Get Updates
Get notified of breaking news, exclusive insights, and must-see stories!

T20 World Cup 2024: ସୁପର୍‌-୮ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନ୍‌ରେ ହରାଇଲା ଭାରତ, ସୂର୍ଯ୍ୟା ମ୍ୟାନ ଅଫ୍ ଦି ମ୍ୟାଚ୍

ଟି୨୦ ବିଶ୍ୱକପ ସୁପର୍‌-୮ ର ପ୍ରଥମ ମ୍ୟାଚ ଜିତିଲା ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ ।

ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌ ସ୍କୋର କରିଥିଲା। ତେବେ ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା । ଉଭୟ ବ୍ୟାଟ ଓ ବଲ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଭାରତ ପ୍ରଭାବୀ ବିଜୟ ହାସଲ କରିଛି।

ଟସ୍‌ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋହିତ ଶର୍ମା(୮) ଓ ବିରାଟ କୋହଲି(୨୪) ପୁଣି ଥରେ ଫ୍ଲପ ହୋଇଥିଲେ । ରିଷଭ ପନ୍ତ ତୃତୀୟ ସ୍ଥାନରେ ଆସି କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ । ୧୧ ବଲ୍‌ରୁ ୪ ଚୌକା ସହ ୨୦ ରନ୍‌ କରି ସେ ରନ୍‌ ଗତି ବଢାଇଥିଲେ । ଦଳୀୟ ସ୍କୋର ୫୪ରେ ପନ୍ତ ଆଉଟ ହୋଇଥିଲେ । ଏହାର ୨ ଓଭର ମଧ୍ୟରେ ୨୪ ବଲ୍‌ରୁ ୨୪ ରନ୍‌ କରିଥିବା ବିରାଟ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ ।

India vs Afghanistan

ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର କ୍ରମାଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ସହ ସେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଶିବମ ଦୁବେ(୧୦)ଙ୍କ ସହିତ ସେ ୨୮ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୨)ଙ୍କ ସହ ସେ ୬୦ ରନ୍‌ ଯୋଡିଥିଲେ । ମାତ୍ର ୨୮ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରି ସେ ସ୍କୋର କରିଥିଲେ ୫୩ ରନ୍‌।

ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲ୍‌ ଖେଳି ୩୨ ରନ୍‌ କରିଥିଲେ । ରବୀନ୍ଦ୍ର ଜାଡେଜା ମାତ୍ର ୭ ରନ୍‌ କରି ଆଉଟ ହୋଇଥିବା ବେଳେ ଅନ୍ତିମ ଓଭରରେ ୬ ବଲ୍‌ରୁ ୧୨ ରନ୍‌ କରି ଭାରତୀୟ ସ୍କୋରକୁ ୧୮୧ରେ ପହଞ୍ଚାଇ ଥିଲେ । ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବରେ ଫଜଲ୍ଲକ ଫାରୁକି ଓ ରଶିଦ ଖାନ୍‌ ୩ଟି ଲେଖାଏ ନବୀନ ଉଲ ହକ୍‌ ଗୋଟିଏ ଉଇକେଟ ନେଇଥିଲେ ।

୧୮୨ ରନ୍‌ ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା । ଅଜମତଉଲ୍ଲା ଓମାରଜାଇ ସର୍ବାଧିକ ୨୬ ରନ୍‌ କରିଥିବା ବେଳେ ନଜିବୁଲ୍ଲା ଜଦ୍ରାନ ୧୯ ଓ ଗୁଲବଦିନ ନାଇବ ୧୭ ରନ୍‌ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ନବି ୧୪, ନୁର ଅହମ୍ମଦ ୧୨ ଓ ରହମାନୁଲ୍ଲା ଗୁରବାଜ ୧୧ ରନ୍‌ କରିଥିଲେ । ଆଫଗାନିସ୍ତାନର ୫ ଜଣ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ୩ଟି ଲେଖାଏ, କୁଲଦୀପ ଯାଦବ ଦୁଇଟି, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+