Get Updates
Get notified of breaking news, exclusive insights, and must-see stories!

India vs Australia, 3rd ODI: ନୂଆ ବୋଲର କଲେ କମାଲ, 13ରନରେ ଶେଷ ମ୍ୟାଚ ଜିତିଲା ସମ୍ମାନ ରଖିଲା ଭାରତ

3 ମ୍ୟାଚ ବିଶିଷ୍ଟ ଏହି ସିରିଜ ପ୍ରଥମ ଦୁଇ ମ୍ୟାଚ ହାରି ସିରିଜ ହାତ ଛଡା କରିସାରିଥିବା ଭ୍ରମଣକାରୀ ଭାରତ ଆଜି ଶେଷ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଚାହିଁବ ।

Dec 02, 2020, 5:27 pm IST

ମ୍ୟାନ ଅଫ ଦ ମ୍ୟାଚ / ମ୍ୟାନ ଅଫ ଦ ସିରିଜ

76 ବଲରୁ 92ରନର ପାଳି ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି । ସେହିପରି ଏହି ସିରିଜରେ ଦୁଇଟି ଦମଦାର ଶତକ ଯୋଡିଥିବା ଷ୍ଟିଭ ସ୍ମିଥଙ୍କୁ ମ୍ୟାନ ଅଫ ଦ ସିରିଜ ପ୍ରଦାନ କରାଯାଇଛି ।
Dec 02, 2020, 5:24 pm IST

ଟଳିଲା ମୂଳପୋଛ ଭୟ...

ଶେଷ ୱିକେଟ ଭାବେ ଆଦାମ ଜାମ୍ପାଙ୍କୁ ଆଉଟ କଲେ ବୁମରା । 13ରନରେ ଶେଷ ମ୍ୟାଚ ଜିତି ମୁଳ ପୋଛ ବିପଦକୁ ଟାଳିଲା ଭ୍ରମଣକାରୀ ଭାରତ । ଭାରତ ବନାମ ଅଷ୍ଟ୍ରେଲିଆ, 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 0-2ରେ ପଛୁଆ ରହିଥିଲା ଭାରତ । ତେବେ ଶେଷ ମ୍ୟାଚ ଜିତି 2-1ରେ ସିରିଜ ଶେଷ କରିବା ସହ ସମ୍ମାନ ରଖା କଲା ବିରାଟ ବାହିନୀ। ତେବେ ଶେଷ ମ୍ୟାଚରେ ଟସ ଜିତି ବିରାଟଙ୍କ ବ୍ୟାଟିଂ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା । ଦୁହିଁଙ୍କ ଲମ୍ବା ଭାଗୀଦାରୀ ବଳରେ ଘରୋଇ ଦଳ ଆଗାରେ 303ରନର ବିଜୟ ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ସେପଟେ ଗତ ଦୁଇ ମ୍ୟାଚରେ ପାଣି ଭଳି ରନ ବୁହାଇଥିବା ବୋଲରଙ୍କୁ ବଦଳାଇଥିଲା ଦଳ । ଟି. ନଟରାଜନ ନୂଆ ମୁହଁ ଭାବେ ଦିନିକିଆରେ ଡେବ୍ୟୁ କରି ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ସାଇନଙ୍କ ସ୍ଥାନରେ ଆସିଥିବା ଶାର୍ଦ୍ଦୁଲ ଠାକୁର ସର୍ବାଧିକ 3ଟି ୱିକେଟ ହାତେଇଛନ୍ତି । ତାଙ୍କ ସହିତ ଜସପ୍ରିତ ବୁମରା (2) ଓ ଚହଳଙ୍କ ସ୍ଥାନରେ ଆସିଥିବା କୁଲଦୀପ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଅଷ୍ଟ୍ରେଲିଆ ମଧ୍ୟ ଦଳର ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବା ଓ ୱାର୍ଣ୍ଣରଙ୍କ ଆହତ କରାଣରୁ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ଆଜି ବିଫଳ ହୋଇଛି ।
Dec 02, 2020, 5:01 pm IST

ଶେଷରେ ସମ୍ମାନ ରଖିଲା ଟିମ ଇଣ୍ଡିଆ

13ରନରେ ଶେଷ ମ୍ୟାଚ ଜିତିଲା ଭ୍ରମଣକାରୀ ଭାରତ ।
Dec 02, 2020, 4:50 pm IST

କଡା ଟକ୍କର

13 ବଲରେ ଅଷ୍ଟ୍ରେଲିଆକୁ ଦରକାର 22 ରନ ।
Dec 02, 2020, 4:46 pm IST

କଙ୍ଗାରୁ ଦଳର ଓ୍ୱିକେଟ୍ ବିପର୍ଯ୍ୟୟ । ନଟରାଜନଙ୍କ ବଲରେ ଆଉଟ୍ ହେଲେ Ashton Agar ।
Dec 02, 2020, 4:45 pm IST

