନିକିଆରେ ପ୍ରପୋଜ କରିଥିବା ଭାରତୀୟ ଯୁବକ କହିଲେ ନିଜର ପ୍ରେମ କାହାଣୀ

ଦୁଇ ବର୍ଷ ପୂର୍ବେ ସାକ୍ଷାତ ହୋଇଥିଲା । ଦୀପେନଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ରୋଜ ୱିମ୍ବୁଶ (Rose Wimbush)। ତେବେ ସେମାନେ ଦୁଇ ବର୍ଷ ପୂର୍ବେ ସାକ୍ଷାତ ହୋଇଥିଲେ ।

|

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ 2ୟ ଦିନିକିଆ ମ୍ୟାଚ ଚାଲିଥିବା ସମୟରେ ଜଣେ ଭାରତୀୟ ଅଷ୍ଟ୍ରେଲୀୟ ଯୁବତୀଙ୍କୁ ପ୍ରପୋଜ କରିବା ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ମ୍ୟାଚ୍ ସମୟରେ, ବ୍ୟକ୍ତି ଜଣକ ତାଙ୍କ ଅଷ୍ଟ୍ରେଲୀୟ ଗାର୍ଲଫ୍ରେଣ୍ଡଙ୍କୁ ଯେଉଁଭଳି ଭାବେ ପ୍ରପୋଜ କରିଥିଲେ, ତାହା କେବଳ ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକେ ନୁହଁନ୍ତି ଲାଇଭ୍ ମ୍ୟାଚ୍ ଦେଖୁଥିବା ସମସ୍ତ ଦର୍ଶକ ମଧ୍ୟ ଖୁସି ହୋଇଯାଇଥିଲେ ।

ତେବେ ଏହି ମ୍ୟାଚ୍ ଲୋକଙ୍କ ପାଇଁ ଏକ ସ୍ମରଣୀୟ ମ୍ୟାଚ ହୋଇଗଲା ଆଉ କିଛି ମଧ୍ୟ ମନ୍ତବ୍ୟ ଦେଲେ ଭାରତୀୟ ଦଳକୁ କଙ୍ଗାରୁ ଟିମ ହରାଇଥିଲେ ମଧ୍ୟ ଜଣେ ଭାରତୀୟ ପୁରା ଅଷ୍ଟ୍ରେଲିଆ ଉପରେ ବାଜିମାତ କରିଛି । ପ୍ରପୋଜ କରିଥିବା ଭାରତୀୟ ପୁରୁଷଙ୍କ ନାମ ଦୀପେନ ମଣ୍ଡାଲିଆ। ସେ ମେଲବର୍ଣ୍ଣରେ ରୁହନ୍ତି ।

India vs Australia: Love Story of Indian Man Who proposed Australian Girl During 2nd ODI

ଏମିତି ଗଢି ଉଠିଥିଲା ପ୍ରେମ କାହାଣୀ-

ଦୁଇ ବର୍ଷ ପୂର୍ବେ ସାକ୍ଷାତ ହୋଇଥିଲା । ଦୀପେନଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ରୋଜ ୱିମ୍ବୁଶ (Rose Wimbush)। ତେବେ ସେମାନେ ଦୁଇ ବର୍ଷ ପୂର୍ବେ ସାକ୍ଷାତ ହୋଇଥିଲେ । ପ୍ରପୋଜ ଘଟଣା ପରେ ହୁହେଁ ସୋସିଆଲ ମିଡିଆରେ ଛାଇ ଯାଇଥିଲେ । ସେମାନଙ୍କର ଭିଡିଓ ଏବଂ ଫଟୋ ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ତାଙ୍କର ପ୍ରେମ କାହାଣୀ କିପରି ଆରମ୍ଭ ହେଲା ଏବଂ ସେ ପ୍ରତିଦିନ ରୋଜଙ୍କୁ କିପରି ଭେଟିଲେ, ସେ ବିଶୟରେ ଦୀପେନ୍ କହିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ଏବଂ ଏକ ଭିଡିଓ ସେୟାର କରି ଡିପେନ ଏବଂ ରୋଜ ତାଙ୍କ ପ୍ରେମ କାହାଣୀକୁ ଲୋକଙ୍କ ସହ ସେୟାର କରିଛନ୍ତି ।

