ଆଜିଠୁ ବର୍ମିଂହାମ୍ରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍ ବୁଧବାରଠାରୁ ଖେଳାଯିବ। ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମ୍ୟାଚ। ହେଡିଂଲି ଟେଷ୍ଟରେ ଭାରତ ପ୍ରଭାବଶାଳୀ ବ୍ୟାଟିଂ କରିଥିଲା। ମ୍ୟାଚ୍ରେ ୫ଟି ଶତକ ଓ ମୋଟ ୮୩୫ ରନ୍ କରିବା ସତ୍ତ୍ବେ ଭାରତ ପରାସ୍ତ ହୋଇଥିଲା। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ଫଳରେ ଶୁଭମନ ଗିଲ୍ଙ୍କ ଭାରତୀୟ ଦଳ ଏବେ ଚାପରେ। ଶୃଙ୍ଖଳାକୁ ୧-୧ କରିବା ଲକ୍ଷ୍ୟରେ ଭାରତ ଏଜ୍ବାଷ୍ଟନ୍ ଟେଷ୍ଟରେ ଓହ୍ଲାଇବ। ଅନ୍ୟପକ୍ଷରେ ତା'ର ବାଜ୍ବଲ୍ ବ୍ୟାଟିଂ ରଣନୀତି ବଳରେ ପ୍ରଥମ ଟେଷ୍ଟକୁ ଜିତିଥିବା ଇଂଲଣ୍ଡ ଦୃଢ଼ ମନୋବଳ ସହ ଏହି ମ୍ୟାଚ୍ରେ ଓହ୍ଲାଇବ। ୪୮ ଘଣ୍ଟା ପୂର୍ବରୁ ଇଂଲଣ୍ଡ ଚୂଡାନ୍ତ ଦଳ ଘୋଷଣାକରି ଏହା ପ୍ରମାଣ ଦେଇଛି।
ଅନ୍ୟପକ୍ଷରେ ତା'ର ଚୂଡ଼ାନ୍ତ ଏକାଦଶ ନେଇ ଦ୍ବନ୍ଦ୍ବରେ ରହିଛି ଭାରତୀୟ ଦଳ। ସବୁଠାରୁ ବଡ଼ ପ୍ରଶ୍ନବାଚୀ ହେଉଛି ମ୍ୟାଚ୍ ବିଜେତା ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ନେଇ। ସେ ଏହି ମ୍ୟାଚ୍ ଖେଳିବେ ନା ବିଶ୍ରାମ ନେବେ; ତାହା ନିଶ୍ଚିତ ନୁହେଁ। ଫଳରେ ଇଂଲଣ୍ଡ ଆଗରୁ ରଣସଜା କରି ସାରିଥିବା ବେଳେ ଭାରତ ଶେଷ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଛି। ମ୍ୟାଚ୍ ଜିତିବା ପାଇଁ ୨୦ଟି ୱିକେଟ୍ ନେବା ଆବଶ୍ୟକ। ତେଣୁ ବୁମ୍ରାଙ୍କୁ ବିଶ୍ରାମ ଦେଲେ ଏହା କଷ୍ଟକର ହୋଇଯିବ।













Click it and Unblock the Notifications