ଠାକୁରଙ୍କ ବଲ ଏବଂ ରାହୁଲଙ୍କ ହାତରେ କ୍ୟାଚ୍ ହେଲେ Sean Abbott । କଙ୍ଗାରୁ ଦଳକୁ ମ୍ୟାଚ୍ ଜିତିବାକୁ 18 ବଲରେ ଆବଶ୍ୟକ 25 ରନ୍ । Sean Abbott 9 ବଲରେ 4 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 4:37 pm IST

46 ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରଲିଆ 7 ଓ୍ୱିକେଟ୍ ହରାଇ 274 ରନ୍ ସଂଗ୍ରହ କରିଛି । Sean Abbott 5 ବଲରେ 2 ରନ୍ ଏବଂ Ashton Agar 25 ବଲରେ 26 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 4:32 pm IST

ଦକ୍ଷିଣ ହାତି ବ୍ୟାଟ୍ସମ୍ୟାନ୍ Sean Abbott କ୍ରିଜକୁ ଆସିଛନ୍ତି । ଦଳକୁ ବିଜୟ ପାଇଁ 31 ବଲରେ ଆବଶ୍ୟକ 34 ରନ୍ ।
Dec 02, 2020, 4:31 pm IST

ବୁମରାଙ୍କ ବଲରେ ମାକ୍ସଓ୍ୱେଲ୍ ବୋଲ୍ଡ । ମାକ୍ସଓ୍ୱେଲ୍ 38ବଲରେ ସଂଗ୍ରହ କରିଛନ୍ତି 59 ରନ୍ । (3ଟି ଚୈକା ଏବଂ 4ଟି ଛକା)
Dec 02, 2020, 4:19 pm IST

ମ୍ୟାଚ୍ ଜିତିବାକୁ ଅଷ୍ଟ୍ରେଲିଆକୁ 7 ଓଭରରେ ଆବଶ୍ୟକ 57 ରନ୍ । 43 ଓଭର ଶେଷ ସୁଦ୍ଧା 6 ଓ୍ୱିକେଟ୍ ହରାଇ ଦଳ ସଂଗ୍ରହ କରିଛି 246 ରନ୍ ।
Dec 02, 2020, 4:14 pm IST

42 ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରଲିଆ 6 ଓ୍ୱିକେଟ୍ ହରାଇ 234 ରନ୍ ସଂଗ୍ରହ କରିଛି । ମାକ୍ସଓ୍ୱେଲ 29 ବଲରେ 38 ରନ୍ ଏବଂ Ashton Agar 15 ବଲରେ 12 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 4:10 pm IST

40 ଓଭର ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର୍ 227 । କାମେରନ୍ ଗ୍ରିନ୍ 27ଟି ବଲରେ 21 ରନ କରି ଆଉଟ୍ ହୋଇଛନ୍ତି । ଆଲେକ୍ସ କ୍ୟାରି 42ଟି ବଲରୁ 38 ରନ୍ କରି ରନ୍ ଆଉଟ୍ ହୋଇଛନ୍ତି । ଅଷ୍ଟ୍ରେଲିଆର ଏଜାବତ୍ ଛଅ ଓ୍ୱିକେଟ୍ ଯାଇଛି ।
Dec 02, 2020, 4:07 pm IST

ଅଷ୍ଟ୍ରେଲିଆ ଦଳ ପାଇଁ ବିଜୟ ଲକ୍ଷ୍ୟ ହାସଲ କରିବାକୁ 54 ବଲରେ ଆବଶ୍ୟକ 73 ରନ୍ ।
Dec 02, 2020, 4:00 pm IST

ବାମହାତି ବ୍ୟାଟ୍ସମ୍ୟାନ୍ Ashton Agar ଖେଳିବାକୁ ଆସିଛନ୍ତି । 39 ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରଲିଆ 6 ଓ୍ୱିକେଟ୍ ହରାଇ 213 ରନ୍ ସଂଗ୍ରହ କରିଛି । ମାକ୍ସଓ୍ୱେଲ 19 ବଲରେ 28 ରନ୍ ଏବଂ Ashton Agar 7 ବଲରେ 2 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 3:57 pm IST