ପ୍ରଥମେ କଫିରେ ଏବଂ ପରେ ରାତ୍ରୀ ଭୋଜନରେ ଭେଟିଲେ-

ସେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ତୁମେ ମୋ ଜୀବନକୁ ରଙ୍ଗରେ ପରିପୂର୍ଣ୍ଣ କରିଛ। ଦୁଇ ବର୍ଷ ପୂର୍ବେ ମୁଁ ମେଲବୋର୍ଣ୍ଣ ଏବଂ ଏହି ଛୋଟ ଆପାର୍ଟମେଣ୍ଟକୁ ଆସିଥିଲି । ମୁଁ ବହୁତ କମ୍ ଜାଣିଥିଲି । ମୁଁ ନିଶ୍ଚିତ ଯେ ତୁମମାନଙ୍କ ମଧ୍ୟରୁ ଅନେକ ଲୋକେ ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଭେଟିଥିବେ । ମୋ ସହିତ ମଧ୍ୟ ସମାନ ଘଟଣା ଘଟିଗଲା । ସେପରି ଭାବରେ ଆମେ ଭେଟିଲୁ । ପ୍ରଥମେ ଆମେ କଫିରେ, ତା'ପରେ ରାତ୍ରୀ ଭୋଜନରେ ଭେଟିଲୁ । କ୍ରିକେଟ୍ ସବୁବେଳେ ଆମ ଭିତରେ ବାର୍ତ୍ତାଳାପର ବିଷୟ ହୋଇଆସୁଛି- ଭାରତ ବନାମ ଅଷ୍ଟ୍ରେଲିଆ ।

India vs Australia: Love Story of Indian Man Who proposed Australian Girl During 2nd ODI

ପ୍ରପୋଜ କରିବା ପାଇଁ ମ୍ୟାଚ୍ ଅପେକ୍ଷା କୌଣସି ଭଲ ସୁଯୋଗ ନଥିଲା-

ଦୀପେନ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ଭିନ୍ନ ହେବା ସତ୍ତ୍ବେ ଏହା ଆମକୁ ଏକାଠି କରିଥିଲା। ଜୀବନ ଆମ ପାଇଁ ବହୁତ ସଂରକ୍ଷିତ କରି ରଖିଥିଲା ​। କ୍ରିକେଟ୍ ଆମର ସମ୍ପର୍କର ସବୁଠାରୁ ବଡ ଆକର୍ଷଣ ଅଟେ । ତେଣୁ ମ୍ୟାଚରେ ପ୍ରପୋଜ କରିବା ଏକ ଉତ୍ତମ ସୁଯୋଗ ବୋଲି ମୁଁ ମନେ କଲି । ଆଜି ମୁଁ ଦୁନିଆର ସବୁଠାରୁ ଖୁସି ବ୍ୟକ୍ତି, କାରଣ ମୁଁ ପ୍ରତିଦିନ ମୋ ଭଲ ପାଇବା ସହିତ ଅଛି । ବର୍ତ୍ତମାନ ଏବଂ ସର୍ବଦା । ତଥାପି ଲମ୍ବା ଇନିଂସ ବାକି ଅଛି । ମୁଁ ଜାଣିଥିଲି ଯେ ଆମେ ଇଣ୍ଟରନେଟରେ ଏକ ହିଟ୍ ହେବୁ ଏବଂ ଲୋକଙ୍କୁ କିଛି ଦେବାରେ ସକ୍ଷମ ହେବୁ, ଯାହା ସେମାନଙ୍କୁ ଖୁସି କରାଇପାରିବ ।

ଲୋକଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ-

ଦୀପେନ କୁହନ୍ତି, 'ଲୋକମାନେ ଆମକୁ ପଠାଇଥିବା ପ୍ରେମ, ସମର୍ଥନ ଏବଂ ଆଶୀର୍ବାଦରେ ଆମେ ଖୁସି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।'

ଉଲ୍ଲେଖଥାଉ କି, ଯେତେବେଳେ ଟିମ୍ ଇଣ୍ଡିଆ ବ୍ୟାଟିଂ କରୁଥିଲା, ହଠାତ୍ କ୍ୟାମେରା ଭିଡ଼ ଆଡକୁ ଗଲା । ଏହି ସମୟ ମଧ୍ୟରେ ଯୁବକ ଜଣଙ୍କ ତାଙ୍କ ଅଷ୍ଟ୍ରେଲୀୟ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ । ସେ ତାଙ୍କୁ ଏକ ଏନଗେଜମେଣ୍ଟ ରିଙ୍ଗ ମଧ୍ୟ ଦେଇଥିଲେ, ଯାହା ପରେ ଯୁବତୀ ଜଣଙ୍କ ହଁ କହିଥିଲେ । ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟ ପ୍ରେମୀମାନେ ଏହି ମୁହୂର୍ତ୍ତକୁ ସେମାନଙ୍କର ସବୁଠାରୁ ବଡ ବିଜୟ ବୋଲି ବର୍ଣ୍ଣନା କରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India vs Australia: Love Story of Indian Man Who proposed Australian Girl During 2nd ODI
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X