India vs Australia 2020 2nd ODI Live Update: ପାଣି ପରି ରନ ବୁହାଇଲେ ବୋଲର, ବିଶାଳ ବିଜୟକୁ ପିଛା କରି ପୁଣି ଫେଲ ମାରିଲା ଭାରତ

ପୁଣି ହାରିଲା ଭ୍ରମଣକାରୀ ଭାରତ, 2-0 ସିରିଜ ଜିତିଲା ଘରୋଇ କଙ୍ଗାରୁ ଟିମ । 2ୟ ମ୍ୟାଚକୁ 51ରନରେ ଜିତିଲା ଅଷ୍ଟ୍ରେଲିଆ ।

Nov 29, 2020, 5:35 pm IST

51ରନରେ ମ୍ୟାଚ ହାରିଲା ଭ୍ରମଣକାରୀ ଭାରତୀୟ ଦଳ । 2ୟ ମ୍ୟାଚ ସହ 3ଟିକିଆ ଦିନିକିଆ ସିରିଜକୁ 2-0ରେ କବଜା କରି ନେଇଛି ଘରୋଇ ଅଷ୍ଟ୍ରେଲିଆ । 390ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ ହରାଇ 338ରନ କରି ପାରିଛି । ତେବେ ଭାରତ ପକ୍ଷରୁ କ୍ୟାପଟେନ କୋହଲି ସର୍ବାଧିକ 89 ରନ କରିଥିବା ବେଳେ କେଏଲ ରାହୁଲ 2ୟ ସର୍ବିଧିକ 76 ରନ କରିଛନ୍ତି । ସେହପିର ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ସର୍ବାଧିକ 3ଟି ୱିକେଟ ନେଇଛନ୍ତି । 62 ବଲରେ 104ରନ କରିଥିବା ଷ୍ଟିଭ ସ୍ମିଥଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ବିବେଚିତ କରାଯାଇଛି ।
Nov 29, 2020, 5:21 pm IST

ପୁଣି ହାରିଲା ଭ୍ରମଣକାରୀ ଭାରତ, 2-0 ସିରିଜ ଜିତିଲା ଘରୋଇ କଙ୍ଗାରୁ ଟିମ । 2ୟ ମ୍ୟାଚକୁ 51ରନରେ ଜିତିଲା ଅଷ୍ଟ୍ରେଲିଆ
Nov 29, 2020, 5:15 pm IST

ବିଜୟ ଦ୍ବାର ଦେଶରେ ଅଷ୍ଟ୍ରେଲିଆ ।
Nov 29, 2020, 4:52 pm IST

ଗେମ ଚେଞ୍ଜିଂ ମୋମେଣ୍ଟ!
Nov 29, 2020, 4:48 pm IST

ବିଜୟ ଆଶା ଧିରେ ଧିରେ କ୍ଷୀଣ ହୋଇଯାଉଛି ଭାରତ । 76ରନ କରି ପାଭେଲିଅନ ଫେରିଲେ ରାହୁଲ । 390ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତ 288/5 ।
Nov 29, 2020, 4:46 pm IST

8ମ ଦିନିକିଆ ଅର୍ଦ୍ଧଶତକ ହାସଲ କଲେ କେଏଲ ରାହୁଲ । 52ବଲରୁ ଏହି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ରାହୁଲ । ତାଙ୍କ ସହିତ କ୍ରିଜରେ ଅପରାଜିତ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।
Nov 29, 2020, 4:15 pm IST

ଦିନିକିଆରେ କୋହଲି ବନାମ ଜସ ହେଜଲଉଡ 5 ଇନିଂସ, 29 ରନ୍, 3ଥର ଆଉଟ । ପରସ୍ପର ବିପକ୍ଷରେ ଖେଳିଥିବା ଶେଷ 3 ଇନିଂସରେ ଜସ ହେଜଲଉଡ କୋହଲିଙ୍କୁ ବରଖାସ୍ତ କରିଛନ୍ତି ।
Nov 29, 2020, 4:11 pm IST

