Get Updates
Get notified of breaking news, exclusive insights, and must-see stories!

ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଓଡ଼ିଶାରୁ ଉଭୟ ଖେଳାଳି ଆଜି ଚଣ୍ଡିଗଡ ଯାଉଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଉଭୟ ଖେଳାଳିଙ୍କୁ ବିଦାୟ ଦିଆଯାଇଛି ।

India South Africa players

ସେପଟେ ଆଜି ସକାଳୁ ସକାଳୁ ବାରବାଟୀ ଆସି ନେଟ୍‌ ପ୍ରାକ୍ଟିସ କରିଥିଲେ ବରୁଣ ଚକ୍ରବର୍ତ୍ତୀ । ଏକ ଘଣ୍ଟା ଧରି ନେଟ୍‌ ପ୍ରାକ୍ଟିସ୍‌ କରିଥିଲେ । ଆସନ୍ତାକାଲି ଚଣ୍ଡିଗଡରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ । ଗତକାଲି ବାରବାଟୀରେ ଭାରତୀୟ ଦଳ ଏକତରଫା ମ୍ୟାଚ ଜିତି ପାଞ୍ଚ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ବାରବାଟୀ ବିଜୟରୁ ବିଶ୍ୱକପ ପାଇଁ ବିଗୁଲ ବଜାଇଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ଓ ବୋଲରଙ୍କ ପାଇଁ ଭାରତ କାଲି ଦମଦାର ବିଜୟ ହାସଲ କରିଛି । ୧୧ତାରିଖରେ ନ୍ୟୁ ଚଣ୍ଡିଗଡରେ ଦ୍ୱିତୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜିତି ଟିମ୍‌ ଇଣ୍ଡିଆର ମନୋବର ଦୃଢ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+