Get Updates
Get notified of breaking news, exclusive insights, and must-see stories!

କଟକ ଅଭିମୁଖେ ଭାରତ, ଦକ୍ଷିଣ ଆଫ୍ରିକା ଟିମ୍‌, କଡ଼ା ସୁରକ୍ଷାରେ ଭୁବନେଶ୍ବରରୁ କଟକ ଯାତ୍ରା

ଐତିହାସିକ ବାରବାଟୀ ଷ୍ଟାଡିୟମ ଆଜି ପୁଣି ଥରେ ଦୁଲୁକିବାକୁ ଯାଉଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ କଟକ ସହର ଉତ୍ସବମୁଖର ହୋଇଉଠିଛି । ଷ୍ଟାଡିୟମ ଭିତରୁ ବାହାର ଯାଏଁ ଚାରିଆଡ଼େ କେବଳ 'ବ୍ଲୁ ବ୍ଲୁ' ଦୃଶ୍ୟ ଦେଖିବାକୁ ମିଳୁଛି । ଖେଳପ୍ରେମୀମାନେ ଭାରତୀୟ ଦଳର ଜର୍ସି ପିନ୍ଧି ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଘୋ ଘା କରୁଛନ୍ତି।

India South Africa teams

ସନ୍ଧ୍ୟା ୭ଟାରେ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ ସମୟର ଅପେକ୍ଷା ପରେ ଷ୍ଟାଡିୟମ ଗେଟ୍ ଖୋଲିଛି ଏବଂ ଦର୍ଶକମାନେ ଲମ୍ବା ଧାଡ଼ିରେ ରହି ଶୃଙ୍ଖଳିତ ଭାବେ ଭିତରକୁ ପ୍ରବେଶ କରୁଛନ୍ତି । ଏହି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେଉଥିବାରୁ, ସୂର୍ଯ୍ୟ ସେନା ଏଠାରୁ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ଉଭୟ ଦଳର ଖେଳାଳିମାନେ ଷ୍ଟାଡିୟମ ଅଭିମୁଖେ ବାହାରି ସାରିଛନ୍ତି ।

ମ୍ୟାଚ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି କଟକ ରେଳ ଷ୍ଟେସନରେ ମଧ୍ୟ ଜିଆରପି ଓ ଆରପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି । ଦର୍ଶକଙ୍କ ଗମନାଗମନ ସୁବିଧା ପାଇଁ 'ମୋ ବସ୍' ବା 'ଆମ ବସ୍' ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାହ୍ଣ ସାଢ଼େ ୩ଟାରୁ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରୁ ୨୦ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରୁଛି । ବରମୁଣ୍ଡା, ଜୟଦେବବିହାର, ନନ୍ଦନକାନନ ଏବଂ ରେଳ ଷ୍ଟେସନରୁ ସିଧା ବାରବାଟୀକୁ ବସ୍ ସେବା ଯୋଗାଇ ଦିଆଯାଇଛି ।ଆଉ କିଛି ସମୟର ଅପେକ୍ଷା, ତା'ପରେ ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ ବାରବାଟୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+