କୋହିଲ ଆଉଟ । ଶତକୀୟ ପାଳି ଖେଳିବାରୁ ବଞ୍ଚିତ ହେଲେ କୋହଲି । ଜସ ହେଜଲଉଡଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭେଲିଅନ ଫେରିଲେ ବିରାଟ । ତେବେ ବିରାଟଙ୍କ ଆଉଟ ହେବା ପରେ ବ୍ୟାଟି ଆସିଛନ୍ତି ପାଣ୍ଡ୍ୟା । ଭାରତ 299/4 (36)
Nov 29, 2020, 4:06 pm IST

ପଡିଆ ମଝିରେ ମ୍ୟାରେଜ ପ୍ରପୋଜାଲ । ଜଣେ ଭାରତୀୟ ଯୁବକ ଜଣେ ଅଷ୍ଟ୍ରେଲିଆନ ଯୁବତୀଙ୍କୁ ବିବାହ ନିବେଦନ କରିଛନ୍ତି । ଯେଉଁଠି ଯୁବତୀ ଜଣଙ୍କ ରାଜି ହୋଇଛନ୍ତି । ଯାହା କି ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଦେଖି ଗ୍ଲେନ ମାକ୍ସୱେଲ ବି ତାଳି ବଜାଇଛନ୍ତି ।
Nov 29, 2020, 3:28 pm IST

ବିରାଟ କୋହଲିଙ୍କ 71ତମ ଶତକ ଅପେକ୍ଷାରେ ରହିଛନ୍ତି ତାଙ୍କ ଫ୍ୟାନ୍ସ । ଧିରେ ଧିରେ ମଧ୍ୟ ଶକତ ଆଡକୁ ଆଗ୍ରସର ହେଉଛନ୍ତି ବିରାଟ । ସେପଟେ ଏହି ବିଶାଳ ବିଜୟ ଲକ୍ଷ୍ୟକୁ ଚେସ କରିବା ପାଇଁ ବିରାଟଙ୍କ ସହ କାନ୍ଧ ମିଳାଇଛନ୍ତି ୱିକେଟକିପର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଯିଏ କି 10 ରନ କରି କ୍ରିଜରେ ଅପରାଜିତ ରହିଛନ୍ତି ।
Nov 29, 2020, 3:13 pm IST

ପୁଣି ମଧ୍ୟ କ୍ରମରେ ଫେଲ ମାରିଲେ ଶ୍ରେୟାସ ଆୟର । ମିଡ ୱିକେଟରେ ଏକ ଶାନଦାର କ୍ୟାଚ ଧରି ଆୟାରଙ୍କୁ ପାଭେଲିଅନ ପଠାଇଲେ ଷ୍ଟିଭ ସ୍ମିଥ । ମୋଇସ୍ ହେନ୍ରିକ୍ସଙ୍କ ବଲରେ ଖରାପ ଶର୍ଟ ଖେଳି ଆଉଟ ହେଲେ ଆାୟର । 38 ବଲରୁ 36ରନ ସଂଗ୍ରହ କରିଛନ୍ତି । ଶ୍ରେୟାସଙ୍କ ପରେ ବ୍ୟାଟିଂ କରିବାକୁ ଆସିଛନ୍ତି ଭାରତୀୟ ଓ୍ୱିକେଟ୍ କିପର କେ ଏଲ୍ ରାହୁଲ ।
Nov 29, 2020, 3:13 pm IST

59ତମ ଦିନିକିଆ ଅର୍ଦ୍ଧଶତକ ହାସଲ କଲେ ଅଧିନାୟକ ବିରାଟ କୋହଲି । 52 ବଲରୁ ଏହି ଅର୍ଦ୍ଧଶକତ ହାସଲ କରିଛନ୍ତି କୋହଲି ।
Nov 29, 2020, 3:08 pm IST

20 ଓଭରରେ 126 ରନ ପୁରଣ କରିଛି ଭ୍ରମଣକାରୀ ଭାରତୀୟ ଦଳ । ତେବେ ବାକି ଥିବା 30 ଓଭରେର 264ରନ ଆବଶ୍ୟକ କରୁଛି ଭାରତ ।
Nov 29, 2020, 3:06 pm IST

