ଆରମ୍ଭ ହେଲା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ତୟାରୀ, ଘୋଷଣା ହେଲା ବିରାଟ ବାହିନୀ
ଆସନ୍ତା ଜୁନ ମାସରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ଘୋଷଣା ହୋଇଥିବା 20 ଜଣିଆ ଦଳକୁ ପ୍ରତିନିଧିତ୍ବ କରିବେ ବିରାଟ କୋହଲି ।
ନୂଆଦିଲ୍ଲୀ: ଆସନ୍ତା ଜୁନ ମାସରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ଭାରତୀୟ ଟିମ ଘୋଷଣା କରିଛି ବିସିସିଆଇ । ଘୋଷଣା ହୋଇଥିବା 20 ଜଣିଆ ଦଳକୁ ପ୍ରତିନିଧିତ୍ବ କରିବେ ବିରାଟ କୋହଲି । ତାଙ୍କ ଡେପ୍ୟୁଡି ରହିଛନ୍ତି ଅଜିଙ୍କ୍ୟ ରାହାଣେ ।

ତେବେ ବହୁ ଦିନ ଅପେକ୍ଷା ପରେ ଜାତୀୟ ଦଳକୁ ଫେରିଛନ୍ତି ରବିନ୍ଦ୍ର ଜାଡେଜା । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟଙ୍କୁ ଦଳରେ ସ୍ଥାନ ମିଳିପାରି ନାହିଁ । ଆଇପିଏଲରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିବା ପ୍ରସିଦ୍ଧ କ୍ରିଷ୍ଣା, ଆବେସ ଖାନଙ୍କୁ ଷ୍ଟାଣ୍ଡବାଏ ଖେଳାଳ ଭାବେ ଦଳରେ ସାମିଲ କରାଯାଇଛି ।
The All-India Senior Selection Committee has picked the Indian squad for the inaugural ICC World Test Championship (WTC) final and the five-match Test series against England. #TeamIndia pic.twitter.com/emyM8fsibi
— BCCI (@BCCI) May 7, 2021
- ଭାରତୀୟ ଦଳ : ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର ପୁଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ ( ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ ( ଓ୍ବିକେଟ୍ କିପର), ରବିଚନ୍ଦ୍ରନ ଅଶ୍ବିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମୀ, ମହମ୍ମଦ ସିରାଜ, ସାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ରିଦ୍ଧିମାନ ଶାହା(ଓ୍ବିକେଟ୍ କିପର) ।
- ଷ୍ଟାଣ୍ଡବାଏ ଖେଳାଳି : ଅଭିମନ୍ୟୁ ଇଶ୍ବରନ୍, ପ୍ରସିଦ୍ଧ କ୍ରିଷ୍ଣା, ଆବେସ ଖାନ, ଆର୍ଜାନ୍ ନଗଓ୍ବସ୍ଓ୍ବାଲା












Click it and Unblock the Notifications