Get Updates
Get notified of breaking news, exclusive insights, and must-see stories!

ଟି-20 ବିଶ୍ୱକପ ପାଇଁ ଟିମ ଇଣ୍ଡିଆ: ଚହଲ ଆଉଟ, ଅଶ୍ୱିନ ଇନ୍, ଧୋନି ରହିବେ ମେଣ୍ଟର

ଘୋଷଣା ହେଲା ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳ । ମେଣ୍ଟର ହିସାବରେ ଦଳ ସହିତ ୟୁଏଇ ଗସ୍ତ କରିବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ମୁମ୍ବାଇ: ଘୋଷଣା ହେଲା ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳ। 15 ଜଣିଆ ଦଳ ସହିତ ମେଣ୍ଟର ହୋଇ ୟୁଏଇ ଗସ୍ତ କରିବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ସେହିପରି ଶ୍ରେୟସ ଆୟର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ଷ୍ଟାଣ୍ଡବାଏ ପ୍ଲେୟାର ହିସାବରେ ଦଳରେ ରହିଛନ୍ତି ।

t20 world cup india squad

ତେବେ ଇନ ଫର୍ମ ସ୍ପିନର ୟୁଜୁଭେନ୍ଦ୍ର ଚହଲଙ୍କୁ 15 ଜଣିଆ ଦଳରେ ସ୍ଥାନ ମିଳିପାରି ନାହିଁ । ଅନ୍ୟପଟେ ହ୍ୱାଇଟ୍ ବଲ କ୍ରିକେଟକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ରବିଦ୍ର ଜାଡେଜାଙ୍କ ସହ ତାଙ୍କୁ ସ୍ପିନର ହିସାବରେ ଦଳରେ ସାମିଲ କରାଯାଇଛି । ନିୟମିତ ଅଧିନାୟକ ବିରଟ କୋହଲିଙ୍କ କାନ୍ଦରେ ରହିଛି ଦଳର ଭାର, ତାଙ୍କ ଡେପ୍ୟୁଟି ରହିଛନ୍ତି ଓପନର ରୋହିତ ଶର୍ମା । ରୋହିତଙ୍କ ସହିତ ଦଳରେ ଓପନି କରିବେ କେଏଲ ରାହୁଲ । ସେହିପରି ମଧ୍ୟକ୍ରମ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଆଶ୍ଚର୍ଯକର କଥା ଯେ, ଚଳିତ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଥିବା ଶିଖର ଧୱନଙ୍କୁ ଦଳରେ ସାମିଲ କରାଯାଇ ନାହିଁ ।

ସେହିପରି ଦଳରେ ଦୁଇ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷନ ଓ ଋଷଭ ପନ୍ତ ସ୍ଥାନ ପାଇଛନ୍ତି । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଆକ୍ସର ପଟେଲ, ରବିନ୍ଦ୍ର ଜାଡେଜାଙ୍କୁ ଅଲରାଉଣ୍ଡର ଭାବେ ସାମିଲ କରାଯାଇଥିବାବେଳେ ଦୀର୍ଘ ସମୟ ଧରି ସୀମିତ ଓଭର ଫର୍ମାଟରୁ ଦୂରେଇ ରହିଥିବା ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦଳକୁ ଫେରିଛନ୍ତି। ପଟେଲଙ୍କ ବ୍ୟତୀତ ଅଶ୍ୱିନ ଏବଂ ଜାଡେଜା ସ୍ପିନରରେ ରାହୁଲ ଚହର ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସୁଯୋଗ ପାଇଛନ୍ତି ।

ଦ୍ରୁତ ବୋଲରଙ୍କ ବର୍ଗରେ ଚୟନ କମିଟି ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କ ନାମ ରଖିଥିବାବେଳେ ଶାର୍ଦ୍ଦୁଲ ଠାକୁର ଏବଂ ଦୀପକ ଚହରଙ୍କୁ ରିଜର୍ଭ ଖେଳାଳି ଭାବେ ପାଖରେ ରଖାଯାଇଛି।

ଉଲ୍ଲେଖଥାଉ କି, ଅକ୍ଟୋବର 17 ରୁ ୟୁଏଇ ଏବଂ ଓମାନର ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-20 ବିଶ୍ୱକପ । ଏହି ପରିପ୍ରେକ୍ଷୀରେ, ଆଇସିସି ସମସ୍ତ ଅଂଶଗ୍ରହଣକାରୀ ଦେଶ ପାଇଁ 10 ସେପ୍ଟେମ୍ବର ସୁଦ୍ଧା ନିଜ ଦଳ ଘୋଷଣା କରିବା ପାଇଁ ସମୟସୀମା ସ୍ଥିର କରିଛି ।

ଟି-20 ବିଶ୍ୱକପ ପାଇଁ ଟିମ ଇଣ୍ଡିଆ:

  • ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଇଶାନ କିଷନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ସର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ।
  • ଷ୍ଟାଣ୍ଡବାଏ ପ୍ଲେୟାର- ଶ୍ରେୟଶ ଆୟାର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+