60 ରନ ପୁର୍ବରୁ ଭାରତ ତାର ଦୁଇ ଓପନର୍ସଙ୍କୁ ହରାଇ ଏବେ ବିପତ୍ତି ପରିସ୍ଥିତରେ ପଡିଯାଇଛି । ଏବେ ପଡିଆରେ ବ୍ୟାଟିଂ କରୁଛନ୍ତି ଅଧିନାୟକ ବିରାଟ କୋହଲି ଓ ଯୁବ ଶ୍ରେୟାସ ଆୟାର ।
Nov 29, 2020, 1:39 pm IST

ଭାରତର ବ୍ୟାଟିଂ ଆରମ୍ଭ । ଓପନ ପାଇଁ ଆସିଲେ ମୟଙ୍କ ଅଗ୍ରୱାଲ ଓ ଶିଖର ଧୱନ । ପ୍ରଥମ ଓଭର ଖେଳ ଶେଷ ସଦ୍ଧା 8ରନରେ କୌଣସି ୱିକେଟ ବ୍ୟୟ କରି ନାହିଁ ଭାରତ ।
Nov 29, 2020, 1:27 pm IST

ସେପେଟ ପ୍ରଥମ ମ୍ୟାଚର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ବି ବଳିଯାଇଛି ଆଜିର ସ୍କୋର । ପୁଣିଥରେ ଚମତ୍କାର ବ୍ୟାଟିଂ ପ୍ରଦର୍ସନ ଦେଖାଇଛନ୍ତି ଘରୋଇ କଙ୍ଗାରୁ ଦଳର ଖେଳାଳି । ଲାଗତାର ଦୁଇଟି ମ୍ୟାଚରେ ଶତକ ହାସଲ କରିଛନ୍ତି ସ୍ମିଥ । ପ୍ରଥମ ମ୍ୟାଚରେ ଶତକୀୟ ପାଳି ପରେ ଆଜି ମ୍ୟାଚରେ 64 ବଲରୁ 104ରନ କରିଛନ୍ତି ସ୍ମିଥ । ସେହିପରି ଗ୍ଲେନ ମାକ୍ସୱେଲଙ୍କ ପ୍ରଦର୍ଶନ ମଧ୍ୟ ଆଶ୍ଚର୍ଯ୍ୟ ଜନକ ହୋଇଛି । ଗତ ମ୍ୟାଚ ପରି ଏହି ମ୍ୟାଚରେ ବି ବିସ୍ଫୋରକ ପାଳି ଖେଳିଛନ୍ତି ମାକ୍ସୱେଲ । ମାତ୍ର 29ବଲରୁ ଦୃତ 63ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ସେହପରି ମାର୍ନସ୍ ଲାବୁସାଗ୍ନେ 70ରନ ପାଳି ମଧ୍ୟ ଦଳୀ ସ୍କୋରକାର୍ଡକୁ ସଠିକ ସମୟରେ ମଜବୁତ କରିଛି । ଅନ୍ୟପଟେ ମ୍ୟାଚ ଆରମ୍ଭରୁ ହିଁ ଦଳକୁ ସଠିକ ଆରମ୍ଭ ଦେଇଛନ୍ତି ଦୁଇ ଓପନର ଡେଭିଡ ୱାର୍ଣ୍ଣର ଓ ଅଧିନାୟକ ଆରୋନ ଫିଞ୍ଚ ।
Nov 29, 2020, 1:20 pm IST

ପୁଣି ଏକ ଲଜ୍ଜାଜନକ ବୋଲିଂ ପ୍ରଦର୍ଶନର ନମୁନା ଦେଖାଇଛନ୍ତି ଭାରତୀୟ ବୋଲର୍ସ । ଏକଦାଶ କମ୍ବିନେଶନରେ ଅସୁବିଧାର ସମ୍ମୁଖନ ହେଉଥିବା ଭାରତୀୟ ଦଳରୁ ଆଜି 7ଜଣ ବୋଲିଂ କରିଛନ୍ତି । ଅତିରିକ୍ତ ବୋଲର ଭାବେ ମୟଙ୍କ ଅଗ୍ରୱାଲ ମଧ୍ୟ ଆଜି ଗୋଟିଏ ଓଭର ବୋଲିଂ କରିଛନ୍ତି । ଯିଏକି 10ରନ ବ୍ୟୟ କରିଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ ଆଦି 4 ଓଭର ବୋଲିଂ କରି 24ରନ ବ୍ୟୟରେ ଗୋଟିଏ ୱିକେଟ ନେଇଛନ୍ତି । ସାଇନ, ଚହଲ ପୁଣି ଆଜି ମହଙ୍ଗା ବାବ୍ୟସ୍ତ ହୋବା ସହ ୱିକେଟ ଶୂନ୍ୟ ରହିଛନ୍ତି । ସେପଟେ ବୁମରା ମାତ୍ର ଗୋଟିଏ ୱିକେଟ ଆୟରେ ସର୍ବାଧିକ 79ରନ ବ୍ୟୟ କରିଛନ୍ତି ।
Nov 29, 2020, 1:03 pm IST

