Get Updates
Get notified of breaking news, exclusive insights, and must-see stories!

ଭାରତକୁ ପ୍ରଥମ ପାଳିରେ ୧୮୦ ରନ୍‌ର ନିର୍ଣ୍ଣାୟକ ଅଗ୍ରଣୀ; ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ୬୪/୧

ହ୍ୟାରି ବ୍ରୁକ୍‌ ଓ ଜାମି ସ୍ମିଥ୍‌ଙ୍କ ମଧ୍ୟରେ ହୋଇଥିବା ତ୍ରିଶତକ (୩୦୩) ଭାଗୀଦାରିକୁ ପଣ୍ଡ କରିଛି ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କ ୧୦ ୱିକେଟ୍ ଦଖଲ। ଫଳରେ ଭାରତକୁ ପ୍ରଥମ ପାଳିରେ ୧୮୦ ରନ୍‌ର ନିର୍ଣ୍ଣାୟକ ଅଗ୍ରଣୀ ମିଳିଯାଇଛି। ତେନ୍ଦୁଲକର-ଆଣ୍ଡରସନ୍‌ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ରେ ଭାରତର ପ୍ରଥମ ପାଳି ୫୮୭ ରନ୍ ଜବାବରେ ଘରୋଇ ଇଂଲଣ୍ଡ ୪୦୭ ରନ୍ କରି ସମସ୍ତ ୱିକେଟ୍ ହରାଇଛି। ତୃତୀୟ ଦିନ ଖେଳ ଶେଷସୁଦ୍ଧା ଭାରତ ଦ୍ବିତୀୟ ପାଳିରେ ଜୟସ୍ବାଲ୍‌ଙ୍କ ୱିକେଟ୍‌ ହରାଇ ୬୪ ରନ୍‌ କରିଛି। ଏଥିସହ ମୋଟ ଉପରେ ୨୪୪ ରନ୍‌ରେ ଆଗୁଆ ରହିଛି।

ଶୁକ୍ରବାର ଇଂଲଣ୍ଡ ୭୭/୩ରୁ ଖେଳିବା ପରେ ମହମ୍ମଦ ସିରାଜ ତାଙ୍କ ପ୍ରଥମ ଓଭରରେ ଲଗାତାର ଭାବେ ଜୋ ରୁଟ୍‌ ଓ ବେନ୍ ‌ଷ୍ଟୋକ୍ସଙ୍କୁ ପନ୍ତ୍‌ଙ୍କ ଗ୍ଲୋଭ୍‌ସ୍‌ରେ କଟ୍ ବିହାଇଣ୍ଡ୍ କରାଇ ଇଂଲଣ୍ଡ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। କିନ୍ତୁ ଭାରତୀୟ ବୋଲରଙ୍କୁ ପରବର୍ତ୍ତୀ ୱିକେଟ୍ ପାଇଁ ୬୦.୪ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ୬୦ ଓଭରରେ ଇଂଲଣ୍ଡ ପାଇଁ ବାଜ୍‌ବଲ୍‌ କ୍ରିକେଟ୍ ଖେଳିଥିଲେ ହ୍ୟାରି ବ୍ରୁକ୍‌ ଓ ଜାମି ସ୍ମିଥ୍। ଭାରତୀୟ ବୋଲିଂର ବିଶୃଙ୍ଖଳିତ ଲାଇନ୍‌ରୁ ଫାଇଦା ଉଠାଇ ଏହି ଯୋଡ଼ି ଓଭର ପିଛା ୫ ରନ୍ ହାରରେ ୩୦୩ ରନ୍ ସଂଯୋଗ କରିଥିଲେ। ଦ୍ବିତୀୟ ନୂଆ ବଲ୍ ଆସିବା ପରେ ହ୍ୟାରି ବ୍ରୁକ୍‌ (୧୫୮ ରନ୍‌, ୨୩୪ ବଲ୍‌)ଙ୍କୁ ବୋଲ୍ଡ କରି ଆକାଶ ଦୀପ ଏହି ମାରାଥନ ଭାଗୀଦାରିକୁ ଭାଙ୍ଗିବା ପରେ କ୍ରିସ୍‌ ୱକ୍ସଙ୍କୁ ଚତୁର୍ଥ ଶିକାର କରିଥିଲେ।

