ବୁମରାଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦେଲେ କୋହଲି ଆଣ୍ଡ କୋ
ବାସ୍ତବରେ ଆଜି ବୁମରା ନିଜର ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିଅରର ମେଡନ ଅର୍ଦ୍ଧଶକତ ଯୋଡିଛନ୍ତି ।
ସିଡନୀ: ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଦୃତ ବୋଲର ତଥା ଭାରତୀୟ ସ୍ପିଡ ଷ୍ଟାର ଜସପ୍ରୀତ ବୁମରାଙ୍କୁ 'ଗାର୍ଡ ଅଫ୍ ଅନର୍' । ଏହି ସମ୍ମାନରେ ସମ୍ମାନିତ କଲେ ଭାରତୀୟ ଅଧିନାୟକ ଏବଂ ଦଳର ସାଥୀ ଖେଳାଳି । କିନ୍ତୁ କାହିଁକି, କଣ ବୁମରା କ୍ରିକେଟରୁ ସନ୍ୟାସ ନେଇ ଗଲେ କି । ଆଜ୍ଞା ଆପଣଙ୍କ ଭାବନା ଭୂଲ ଅଟେ । ଏହା ପଛର କାରଣ ଆଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଦଳର ଖେଳାଳି ମାନଙ୍କୁ ସବୁ ସମୟରେ ଅଧିନାୟକ ବିରାଟ କୋହଲି ଉତ୍ସାହିତ କରୁଥିବା ନଜର ଆସିଥାନ୍ତି । କିନ୍ତୁ ବିରାଟଙ୍କ ଏହି ମଜାଳିଆ ଅନ୍ଦାଜ ଅଧିକ ଜସପ୍ରୀତ ବୁମରା ଏବଂ ରବିନ୍ଦ୍ର ଜାଡେଜାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତେବେ ସେହିପରି ଆଜି ଅଷ୍ଟ୍ରେଲିଆ-ଏ ବିପକ୍ଷ ଅଭ୍ୟାସ ମ୍ୟାଚରେ ଜସପ୍ରୀତ ବୁମରାଙ୍କୁ ଉତ୍ସାହିତ କରିବା ପାଇଁ କୋହିଲ ଏହି କାରନାମ କରିଛନ୍ତି ।

ବାସ୍ତବରେ ଆଜି ବୁମରା ନିଜର ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିଅରର ମେଡନ ଅର୍ଦ୍ଧଶକତ ଯୋଡିଛନ୍ତି । ତେବେ ବୁମରା ଆକର୍ଷଣୀୟ ବ୍ୟାଟିଂ କରି ମହମ୍ମଦ ସିରାଜଙ୍କ ସହ ଶେଷ ୱିକେଟ୍ ପାଇଁ ୭୧ ରନର ବହୁମୂଲ୍ୟ ପାର୍ଟନରଶିପ୍ କରିଥିଲେ। ସେ ୫୩ ବଲରେ ନିଜର କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିଥିଲେ। ଏହା ପୂର୍ବରୁ ସେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରଥମଶ୍ରେଣୀ ମ୍ୟାଚରେ ଅର୍ଦ୍ଧଶତକ ମାରିନଥିଲେ।
— A (@_shortarmjab_) December 11, 2020
ଏଭଳି ସ୍ଥିତିରେ ଯେତେବେଳେ ଟିମ୍ ଜାଣିବାକୁ ପାଇଲା ଯେ ଏହା ବୁମରାଙ୍କର ପ୍ରଥମ ଅର୍ଦ୍ଧଶତକ, ସେମାନେ ଡ୍ରେସିଂ ରୁମରେ ଏହି ଯୁବ ଖେଳାଳିଙ୍କୁ ଗାର୍ଡ ଅଫ୍ ଅନର୍ ଦେଇଥିଲେ।
ଉକ୍ତ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୧୯୪ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ବୁମରା ସର୍ବାଧିକ ୫୫ (୫୭ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସିନ୍ ଆବୋଟ୍ଟ ଓ ଜ୍ୟାକ୍ ୱିଲ୍ଡରମଥ୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।












Click it and Unblock the Notifications