ଭାରତ ଆଗରେ ୩୦୧ ରନ୍ର ଟାର୍ଗେଟ୍
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଭଦୋଦରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ନ୍ୟୁଜିଲ୍ୟାଣ୍ଡ ପାଇଁ ହେନରୀ ନିକୋଲ୍ସ ଏବଂ ଡେଭନ୍ କନୱେ ପ୍ରଥମ ୱିକେଟ୍ ପାଇଁ ୧୧୭ ରନର ପାର୍ଟନରସିପ୍ କରିଭାରତକୁ ୩୦୧ ରନ୍ ଟାର୍ଗେଟ ଦେଇଛନ୍ତି।

କିୱି ଦଳ ପାଇଁ ଡାରିଲ୍ ମିଚେଲ୍, ହେନରୀ ନିକୋଲ୍ସ ଏବଂ ଡେଭନ୍ କନୱେ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପାଇଁ ହର୍ଷିତ ରାଣା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ୫୦ ଓଭରରେ ନ୍ୟୁଜିଲାଣ୍ଡ ୮ ୱିକେଟ୍ ହରାଇ ୩୦୦ ରନ୍ କରିଛି।












Click it and Unblock the Notifications