India take a180-runs lead in the first innings

ବ୍ରୁକ୍‌-ସ୍ମିଥ୍‌ଙ୍କ ତ୍ରିଶତକ ଭାଗୀଦାରି

ଅପରପାର୍ଶ୍ବରେ ଜାମି ସ୍ମିଥ୍ (୧୮୪* ରନ୍‌, ୨୦୭ ବଲ୍‌) ଆକ୍ରମଣାତ୍ମକ ଆଭିମୁଖ୍ୟ ଆରମ୍ଭ କରିବା ପୂର୍ବରୁ ମହମ୍ମଦ ସିରାଜ କିନ୍ତୁ ଇଂଲଣ୍ଡ ଲାଞ୍ଜକୁ କାଟି ନେଇଥିଲେ। ଲଗାତାର ଓଭରରେ ଶେଷ ୩ ୱିକେଟ୍‌କୁ ଦଖଲ କରି ଭାରତକୁ ୧୮୦ ରନ୍‌ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ ନୂଆ ବଲ୍ ଆସିବା ପରେ ଇଂଲଣ୍ଡ ନିଜର ଶେଷ ୫ ୱିକେଟ୍‌ ୨୦ ରନ୍‌ରେ ହରାଇ ଆତ୍ମସମର୍ପଣ କରିଥିଲା। ମହମ୍ମଦ ସିରାଜ (୧୯.୩-୩-୭୦-୬) ତାଙ୍କ ୩୯ତମ ଟେଷ୍ଟ୍‌ରେ ଚତୁର୍ଥ ଥର ୫ ୱିକେଟ୍‌ ସଫଳତା ପାଇଥିଲେ। ରୋଚକ କଥା ହେଉଛି ସିରାଜଙ୍କ ସମସ୍ତ ୪ ପାଞ୍ଚ ୱିକେଟ୍ ସଫଳତା ବିଦେଶ ମାଟିରୁ ଆସିଛି। ପୂର୍ବ ୩ଟି ବ୍ରିସବେନ୍‌, ପୋର୍ଟ ଅଫ୍ ସ୍ପେନ୍‌ ଓ କେପ୍‌ଟାଉନ୍‌ରେ ମିଳିଥିଲା। ବୁମ୍‌ରାଙ୍କ ବିକଳ୍ପ ଭାବେ ସୁଯୋଗ ପାଇଥିବା ବେଙ୍ଗଲ୍ ବୋଲର ଆକାଶ ଦୀପ ବି ୪ ୱିକେଟ୍‌ ନେଇ ଦଳୀୟ ଚୟନକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ।

ଇଂଲଣ୍ଡର ପ୍ରଥମ ପାଳି ଅବସରରେ ପ୍ରଥମ ଥର ଘରୋଇ ଦଳ ଭାରତ ବିପକ୍ଷରେ ଷଷ୍ଠ ୱିକେଟ୍‌ରେ ୨୦୦+ ରନ୍ ଭାଗୀଦାରି କରିଥିଲା। ଇଂଲଣ୍ଡ ପାଇଁ ମଧ୍ୟ ହ୍ୟାରି ବ୍ରୁକ୍‌ ନବମ ଶତକ ବେଳକୁ ତୃତୀୟ ଦ୍ରୁତତମ (୪୪ ପାଳି) ସାବ୍ୟସ୍ତ ହୋଇଥିଲେ। ବ୍ରୁକ୍‌ ମଧ୍ୟ ମାତ୍ର ୧୧୫ ବଲ୍‌ରୁ ୧୫୦ ରନ୍ ଅତିକ୍ରମ କରି ଇଂଲଣ୍ଡ ପାଇଁ ରେକର୍ଡ କରିଥିଲେ। ଜାମି ସ୍ମିଥ୍ କିନ୍ତୁ ମାତ୍ର ୮୦ ବଲ୍‌ରୁ ଶତକ ପୂର୍ଣ୍ଣ କରିବା ସହ ଇଂଲଣ୍ଡ ପାଇଁ ୱିକେଟ୍‌ରକ୍ଷକ ଭାବେ ସର୍ବୋଚ୍ଚ ବ୍ୟକ୍ତିଗତ (୧୮୪*) ଟେଷ୍ଟ୍‌ ସ୍କୋର୍‌ କରିଥିଲେ। ସେ ଆଲେକ୍ ଷ୍ଟିୱାର୍ଟ (୧୭୩ ବନାମ ନ୍ୟୁଜିଲାଣ୍ଡ୍‌, ୧୯୯୭)ଙ୍କ ନାମରେ ଥିବା ୨୮ ବର୍ଷ ତଳର ରେକର୍ଡକୁ ପଛରେ ପକାଇଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୫୧ ଓଭରରେ ୫୮୭ (ଶୁବମନ ଗିଲ୍‌-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ସୋଏବ୍‌ ବଶିର୍‌-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍‌-୨/୧୧୯)। ଇଂଲଣ୍ଡ ପ୍ରଥମ ପାଳି: ୮୯.୩ ଓଭରରେ ୪୦୭ (ଜାମି ସ୍ମିଥ୍‌-୧୮୪*, ହ୍ୟାରି ବ୍ରୁକ୍‌-୧୫୮, ଜୋ ରୁଟ୍‌-୨୨, ମହମ୍ମଦ ସିରାଜ-୬/୭୦, ଆକାଶ ଦୀପ-୪/୩୬)। ଭାରତ ଦ୍ବିତୀୟ ପାଳି: ୧୩ ଓଭରରେ ୬୪/୧ (ଯଶସ୍ବୀ ଜୟସ୍ବାଲ-୨୮, କେଏଲ୍ ରାହୁଲ-୨୮*, କରୁଣ ନାୟର-୭*, ଜୋସ୍‌ ଟଙ୍ଗ୍‌-୧/୧୨)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+