ପୁଣି ରେକର୍ଡ ସୃଷ୍ଟି କଲା ଭାରତ , ୨୪ ପଦକ ସହ ଦ୍ବିତୀୟ ସ୍ଥାନରେ ଭାରତ, ପ୍ରଥମରେ ଚୀନ୍

ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି। ଚୀନ ୧୯ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୪ କାଂସ୍ୟ ସହ ୩୨ ପଦକ ସହ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଜାପାନ ୫ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୨ଟି କାଂସ୍ୟ ସହ ୨୮ ପଦକ ସହ ତୃତୀୟ ସ୍ଥାନ ହାସଲ କରିଛି ।

India

ଶନିବାର ଅନ୍ତିମ ଦିବସରେ ପୁରୁଷ ଜାଭେଲିନ ଥ୍ରୋ ରେ ଭାରତ ପାଇଁ ସଚିନ ଯାଦବ ରୌପ୍ୟ ପଦକ ଜିତିଛନ୍ତି। ସଚିନ ୮୫.୧୬ ମିଟର ଦୂରତ୍ବକୁ ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଏଥିରେ ପାକିସ୍ତାନର ଅଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦିମ ୮୬.୪୦ ମିଟର ଦୂରତ୍ବକୁ ଥ୍ରୋ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ଓ ଜାପାନର ୟୁଟା ସାକିୟାମା ୮୩.୭୫ମିଟର ଦୂରତ୍ବକୁ ଥ୍ରୋ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ୨୦୦ ମିଟର ଦୌଡ଼ରେ ଭାରତର ଅନିମେଶ କୁଜୁର ୨୦.୩୨ ସେକେଣ୍ଡ​‌େ​‌ର ଅତିକ୍ରମ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିିତିଛନ୍ତି। ଏଥି​‌େ​‌ର ଜାପାନର ଟୋୱା ଉଜାୱା ୨୦.୧୨ ସେକେଣ୍ଡ ସହ ସ୍ବର୍ଣ୍ଣ ଓ କାଜାଖସ୍ତାନର ଅବଦୁଲାଜି ଅବୁ ଅତାଫି ୨୦.୩୧ ସେକେଣ୍ଡ ସହ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଏସୀୟ ଦୌଡ଼କୁଦ ଚମ୍ପିଆନସିପରେ ଅନିମେଶଙ୍କ ଏହା ପ୍ରଥମ ପଦକ। ଏଥି ସହିତ ଅନିମେଶ ନିଜ ନାମରେ ଥିବା ୨୦୦ ମିଟର ଦୌଡ଼ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ଅନିମେଶ ୨୦୨୫ ଫେଡେରେସନ କପ୍‌ ଜାତୀୟ ଦୌଡ଼କୁଦ ଚମ୍ପିଆନସିପରେ ୨୦୦ ମିଟର ଦୌଡ଼କୁ ୨୦.୪୦ ସେକେଣ୍ଡରେ ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଉକ୍ତ କୀର୍ତ୍ତିମାନକୁ ଅନିମେଶ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଅନିମେଶ ଦ୍ବିତୀୟ ଭାରତୀୟ ଭାବେ ଏସୀୟ ଦୌଡ଼କୁଦ ଚମ୍ପିଆନସିପର ୨୦୦ ମିଟର ଦୌଡ଼ରେ ପଦକ ଜିତିଛନ୍ତି। ପୂର୍ବରୁ ୨୦୧୫ ରେ ଧର୍ମବୀର ସିଂହ କାଂସ୍ୟ ପଦକ ଜିତିଥିଲେ।
ମହିଳା ୨୦୦ ମିଟର ଦୌଡ଼ରେ ଭାରତର ଜ୍ୟୋତି ୟାରାଜି ୨୩.୪୭ ସେକେଣ୍ଡ ସହ ପଞ୍ଚମ ସ୍ଥାନରେ ରହିଥିଲେ। ମହିଳା ୪୦୦ ମିଟର ବାଧାଦୌଡ଼ରେ ଭିତ୍ୟା ରାମରାଜ ୫୬.୪୬ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଥିଲେ। ଏଥିରେ ଚୀନର ମୋ ଜିଆଦି ୫୫.୩୧ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ବାଂଲାଦେଶର ଓଲୱାକିମି ମୁଜଦାତ ଆଦାକାୟୋ ୫୫.୩୨ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି।
ମହିଳା ୫୦୦୦ ମିଟର ଦୌଡ଼ରେ ପାରୁଲ ଚୌଧୁରୀ ୧୫:୧୫.୩୩ ସେକେଣ୍ଡରେ ଅତିକ୍ରମ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଏଥିରେ କାଜଖସ୍ତାନର ନୋହା ଜେରୁଟୋ ଟାନୁଲ ୧୪:୫୮.୭୧ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ଜାପାନର ୟାମା ୟାମୋଟୋ ୧୫:୧୬.୮୬ ସେକେଣ୍ଡ ସହ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ଜିତିଛନ୍ତି। ଚଳିତ ପ୍ରତିଯୋଗିତାରେ ପାରୁଲଙ୍କ ଏହା ଦ୍ବିତୀୟ ପଦକ। ପାରୁଲ ମହିଳା ୩୦୦୦ ମିଟର ଷ୍ଟ୍ରିପଲ ଚେଜରେ ଜାତୀୟ କୀର୍ତ୍ତିମାନ ସହ ରୌପ୍ୟ ପଦକ ଜିତିଥିଲେ। ମହିଳା ୮୦୦ ମିଟର ଦୌଡ଼ରେ ପୂଜା ୨:୦୧.୮୯ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲେ। ଏଥିରେ ଚୀନର ଉ ୱାଙ୍ଗିୟୋ ୨:୦୦.୦୮ ସେକେଣ୍ଡ ସହ ସ୍ବର୍ଣ୍ଣ ଓ ଜାପାନର ରିନ କୁବୋ ୨:୦୦.୪୨ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+