ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଗିଲଙ୍କ ନେତୃତ୍ବରେ ଖେଳିବ ଟିମ୍ ଇଣ୍ଡିଆ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରିଦେଇଛି । କମିଟି ଜିମ୍ବାୱେର ଆଗାମୀ ଗସ୍ତ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଦଳର ମନୋନୟନ କରିଛି । ଭାରତ ଜୁଲାଇ ପ୍ରଥମ ସପ୍ତାହରେ ହରାରେ ଗସ୍ତ କରିବ ଏବଂ ୫ ମ୍ୟାଚର ଟି୨୦ ସିରିଜରେ ଭାଗ ନେବ । ଜୁଲାଇ ୬ରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ଜୁଲାଇ ୭ରେ ଦ୍ୱିତୀୟ, ଜୁଲାଇ ୧୦ରେ ତୃତୀୟ, ଜୁଲାଇ ୧୩ରେ ଚତୁର୍ଥ ଓ ୧୪ରେ ୫ମ ମ୍ୟାଚ ଖେଳାଯିବ ।

ରୋହିତ, ବିରାଟ ଏବଂ ହାର୍ଦ୍ଦିକଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆ ଯାଇଥିବା ବେଳେ ଶୁଭମନ ଗିଲଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଏହି ଦଳରେ ୪ ଜଣ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ବିସିସିଆଇ । ଏହି ସିରିଜରେ ଅଭିଷେକ ଶର୍ମା(ସନରାଇଜର୍ସ ହାଇଦ୍ରାବାଦ), ରିୟାନ ପରାଗ(ରାଜସ୍ଥାନ ରୋୟଲ୍ସ), ତୁଷାର ଦେଶପାଣ୍ଡେ(ଚେନ୍ନାଇ ସୁପର କିଙ୍ଗସ) ଏବଂ ନିତିଶ କୁମାର ରେଡ୍ଡୀ(ସନରାଇଜର୍ସ ହାଇଦ୍ରାବାଦ)ଙ୍କୁ ପ୍ରଥମ ଥର ଟିମ ଇଣ୍ଡିଆରୁ ଡାକରା ମିଳିଛି ।

India squad for Zimbabwe T20I series

ଭାରତ ଟିମ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତିଶ ରେଡ୍ଡୀ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଆଭେଶ ଖାଁ, ଖଲୀଲ ଅହମ୍ମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+