ଭାରତ ଆଗରେ 390ରନର ବିଶାଳ ବିଜୟ ଲକ୍ଷ୍ୟ ।
Nov 29, 2020, 1:00 pm IST

ପ୍ରଥମ ଦିନିକିଆର ସ୍କୋର ପାର କଲା ଘରୋଇ ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚର 374ରନର ସ୍କୋରକୁ ଆଜି ମ୍ୟାଚରେ 49 ଓଭରରେ ପୂରଣ କରିଛି ଟିମ କଙ୍ଗାରୁ । ଆଉ ଗୋଟିଏ ଓଭର ଖେଳ ବାକି ରହିଛି । ତେବେ ଏୟା ଭିତରେ ମାର୍ନସ୍ ଲାବୁସାଗ୍ନେଙ୍କ ୱିକେଟ ନେଇ ଭାରତକୁ ଟିକିଏ ଆଶ୍ବସ୍ଥି ଦେଇଛନ୍ତି ବୁମରା ।
Nov 29, 2020, 12:52 pm IST

ମାର୍ଣ୍ଣସ୍ 59 ବଲରେ 69 ଏବଂ ମାକ୍ସଓ୍ୱେଲ୍ 22 ବଲରେ 47 ରନ୍ ସଂଗ୍ରହ କରିଛନ୍ତି ।
Nov 29, 2020, 12:51 pm IST

ଦୃଢ ସ୍ଥିତିରେ ଘରୋଇ ଦଳର ସ୍କୋର । ପୁଣି ଏକ ବିଶାଳ ସ୍କୋର ମୁହାଁ ଘରୋଇ ଦଳ । ଯେଉଁଥିରେ ସାମିଲ ଅଛି ଷ୍ଟିଭ ସ୍ମିଥଙ୍କ ଶକତ ଓ ମାର୍ନସ୍ ଲାବୁସାଗ୍ନେ ଅର୍ଦ୍ଧଶତକୀୟ ପାଳି ।
Nov 29, 2020, 12:50 pm IST

48 ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦଳ 3 ଓ୍ୱିକେଟ୍ ବନିମୟରେ 364 ରନ ସଂଗ୍ରହ କରିଛି ।
Nov 29, 2020, 12:48 pm IST

ଷ୍ଟିଭ୍ ସ୍ମିଥଙ୍କର ଶତକ । 64 ବଲରେ 104ରନ ସଂଗ୍ରହ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ସାମିଙ୍କ ହାତରେ କ୍ୟାଚ ହୋଇଛନ୍ତି ସ୍ମିଥ୍ ।
Nov 29, 2020, 11:32 am IST

200 ରନରେ ପହଞ୍ଚିଲା ଅଷ୍ଟ୍ରେଲିଆର ସ୍କୋର । 31.4 ଓଭରରେ ଦୁଇଟି ୱିକେଟ ହରାଇ 200ରନ ଖାତାରେ ଯୋଡି ସାରିଛି ଅଷ୍ଟ୍ରେଲିଆ । ପଡିଆରେ ବ୍ୟାଟିଂ କରୁଛନ୍ତି ଷ୍ଟିଭ ସ୍ମିଥ ଓ ମାର୍ନସ୍ ଲାବୁସାଗ୍ନେ ।
Nov 29, 2020, 11:25 am IST

