ଟି-20 ବିଶ୍ୱକପ: ଫାଟିଲା ରୋହିତ-ରାହୁଲଙ୍କ ଦିୱାଲି ବମ, ଆଫଗାନ୍ ଦଳ ଆଗରେ 211 ରନ ବିଜୟ ଲକ୍ଷ୍ୟ
ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଚୟନ ହୋଇଥିବା ଭାରତୀୟ ଦଳ ଦୁଇଟି ୱିକେଟ୍ ହରାଇ ଧାର୍ଯ୍ୟ 20 ଓଭରରେ 210 ରନ୍ ସଂଗ୍ରହ କରିଛି। ଏହା ମଧ୍ୟ ଟି-20 ବିଶ୍ୱକପ 2021 ର ସର୍ବାଧିକ ସ୍କୋର ହୋଇଛି ।
ଆବୁଧାବି: ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି-20 ବିଶ୍ୱକପ ମ୍ୟାଚର ସୁପର-12 ପର୍ଯ୍ୟାୟ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ହାରିବା ପରେ ବ୍ୟାଟିଂ କରିବାକୁ ଚୟନ ହୋଇଥିବା ଭାରତୀୟ ଦଳ ଦୁଇଟି ୱିକେଟ୍ ହରାଇ ଧାର୍ଯ୍ୟ 20 ଓଭରରେ 210 ରନ୍ ସଂଗ୍ରହ କରିଛି। ଏହା ମଧ୍ୟ ଟି-20 ବିଶ୍ୱକପ 2021 ର ସର୍ବାଧିକ ସ୍କୋର ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଏକ ଦଳ 200 ପ୍ଲସ୍ ରନ୍ ମାର୍କ ମଧ୍ୟ ଅତିକ୍ରମ କରିଛି ।

ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦ୍ରୁତ ଇନିଂସ ଖେଳିଥିଲେ। ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ 88 ବଲରେ 140 ରନର ଭାଗିଦାରୀ ବାଣ୍ଟିଥିଲେ। 74 ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ସେ 47 ବଲର ଇନିଂସରେ 8 ଚୌକା ଓ 3 ଛକା ମାରିଥିଲେ। ତିନି ନମ୍ବରରେ ବିରାଟ କୋହଲିଙ୍କ ସ୍ଥାନରେ ଋଷଭ ପନ୍ତ ବ୍ୟାଟିଂ କରିବାକୁ ବାହାରିଥିଲେ। ରୋହିତଙ୍କ ଆଉଟ ପରେ ରାହୁଲ ମଧ୍ୟ କ୍ରିଜରେ ଅଧିକ ସମୟ ରହି ପାରିନଥିଲେ। 69 ରନ୍ ସ୍କୋର କରି ରାହୁଲ ଗୁଲବାଦ୍ଦିନ ନାଏବଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଖରାପ ଫର୍ମରେ ଥିବା ହାର୍ଦ୍ଦିକଙ୍କର ପୁରୁଣା ଚମକ ଦେଖିବାକୁ ମିଳିଥିଲା। ଉଭୟ ହାର୍ଦ୍ଦିକ ଓ ପନ୍ତ ତୃତୀୟ ୱିକେଟ୍ ପାଇଁ ୨୧ ବଲରେ ୬୩ର ପାର୍ଟନରଶିପ୍ କରିଥିଲେ। ହାର୍ଦ୍ଦିକ ୧୩ ବଲରେ ୪ ଚୌକା ଓ ୨ ଛକା ସହ ୩୫ ଓ ପନ୍ତ ୧୩ ବଲରେ ୧ ଚୌକା ଓ ୩ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନଇବ ଓ ଜନ୍ନତ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।












Click it and Unblock the Notifications