ଆଲେକ୍ସ କ୍ୟାରି ବିରାଟ୍ ହାତରେ ରନ୍ ଆଉଟ୍ ହୋଇ ପ୍ୟାଭିଲିଅନକୁ ଫେରିଛନ୍ତି । 42 ବଲରେ ସଂଗ୍ରହ କରିଛନ୍ତି 38 ରନ୍ ।
Dec 02, 2020, 3:54 pm IST

ମ୍ୟାଚ୍ ହାତେଇବାକୁ କଙ୍ଗାରୁ ଦଳକୁ 72 ବଲରେ ଆବଶ୍ୟକ 92 ରନ୍ ।
Dec 02, 2020, 3:50 pm IST

37 ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରଲିଆ 5 ଓ୍ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଛି । ମାକ୍ସଓ୍ୱେଲ 16 ବଲରେ 22 ରନ୍ ଏବଂ ଆଲେକ୍ସ କ୍ୟାରି40 ବଲରେ 38 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 3:16 pm IST

ଅଷ୍ଟ୍ରେଲିଆର ଟପ ଅର୍ଡର ବିଧ୍ୱନ୍ସ

75ରନରେ ଆଉଟ ହୋଇଛନ୍ତି ଅଷ୍ଟ୍ରେଲିୟ ଅଧିନାୟକ ଆରନ ଫିଞ୍ଚ । ରବିନ୍ଦ୍ର ଜାଡେଜାଙ୍କ ଶୀକାର ହୋଇଛନ୍ତି ଫିଞ୍ଚ । ଏଥି ସହିତ ମୋଇସ୍ ହେନ୍ରିକ୍ସ ମଧ୍ୟ 22 ରନ କରି ପାଭେଲିଅନ ଫେରିଛନ୍ତି । 30 ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର 151/4 ରହିଛି ।
Dec 02, 2020, 2:39 pm IST

କେଏଲ ରାହୁଲଙ୍କ ନୀଳ-ଧଳା ଜୋତା

ଭାରତ ବନାମ ଅଷ୍ଟ୍ରେଲିଆ 3ୟ ଦିନିକିଆ ମ୍ୟାଚରେ ଏମିତି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଭାରତୀୟ ୱିକେଟ-କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ପାଖରେ । ରାହୁଲ ଆଜି ମ୍ୟାଚରେ ଦୁଇ ରଙ୍ଗର ଜୋତା ପିନ୍ଧିଛନ୍ତି । ଡାହାଣ ଗୋଡରେ ନୀଳ ରଙ୍ଗର ଜୋତା ପିନ୍ଧିଥିବା ବେଳେ ବାମ ଗୋଡରେ ଧଳା ରଙ୍ଗର ଜୋତା ପିନ୍ଧିଛନ୍ତି । ତେବେ କଣ ଅନ୍ୟମନସ୍କରେ ଏମିତି କରିଛନ୍ତି ରାହୁଲ ???
Dec 02, 2020, 2:35 pm IST

ଫିଞ୍ଚଙ୍କ ଅର୍ଦ୍ଧଶତକ

61 ବଲରୁ ଅର୍ଦ୍ଦଶତକୀୟ ପାଳି ଖେଳିଛନ୍ତି ଘରୋଇ ଦଳର ଅଧିନାୟକ ଆରନ ଫିଞ୍ଚ । ତେବେ ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ଲଗାତାର ଏହା ଫିଞ୍ଚଙ୍କ 3ୟ ଅର୍ଦ୍ଧଶତକ ହୋଇଛି ।
Dec 02, 2020, 2:25 pm IST

15 ଓଭର ଖେଳ ଶେଷ ସୁଦ୍ଦା ଅଷ୍ଟ୍ରେଲିଆ ସ୍କୋର 72/2 । ବିଜୟ ପାଇଁ ଘରୋଇ ଦଳକୁ ଆବଶ୍ୟକ 231ରନ।
Dec 02, 2020, 2:06 pm IST

12 ଓଭର ଖେଳ ଶେଷ ସୁଦ୍ଦା ଅଷ୍ଟ୍ରେଲିଆର ସ୍କୋର 64/2 ।
Dec 02, 2020, 2:04 pm IST

ଅଷ୍ଟ୍ରେଲିଆର 2ୟ ୱିକେଟ

ଷ୍ଟିଭ ସ୍ମିଥଙ୍କ ୱିକେଟ ଭାବେ ଅଷ୍ଟ୍ରେଲିଆକୁ ଲାଗିଛି 2ୟ ଝଟକା । ସ୍ମିଥଙ୍କୁ ଆଉଟ କରିଛନ୍ତି ଶାର୍ଦ୍ଦୁଲ ଠାକୁର ।
Dec 02, 2020, 2:03 pm IST

