Get Updates
Get notified of breaking news, exclusive insights, and must-see stories!

IND vs SA: ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟ୍ବେଣ୍ଟି-୨୦: ସିରିଜରେ ଆଗୁଆ ରହିବା ଲକ୍ଷରେ ଓହ୍ଲାଇବ ଭାରତୀୟ ଦଳ

ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ବୁଧବାର ଖେଳାଯିବ। କିନ୍ତୁ ଏହି ପଡ଼ିଆ ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ନୂଆ। ତେଣୁ ନୂଆ ପିଚ୍ରେ ବିଜୟ ଧାରାକୁ ଫେରିବା ଭାରତୀୟ ଖେଳାଳିଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ।

୨୦୦୯ ମସିହା ପରଠୁ ଭାରତ ଏଠାରେ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦ ଖେଳିଛି। ୨୦୧୮ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ପରାଜିତ ହୋଇଥିଲା। ସେହି ଦଳରେ ବର୍ତ୍ତମାନର ସଦସ୍ୟଙ୍କ ଭିତରୁ କେବଳ ହାର୍ଦିକ ପାଣ୍ଡ୍ୟା ଖେଳିଥିଲେ। ତେବେ ପିଚ୍ର ବ୍ୟବହାର କେବେର୍ହା ପରି ରହିବ ବୋଲି ଆକଳନ କରାଯାଉଛି। ଏଠାରେ ବଲ୍ର ଗତି ବଢ଼ିବା ସହ ବାଉନ୍ସ ମଧ୍ୟ ହେବ। ଘରୋଇ ଦଳର ଦ୍ରୁତ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର୍ ଗ୍ବେବେର୍ହାରେ ସଂଘର୍ଷ କରିଥିଲେ। ଯେଉଁଥିପାଇଁ ଭାରତ ୨୦ ଓଭରରେ ମାତ୍ର ୧୨୪ ରନ୍ କରିଥିଲା।

IND vs SA

ଭାରତୀୟ ବ୍ୟାଟିଂକ୍ରମରେ ସବୁଠୁ ବଡ଼ ସମସ୍ୟା ରହିଛି ପ୍ରାରମ୍ଭିକ ବ୍ୟାଟିଂରେ। ସଂଜୁ ସାମ୍ସନ୍ ପ୍ରଥମ ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ କିନ୍ତୁ ତାଙ୍କ ପ୍ରାରମ୍ଭିକ ସାଥୀ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି। ଭାରତକୁ ବିଜୟ ଧାରାକୁ ଆଣିବାକୁ ହେଲେ ଦୃଢ଼ ମୂଳଦୁଆର ଆବଶ୍ୟକତା ରହିଛି। ଏଭଳିସ୍ଥିତିରେ ଆବଶ୍ୟକସ୍ଥଳେ ଅଭିଷେକଙ୍କୁ ବିଶ୍ରାମ ଦେଇ ତିଳକ ବର୍ମାଙ୍କୁ ସଂଜୁଙ୍କ ସହ ପାଳି ଆରମ୍ଭ କରିବାକୁ ଏବଂ ରମଣଦୀପ ସିଂହଙ୍କୁ ମଧ୍ୟକ୍ରମରେ ସୁଯୋଗ ମିଳିବା ସମ୍ଭାବନା ରହିଛି। ଏହାଛଡ଼ା ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର, ହାର୍ଦିକ ପାଣ୍ଡ୍ୟା ଓ ରିଙ୍କୁ ସିଂହ ସବୁବେଳେ ଦଳ ପାଇଁ ରନ୍ ବାହାର କରୁଛନ୍ତି। ଦ୍ବିତୀୟ ମ୍ୟାଚ୍ରେ ହାର୍ଦିକ ବ୍ୟାଟିଂରେ ୩୯ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥିପାଇଁ ୪୫ ବଲ୍ ଖେଳିଥିଲେ। ଏପରିକି ୨୮ ବଲ୍ ପରେ ପ୍ରଥମ ଚୌକା ମାରିଥିଲେ। ୩୯ରୁ ୪୫ ବଲ୍ ଖେଳିବା ଭିତରେ ଗୋଟିଏ ବି ଚୌକା ମାରିପାରି ନଥିଲେ। ତେଣୁ ତୃତୀୟ ମ୍ୟାଚ୍ରେ ଉପରୋକ୍ତ ବ୍ୟାଟର୍ଙ୍କଠାରୁ ବଡ଼ ପାଳିର ଆବଶ୍ୟକତା ରଖୁଛି ଦଳ। ଯଦି ସଂଜୁଙ୍କ ବ୍ୟାଟ୍ କୌଣସି ମ୍ୟାଚ୍ରେ ନୀରବ ରୁହେ, ତାହେଲେ ଉକ୍ତ ତିନି ବରିଷ୍ଠ ଖେଳାଳିଙ୍କ ବ୍ୟାଟ୍ ଚମକିବା ଆବଶ୍ୟକତା ପଡ଼ିବ।

