ପ୍ରଥମ ଟି ଟ୍ବେଣ୍ଟି ପାଇଁ ଆଜି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି,
ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବକ ଉତ୍କଣ୍ଠା । ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍ର ଖେଳାଳି । ଏହି ମ୍ୟାଚରେ ବାରବାଟୀ ଷ୍ଟାଡିୟମ୍ରେ ପ୍ରଥମ ଥର ଓପନ୍ କନସର୍ଟ ଅନୁରୂପ ଅନୁଭୂତି ନେବେ ଦର୍ଶକ । ଭାରତରେ ଇଡେନ୍ ଗାର୍ଡେନ୍ ପରେ ଦ୍ଵିତୀୟ ଷ୍ଟାଡିୟମ୍ ଭାବେ ବାରବାଟୀରେ ଡିଏମ୍ଏକ୍ସ ଲାଇଟିଂ ସିଷ୍ଟମ ଆରମ୍ଭ ହେବ । ଏହି ସିଷ୍ଟମ ମାଧ୍ୟମରେ ସମସ୍ତ ୮ ଫ୍ଲଡ୍ଲାଇଟ୍ ଗୁଡ଼ିକ ଗୋଟିଏ ସଫ୍ଟୱେର ସହିତ ଯୋଡ଼ିହେବେ । କଣ୍ଟ୍ରୋଲ୍ ରୁମରୁ ଲାଇଗୁଡ଼ିକୁ ବନ୍ଦ ଓ ଆରମ୍ଭ କରାଯିବା ଭଳି ବ୍ୟବସ୍ଥା ରହିବ । ଖେଳ ଆରମ୍ଭ ପୂର୍ବରୁ ଓ ଇନିଂସ ମଝିରେ ମ୍ୟୁଜିକ୍ର ତାଳେତାଳେ ଲାଇଟ୍ଗୁଡ଼ିକ ଧପଧପ୍ ହେବ। ଏଥିସହ ଦର୍ଶକମାନଙ୍କୁ ଲାଇଟ୍ରେ ବିଭିନ୍ନ ଲେଖା ପ୍ରଦର୍ଶନ କରାଯାଇ ମନୋରଂଜନ ଯୋଗାଇବା ଭଳି ଯୋଜନା କରାଯାଇଛ ।

ଏହି ଲାଇଟକୁ ପରୀକ୍ଷାମୂଳକ ଭାବେ ଡେମୋ ପ୍ରଦର୍ଶନ କରାଯାଇଥିଲା । ତେବେ ମ୍ୟାଚ୍ ପାଇଁ ଜାରୀ ହେଲା ଟ୍ରାଫିକ୍ କଟକଣା । କାଲି ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଯାତାୟତ ନେଇ କଟକଣା ଲାଗୁ ହୋଇଛି । ଜନସାଧରଣଙ୍କ ଏବଂ ଦର୍ଶକଙ୍କ ପାଇଁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି କମିଶନରେଟ ପୁଲିସ । ସେଥିପାଇଁ ଆଜି ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ମାତାମଠ ପଟୁ ମହାନଦୀ ରିଂ ରୋଡ଼ ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାତିଗୁଡିକୁ ପାର୍ଟି କରି ପାରିବେ ।
ତେବେ କଣ ରହିଛି ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ କଟକଣା ଆସନ୍ତୁ ଦେଖିବା
ଆଜି ଦିନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ କଟକଣା ଲାଗୁ
ମଙ୍ଗଳବାର ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା
ମାତାମଠ ପଟୁ ମହାନଦୀ ରିଂ ରୋଡ଼ରେ ଆସୁଥିବା ଗାଡି ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା
କେବଳ ପାସ୍ ଥିବା ଯାନବାହନ ଗୁଡିକ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ
ହାଓ୍ୱଡା ମୋଟର ଛକ ଆଡୁ ଆସୁଥିବା ଗାଡି ଡିକ ଗ୍ରୀନାର ହୋଟେଲ୍ ଛକରୁ ମଧୁସୂଦନ ଛକକୁ ଯାଇ ପାରିବେ ନାହିଁ












Click it and Unblock the Notifications