ଅଷ୍ଟ୍ରେଲିଆ ବ୍ୟାଟିଂ

ପ୍ରଥମ ୱିକେଟ ନେଲେ ଟି. ନଟରାଜନ । ଏହା ଦିନିକିଆରେ ତାଙ୍କର ପ୍ରଥମ ୱିକେଟ ହୋଇଛି । 9 ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 45/1 ।
Dec 02, 2020, 12:44 pm IST

ଶେଷ ହେଲା ଭାରତୀୟ ଇଂନିସ

ଭାରତ ବନାମ ଅଷ୍ଟ୍ରେଲିଆ, ଶେଷ ଦିନିକିଆ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ ଅଧିନାୟକ ବିରାଟ କୋହଲି । ତେବେ ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ ହରାଇ 302ରନ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ 92ରନ ଓ ରବିନ୍ଦ୍ର ଜାଡେଜା ଅପରାଜିତ 66 ରନ କରି ଭାରତୀୟ ପାଳିର ମଙ୍ଗ ଧରିଛନ୍ତି ।
Dec 02, 2020, 12:22 pm IST

47 ଓଭର ଖେଳ ଶେଷ ସୁଦ୍ଧା ଭାରତ 5 ଓ୍ୱିକେଟ୍ ହରାଇ 261 ରନ୍ ସଂଗ୍ରହ କରିଛି । ରବୀନ୍ଦ୍ର ଯାଡ଼େଜା 40 ବଲରେ 39 ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 69 ବଲରେ 79 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 12:10 pm IST

45 ଓଭର ଖେଳ ଶେଷ ସୁଦ୍ଧା ଭାରତ 5 ଓ୍ୱିକେଟ୍ ହରାଇ 226 ରନ୍ ସଂଗ୍ରହ କରିଛି । ରବୀନ୍ଦ୍ର ଯାଡ଼େଜା 35 ବଲରେ 25 ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 61 ବଲରେ 59 ରନ୍ ସଂଗ୍ରହ କରିଛନ୍ତି ।
Dec 02, 2020, 11:33 am IST

35 ଓଭର ଖେଳ ଶେଷ ସୁଦ୍ଦା ଭାରତ 164/5
Dec 02, 2020, 11:28 am IST

କୋହିଲ ଆଉଟ

ହେଜଲଉଡ କ୍ୟାଚ ଧରି ବିରାଟ କୋହଲିଙ୍କୁ ପାଭେଲିଅନ ପଠାଇ ଦେଇଛନ୍ତି । ତେବେ ପୁଣି ଏକ ଶତକୀୟ ପାଳି ଖେଳିବାରେ ଫେଲ ମାରିଛନ୍ତି ରନମେସିନ । 78ବଲରେ 63 ରନ କରିଛନ୍ତି ବିରାଟ । ସେ ଆଉଟ ହେବା ପରେ କ୍ରିଜକୁ ଆସିଛନ୍ତି ରବିନ୍ଦ୍ର ଜାଡେଜା ।
Dec 02, 2020, 11:21 am IST

30 ଓଭର ଖେଳ ଶେଷ ସୁଦ୍ଧା ଭାରତ 144ରନରେ ତାର 4ଟି ୱିକେଟ ହରାଇ ସାରିଛି । ଏବେ ପଡିଆରେ ବ୍ୟାଟିଂ କରୁଛନ୍ତି ବିରାଟ କୋହିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ।
READ MORE

କାନବେରା: ଭାରତ-ଅଷ୍ଟ୍ରେଲିଆ ଗସ୍ତ ଦିନିକିଆ ସିରିଜର ଆଜି ଖେଳାଯାଉଛି 3ୟ ମ୍ୟାଚ। ସ୍ଥାନୀୟ ମନୁକା ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ। 3 ମ୍ୟାଚ ବିଶିଷ୍ଟ ଏହି ସିରିଜ ପ୍ରଥମ ଦୁଇ ମ୍ୟାଚ ହାରି ସିରିଜ ହାତ ଛଡା କରିସାରିଥିବା ଭ୍ରମଣକାରୀ ଭାରତ ଆଜି ଶେଷ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଚାହିଁବ ।

India vs Australia 2020 3rd ODI Live Update in Odia:

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+