Get Updates
Get notified of breaking news, exclusive insights, and must-see stories!

Boxing Day Test: ମେଲବର୍ଣ୍ଣ ମହାସମରରେ 'ବିରାଟ' ବିଜୟ

କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର 2ୟ ମ୍ୟାଚ ଜିତି 1-1ରେ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ ।

ମେଲବର୍ଣ୍ଣ: ମେଲବର୍ଣ୍ଣରେ ସମ୍ମାନ ଜନକ ବକ୍ସିଂ ଡେ ଟେଷ୍ଟରେ ମହାସମର । ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଭାରତୀୟ ଦଳ ବିରାଟ ବିଜୟ । ସିଡିନୀ ପରାଜୟର ବଦଲା ମେଲବର୍ଣ୍ଣରେ । କାମଚଳା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର 2ୟ ମ୍ୟାଚ ଜିତି 1-1ରେ ସିରିଜକୁ ବରାବର କରିଛି ଟିମ ଇଣ୍ଡିଆ ।

 Boxing Day Test

ପ୍ରଥମ ଟେଷ୍ଟରେ 36ରନର ସର୍ବନିମ୍ନ ଲଜ୍ଜାଜନକ ସ୍କୋର ପରେ 2ୟ ଟେଷ୍ଟରେ ମାତ୍ର 70 ରନ ବିଜୟ ଲକ୍ଷ୍ୟ ଭାରତୀୟ କ୍ରିକେଟ ଇତିହାସରେ ଯୋଡିଛି ଅନ୍ୟତମ ରେକର୍ଡ । ମାତ୍ର 70ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭରାତୀୟ ଦଳକୁ ଶୁଭମାନ ଗିଲ (35 ଅପରାଜିତ) ଓ ଆଜିଙ୍କ୍ୟ ରାହାଣେ (27 ଅପରାଜିତ) ଏହି ବିଜୟ ଭେଟି ଦେଇଛନ୍ତି । ମାତ୍ର 15.5 ଓଭରରେ ମ୍ୟାଚ ଜିତି ନେଇଛି ଭାରତ ।

ତେବେ ଭାରତର ଏହି ବିଜୟରେ ବୋଲରଙ୍କ ଭୂମିକା ଅତି ମହତ୍ବ ପୂର୍ଣ୍ଣ ରହିଛି । କାରଣ ଭାରତ ପକ୍ଷରୁ 2ୟ ପାଳିରେ ଜସପ୍ରୀତ ବୁମରା ଦୁଇଟି, ମହମ୍ମଦ ସିରାଜ ତିନୋଟି, ରବି ଅଶ୍ବୀନ ଦୁଇଟି ଏବଂ ରବିନ୍ଦ୍ର ଜଡେଜା ଦୁଇଟି ୱିକେଟ ନେଇ ଘରୋଇ ଅଷ୍ଟ୍ରେଲିଆ ଦଳକୁ ମାତ୍ର 200 ରନରେ ଅଟକାଇ ଥିଲେ । ଫଳରେ ଭାରତର ପ୍ରଥମ ପାଳି 326ରନ ଭିତ୍ତିରେ ଦଳକୁ ବିଜୟ ଲକ୍ଷ୍ୟ ମାତ୍ର 70 ରନ ମିଳିଥିଲା ।

ତେବେ ଭାରତର ନିୟମିତ ଅଧିନାୟକ ବିରାଟ କୋହଲି, ପ୍ରମୁଖ ଓପନ ରୋହିତ ଶର୍ମା, ଓ ଆହାତ ବୋଲର ଉମେଶ ଯାଦବଙ୍କ ଅନୁପସ୍ଥିତରେ ଭାରତର ଏହି ବିଜୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+