ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ, ଓପନ କରିବେ ରୋହିତ-ଗିଲ୍

ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ 3ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ ହୋଇଯାଇଛି । ଦଳୀୟ ଏକାଦଶରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଖେଳିବେ ରୋହିତ ଶର୍ମା ।

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ 3ୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ ହୋଇଯାଇଛି । ଦଳୀୟ ଏକାଦଶରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଖେଳିବେ ରୋହିତ ଶର୍ମା । ସେହିପରି ଟେଷ୍ଟରେ ଡେବ୍ୟୁ କରିବେ ନବଦୀପ ସାଇନି ।

ଗତ ସପ୍ତାହରେ ଉପ-ଅଧିନାୟକ ଭାବେ ରୋହିତଙ୍କୁ ଚୟନ କରାଯାଇଥିଲା । ରୋହିତ ପ୍ରଥମ ଦୁଇଟି ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ଗସ୍ତର ସୀମିତ ଓଭର ସିରିଜରୁ ବଞ୍ଚିତ ହୋଇଥିଲେ । କାରଣ ସେ ଇଣ୍ଡିଆନ ପ୍ରିମିୟର ଲିଗରେ ଆହତ ହୋଇଥିଲେ । ରୋହିତ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ନିଜର ଫିଟ ନେସ ଟେଷ୍ଟ ପାସ କରିବା ପରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ।

team India

ସିରିଜରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ୍ ଜିତିଛି। ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ଭାରତ ଟ୍ରାକକୁ ଫେରିଥିଲା । ଏଭଳି ପରିସ୍ଥିତିରେ ପ୍ରତିଯୋଗିତା ଖୁବ ସଙ୍ଘର୍ଷ ପୂର୍ଣ୍ଣ ହେବ । ତୃତୀୟ ମ୍ୟାଚ୍ ପାଇଁ ଉଭୟ ଦଳ କିଛି ବଡ ପରିବର୍ତ୍ତନ ସହିତ ପଡ଼ିଆରେ ଦେଖାଦେଇପାରନ୍ତି | ଗୋଟିଏ ପଟେ ଯେଉଁଠାରେ ଡେଭିଡ ୱାର୍ଣ୍ଣରଙ୍କ ପରି ଜଣେ ଖେଳାଳି ଅଷ୍ଟ୍ରେଲିଆ ଦଳକୁ ଫେରୁଛନ୍ତି, ରୋହିତ ଶର୍ମାଙ୍କ ଦଳରେ ସ୍ଥାନା ପାଇବା ଟିମ ଇଣ୍ଡିଆକୁ ଫାଇଦା ଦେଇ ପାରେ ।

ପ୍ରଥମ ମ୍ୟାଚ୍ ପରେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ଅଛନ୍ତି। ମେଲବର୍ଣ୍ଣରେ ଖେଳାଯାଇଥିବା ଗୋଲାପୀ ବଲ୍ ଟେଷ୍ଟ ପରେ ବିରାଟ କୋହଲି ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଛନ୍ତି। ଏହା ବ୍ୟତୀତ ଦଳର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ମଧ୍ୟ ଆହତ କାରଣରୁ ସିରିଜରୁ ବାଦ ପଡିଛନ୍ତି।

  • ଭାରତୀୟ ଏକାଦଶ: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବୀନ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ନବଦୀପ ସାଇନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+