ଫିଞ୍ଚଙ୍କ ପରେ ପରେ ଡେଭିଡ ୱାର୍ଣ୍ଣରଙ୍କ ରୂପେ 2ୟ ସଫଳତା ମିଳିଛି ଭାରତକୁ । ୱାର୍ଣ୍ଣରଙ୍କୁ ରନ ଆଉଟ କରିଛନ୍ତି ଶ୍ରେୟାସ ଆୟର ।
Nov 29, 2020, 11:21 am IST

ଶେଷରେ ପ୍ରଥମ ସଫଳତା ପାଇଲା ଭାରତ । ମହମ୍ମଦ ଶାମୀ ଭାରତ ପାଇଁ ପ୍ରଥମ ୱିକେଟ ଭାବେ ଆରନ ଫିଞ୍ଚଙ୍କୁ କୋହଲିଙ୍କ ହାତରେ କ୍ୟାଚ ଆଉଟ କରିଛନ୍ତି । 69ବଲରୁ 60ରନର ପାଳି ଖେଳିଛନ୍ତି ଫିଞ୍ଚ ।
Nov 29, 2020, 10:38 am IST

ମ୍ୟାଚରେ ମଧ୍ୟରେ ଦେଖିବାକୁ ମିଳିଛି ଏକ ମଜାଦାର ମୁହୁର୍ତ୍ତ । ବଲ ଲାଗିଥିବା ଅଷ୍ଟ୍ରେଲିଆନ ଅଧିନାୟକ ଆରନ ଫିଞ୍ଚଙ୍କୁ ଚିଡାଉଛନ୍ତି କେଏଲ ରାହୁଲ ।
Nov 29, 2020, 10:34 am IST

ତେବେ 16 ଓଭର ଖେଳ ଶେଷ ସୁଦ୍ଧା ଦଳୟୀ ଖାତାରେ 100 ରନ ଯୋଡିଛନ୍ତି ଦୁଇ ଅଷ୍ଟ୍ରେଲିଆନ ଖେଳାଳି । ଦୁଇଙ୍କ ଆଉ ଏକ ଶତକୀୟ ଭାଗିଦାରୀ ପଡିଆରେ ଦେଖିବାକୁ ମିଳିଛି । ଏଥି ସହିତ 39 ବଲରେ ଅର୍ଦ୍ଧଶତକ ଯୋଡିଛନ୍ତି ଡେଭିଡ ୱାର୍ଣ୍ଣର ।
Nov 29, 2020, 10:08 am IST

ପ୍ରଥମ ପାୱାର୍ ପ୍ଲେରେ 5ମ କ୍ରମାଗତ ଦିନିକିଆରେ ଭାରତ ୱିକେଟ୍ ବିହୀନ ରହିଛି । 54/0 ବନାମ ନ୍ୟୁଜିଲାଣ୍ଡ, ହାମିଲଟନ୍ । 52/0 ବନାମ ନ୍ୟୁଜିଲାଣ୍ଡ, ଅକଲ୍ୟାଣ୍ଡ । 65/0 ବନାମ ନ୍ୟୁଜିଲାଣ୍ଡ, ମାଉଣ୍ଟ ମାଉଙ୍ଗାନୁଇ । 51/0 ବନାମ ଅଷ୍ଟ୍ରେଲିଆ, ସିଡନୀ । 59/0 ବନାମ ଅଷ୍ଟ୍ରେଲି, ଆସିଡନୀ ।
Nov 29, 2020, 10:06 am IST

ଦିନିକିଆରେ ୱାର୍ଣ୍ଣର-ଫିଞ୍ଚ ଗତ 9 ଭାଗିଦାରୀ ବନାମ ଭାରତ: 70, 231, 66, 61, 258*, 20, 18, 156, 52 * ।
READ MORE

ସିଡନୀ: ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଦିନିକିଆ ସିରିଜର ଆଜି ଖେଳାଯାଉଛି 2ୟ ଦିନିକିଆ ମ୍ୟାଚ । ପ୍ରଥମ ମ୍ୟାଚରେ 66 ରନରେ ପରାଜୟ ପରେ ଆଜି ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ଭ୍ରମଣକାରୀ ଭାରତୀୟ ଦଳ ।

ଅଷ୍ଟ୍ରେଲିଆ

ଆଜି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ଘରୋଇ ଅଷ୍ଟ୍ରେଲିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+