Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର ୦୯ ତାରିଖରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି ୨୦

ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ । ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜନ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପରାମର୍ଶ ଦେଇଛନ୍ତି ।

ଲୋକସେବା ଭବନଠାରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତାକରି ମୁଖ୍ୟମନ୍ତ୍ରୀ ଓଡ଼ିଶା କ୍ରିକେଟ ଆସୋସିଏସନ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, କ୍ରିକେଟ ଆମ ଦେଶର ଏକ ଅତି ଲୋକପ୍ରିୟ ଖେଳ। ତେଣୁ ଏହି ମ୍ୟାଚ୍‌ ପ୍ରତି ସମଗ୍ର ଦେଶ ଓ ବିଶ୍ବର ନଜର ରହିବ। ସେଥିଲାଗି ଏହା ଯେପରି ତ୍ରୁଟିଶୂନ୍ୟ ଭାବେ ପରିଚାଳନା ହେବ ଏବଂ ଓଡ଼ିଶାର ମର୍ଯ୍ୟାଦା ସୁରକ୍ଷିତ ହେବ ସେଥିପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ।

India-South Africa T20I at Barabati on December 9th 2025

ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ୍‌ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଟିକେଟ ବିକ୍ରି, ଦର୍ଶକମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଂ ବ୍ୟବସ୍ଥା, ଷ୍ଟାଡିୟମ ଭିତ୍ତିଭୂମି ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍‌ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି। ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ଏହି ଅନ୍ତର୍ଜାତୀୟ କ୍ରୀଡ଼ା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପ୍ରତି ଏକ ଫୁଲ୍‌-ପ୍ରୁଫ୍‌ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିପାଇଁ ପୋଲିସ ଅଧିକ ସତର୍କ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅସୁସ୍ଥ ବ୍ୟକ୍ତି କିମ୍ବା ଅନ୍ୟାନ୍ୟ ଅସୁବିଧା ସ୍ଥଳରେ ଲୋକମାନଙ୍କୁ ନେବା ଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଗ୍ରୀନ୍‌ କରିଡର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭିଡ଼ ନିୟନ୍ତ୍ରଣ, ଟିକେଟ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟ ଉପଯୁକ୍ତ ଭାବେ ତଦାରଖକରି ନିର୍ଭୁଲ୍‌ ଭାବେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରତ୍ୟେକ ଷ୍ଟାଣ୍ଡର କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ। ମ୍ୟାଚ୍‌ ସମୟରେ ନିରନ୍ତର ଲାଇଟିଂ ବ୍ୟବସ୍ଥା ପାଇଁ ଅଧିକ ଜେନ୍‌ସେଟ୍‌ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେର ମଧ୍ୟ ଇନ୍‌ଷ୍ଟଲ କରାଯାଇଛି। ଗୋଟିଏ ଜେନ୍‌ସେଟ୍‌ ଫେଲ୍‌ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଚାଲୁହେବ ଏବଂ ଲାଇଟିଂ ବ୍ୟବସ୍ଥା ନିରନ୍ତର ଭାବେ ଜାରି ରହିବ ବୋଲି ବୈଠକରେ କୁହାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅନୁଗୋଳ ବିଧାୟକ ତଥା ଓସିଏ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ଶାସନ ସଚିବ, କଟକ-ଭୁବନେଶ୍ବର ପୋଲିସ କମିଶନର, କଟକ ଜିଲାପାଳ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ମ୍ୟାଚ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+