For Quick Alerts
Turn On Notification  
For Daily Alerts
Oneindia App Download

IND vs AUS 1st Test : ଭାରତ ଦୋହରାଇଲା 96 ବର୍ଷର ଲଜ୍ଜାଜନକ ରେକର୍ଡ

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦ୍ୱିତୀୟ ପାଳିରେ 36 ରନରେ ସୀମିତ ହୋଇଯାଇଛି ।

|

ଆଡିଲେଡ୍ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦ୍ୱିତୀୟ ପାଳିରେ 36 ରନରେ ସୀମିତ ହୋଇଯାଇଛି । ମହମ୍ମଦ ସାମିଙ୍କ ହାତରେ ଏକ ବଲ୍ ବାଜିବାରୁ ସେ ଟ୍ୟାଟିଂ କରିବାରୁ ଅସମର୍ଥ ରହିଲେ । ଫଳରେ ଭାରତ 36 ରନ୍ କରି ପାଭିଲନ୍ ଫେରିବାକୁ ପଡିଛି । ଏହା ପୂର୍ବରୁ ଭାରତ ଟେଷ୍ଟ କ୍ରିକେଟରେ ନିମ୍ନତମ ସ୍କୋର 42 ଥିଲା ଯାହା 1974ରେ ଇଂଲଣ୍ଡ ବିପକ୍ଷରେ ବନାଇଥିଲେ ।
ଆଜିର ମ୍ୟାଚ୍ ପରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ 90 ରନର ଟାର୍ଗେଟ ମିଳିଛି ।

କେବଳ ସେତିକି ନୁହେଁ ଭାରତର ସ୍କୋର ଦ୍ୱିତୀୟ ପାଳିରେ ଗୋଟିଏ ସମୟରେ 19 ରନରେ ଛଅ ଓ୍ୱିକେଟ ରହିଥିଲା, ଏହା ପୁରା ଭାରତୀୟ କ୍ରିକେଟ୍ ଇତିହାସରେ କେବେ ହୋଇ ନଥିଲା । ଏହାପୂର୍ବରୁ ଡରବନର କିଙ୍ଗମିଡରେ ଭାରତ ଚତୁର୍ଥପାଳିରେ ଛଅ ଓ୍ୱିକେଟ ହରାଇ 25 ରନ୍ କରିଥିଲା ।

ଇଣ୍ଡିଆନ୍ କ୍ରିକେଟ୍

ସେହି ମ୍ୟାଚରେ ଭାରତ କୌଣସି କ୍ରମେ ପାଳିକୁ 66 ରନ ଯାଏଁ ନେବାକୁ ସକ୍ଷମ ହୋଇଥିଲା । ସେହିପରି ଆଜିର ମ୍ୟାଚ ଭଳି ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ 1947ରେ ସବୁଠାରୁ କମ୍ ସ୍କୋର କରିଥିଲା । ବ୍ରିସବେନରେ ଖେଳା ଯାଇଥିବା ସେହି ମ୍ୟାଚରେ ଭାରତ ସମୁଦାୟ 58 ରନ୍ କରିଥିଲା । ଆଜିର ମ୍ୟାଚରେ ଭାରତ ପାଇଁ ଆଉ ଏକ ଲଜ୍ଜାଜନକ ସ୍ଥିତି ରହିଲା ଯେ କୌଣସି ବି ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁ ପାରିଲେ ନାହିଁ । ଏହାକେବଳ 1924ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ କରିଥିବା ରେକର୍ଡ ରହିଥିଲା ।

ପୃଥ୍ୱିୀ ଶ

ସେହି ସମୟରେ ଦକ୍ଷିଣ ଆଫ୍ରିକାର ଟିମ୍ 30 ରନ କରି ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ସର୍ବାଧିକ 9 ରନ୍ ରହିଥିଲା । ଉଲ୍ଲେଖଥାଉକି ଟେଷ୍ଟ କ୍ରିକେଟରେ ସବୁ ଠାରୁ କମ୍ ସ୍କୋର କିବ୍ୱିର ନାଁରେ ରହିଥିଲା, ଯାହା ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିଲା । ସେହି ସମୟରେ ଅକଲାଣ୍ଡରେ ନ୍ୟୁଜିଲାଣ୍ଡ 26 ରନ୍ କରିଥିଲା । ଯାହା 1955ରେ ଖେଳା ଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Vs Australia 1st Test Adelaide Oval Team India Repeats 96 Year Old Shameful Record
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X