ପାକିସ୍ତାନି ସ୍ପିନରଙ୍କ ବଡ଼ ବୟାନ, କହିଲେ ଭାରତୀୟ ଟିମ୍ ପାକିସ୍ତାନ ଆସିବା ଠିକ୍ ନୁହେଁ , ଜାଣନ୍ତୁ ସେ କାହିଁକି ଏଭଳି କହିଲେ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ପରବର୍ତ୍ତୀ ସଂସ୍କରଣ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଗତ ୧୦ବର୍ଷରେ ଦୁଇ ଦଳ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ । କିନ୍ତୁ ଏହି ଦଳଗୁଡିକ ବଡ଼ ଆଇସିସି ଟୁର୍ନାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ।
ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଥିଲେ ଯେ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଆସିବା ୫୦ ପ୍ରତିଶତ ନିଶ୍ଚିତ। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ ସ୍ପିନର ଦାନିଶ କନେରିଆ ସୁରକ୍ଷାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଯିବା ଉଚିତ ନୁହେଁ।

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବା ଉଚିତ ନୁହେଁ ବୋଲି ଦାନିଶ କନେରିଆ ସ୍ପଷ୍ଟ ଭାବେ କହିଛନ୍ତି। 'ସ୍ପୋର୍ଟସ୍ ତକ୍' ସହ କଥାବାର୍ତ୍ତା କରି ପାକିସ୍ତାନର ପୂର୍ବତନ ସ୍ପିନର କହିଛନ୍ତି, "ପାକିସ୍ତାନର ସ୍ଥିତି ଦେଖନ୍ତୁ। ମୁଁ କହିବି ଯେ ଭାରତୀୟ ଦଳ ପାକିସ୍ତାନ ଯିବା ଉଚିତ୍ ନୁହେଁ। ପାକିସ୍ତାନ ଏ ବିଷୟରେ ଚିନ୍ତା କରିବା ଦରକାର, ତା'ପରେ ଆଇସିସି ନିଷ୍ପତ୍ତି ନେବ ଏବଂ ଅଧିକାଂଶ ସମୟରେ ଏହା ଏକ ହାଇବ୍ରିଡ୍ ମଡେଲ୍ ହେବ। ଏହା ଦୁବାଇରେ ଖେଳାଯିବ।
ଖେଳାଳିଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା । ସମ୍ମାନ ହେଉଛି ଦ୍ୱିତୀୟ ପ୍ରାଥମିକତା । ଅନେକ ଜିନିଷ ଅଛି । ମୋ କହିବାନୁସାରେ, ବିସିସିଆଇ ବହୁତ ଭଲ କାମ କରୁଛି। ମୁଁ ଭାବୁଛି ସମସ୍ତ ଦେଶ ଚୂଡ଼ାନ୍ତ ନିଷ୍ପତ୍ତିକୁ ଗ୍ରହଣ କରିବେ। ମୁଁ ଅନୁଭବ କରୁଛି ଯେ, ଏହା ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବ ।












Click it and Unblock the Notifications