ସେହିପରି ଭାରତୀୟ ବୋଲର୍ଙ୍କୁ ମଧ୍ୟ ଅଧିକ ଯତ୍ନବାନ୍ ହେବାକୁ ପଡ଼ିବ। ଅର୍ଶଦୀପ ସିଂହ ଓ ଆୱେସ୍ ଖାନ୍ଙ୍କ ପାଖରୁ ଦୁଇଟି ଭିନ୍ନଧରଣର ଖେଳ ଦେଖିବାକୁ ମିଳିଛି। ଡର୍ବାନ୍ରେ ଅର୍ଶଦୀପ ୨୫ ରନ୍ରେ ୧ ୱିକେଟ୍ ନେଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ୪୧ ରନ୍ ବ୍ୟୟ କରିଥିଲେ। କମ୍ ସ୍କୋର ବିଶିଷ୍ଟ ଦ୍ବିତୀୟ ମ୍ୟାଚ୍ରେ ଅର୍ଶଦୀପ ତୃତୀୟ ଓ ଚତୁର୍ଥ ଓଭରରେ ୨୮ ରନ୍ ବ୍ୟୟ କରିବା ମଧ୍ୟ ଦଳକୁ ପଛକୁ ଠେଲିଥିଲା। ଅନ୍ୟପକ୍ଷରେ ସ୍ପିନର୍ଙ୍କ ପ୍ରଦର୍ଶନକୁ ନେଇ କେହିବି ପ୍ରଶ୍ନ କରିପାରିବେ ନାହିଁ। ଗତ ମ୍ୟାଚ୍ରେ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ୍ ସଫଳତା ପାଇଥିଲା ବେଳେ ରବି ବିଷ୍ଣୋଇ ଦୁଇଟି ମ୍ୟାଚ୍ରେ ଚମତ୍କାର ବୋଲିଂ କରିଆସୁଛନ୍ତି। ସ୍ପିନରମାନେ ହିଁ ଭାରତୀୟ ଦଳର ପ୍ରମୁଖ ଅସ୍ତ୍ର ପାଲଟିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟିଂ ମଧ୍ୟ ଭାରତ ଭଳି ରହିଛି। ଅଧିନାୟକ ଐଦେନ ମାରକ୍ରମ, ଡେଭିଡ୍ ମିଲର, ହେନରିକ୍ କ୍ଲାସେଁ ଚଳିତ ଶୃଙ୍ଖଳାରେ ବିସ୍ଫୋରକ ଖେଳିନାହାନ୍ତି। ଯେଉଁଥିପାଇଁ ଦ୍ବିତୀୟ ମ୍ୟାଚ୍ରେ ଜିତିବାକୁ ତ୍ରିଷ୍ଟନ୍ ଷ୍ଟବ୍ସ ଓ ଗେରାଲ୍ଡ କୋଏତ୍ଜିଙ୍କ ଉପରେ ଦଳ ନିର୍ଭର କରିଥିଲା। ଘରୋଇ ଦଳକୁ ବିଜୟ ଧାରା ବଜାୟ ରଖିବାକୁ ହେଲେ ଏହି ତିନି ବରିଷ୍ଠ ଖେଳାଳିଙ୍କୁ ଅଧିକ ରନ୍ ବାହାର କରିବାକୁ ହେବ। ବିଶେଷକରି ଭାରତୀୟ ସ୍ପିନର ଘରୋଇ ବ୍ୟାଟର୍ଙ୍କ ପାଇଁ ବଡ଼ ଆହ୍ବାନ ସାଜିଛନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମ୍ସନ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଆୱେସ୍ ଖାନ୍।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ରିଜା ହେଣ୍ଡ୍ରିକ୍ସ, ରିୟାନ୍ ରିକେଲ୍ଟନ୍, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟନ୍ ଷ୍ଟବ୍ସ, ହେନରିକ୍ କ୍ଲାସେଁ, ଡେଭିଡ୍ ମିଲର, ମାର୍କୋ ୟାନସେନ୍, ଆନ୍ଦିଲେ ସିମେଲାନେ, ଗେରାଲ୍ଡ କୋଏତ୍ଜି, କେଶବ ମହାରାଜ, ଏନ୍କାବା ପିଟର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+